କାହିଁକି ଶ୍ରାବଣ ମାସରେ ଅଧିକ ମହତ୍ତ୍ଵ ରହିଥାଏ? ଭୁଲରେ ମଧ୍ୟ ଖାଇବେ ନାହିଁ ଏହି ୧୦ଟି ଜିନିଷ, ଜାଣନ୍ତୁ ଏବିଷୟରେ କଣ କୁହନ୍ତି ଵୈଜ୍ଞାନିକ ମନେ।

ଆମେ ସମସ୍ତେ ଜାଣନ୍ତି ଗୋଟିଏ ବର୍ଷରେ ୧୨ମାସ ରହିଥାଏ। ମାତ୍ର ଏହି ୧୨ମାସ ମଧ୍ୟରେ ଶ୍ରାବଣ ମାସ ଶିଵ ଭକ୍ତ ମାନଙ୍କ ପାଇଁ ଅଧିକ ମହତ୍ତ୍ଵ ରଖିଥାଏ। ଦେବ ଦେବ ମହାଦେବଙ୍କୁ ଭକ୍ତ ମାନେ ଶ୍ରଦ୍ଧାରେ ଭୋଳା ଶଙ୍କର କହିଥାନ୍ତି। କଥିତ ଅଛି ଶ୍ରାବଣ ମାସରେ ପଵିତ୍ର ମନରେ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କଲେ ପ୍ରଭୁ ଭୋଳା ଶଙ୍କର ଭକ୍ତମନଙ୍କୁ ମନବାଞ୍ଚିତ ଫଳ ପ୍ରଦାନ କରିଥାନ୍ତି। ହେଲେ ସେଥିପାଇଁ ଆପଣଙ୍କୁ ଏମିତି କିଛି ଜିନିଷ ଅଛି ଯାହାକୁ ଖାଇବା ଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ। ତେବେ ଚାଲନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହାକୁ କେବଳ ଆଧ୍ୟାତ୍ମିକ ନୁହଁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଶ୍ରାବଣ ମାସ ଖାଇବା ପାଇଁ ବାରଣ କରାଯାଇଛି।

ସବୁଜ ପତ୍ର ଥିବା ପରିବା:

ଶ୍ରାବଣ ମାସରେ ଆରମ୍ଭରେ ହିଁ ମୌସୁମୀର ଆଗମନ ହୋଇଯାଇଥାଏ। ମୌସୁମୀ ପ୍ରଭାବରେ ଏହି ମାସରେ ଅତ୍ୟଧିକ ବୃଷ୍ଟିପାତ ମଧ୍ୟ ହୋଇଥାଏ। ତେବେ ଏପରି ବାତାବରଣରେ କୀଟ ଏବଂ ଜୋକମାନେ ଅଧିକ ମାତ୍ରାରେ ଜନ୍ମ ନେଇଥାନ୍ତି। ସବୁଜ ପତ୍ରଧାରୀ ପରିବାରେ ଏମାନେ ଅଧିକ ପରିମାଣରେ ଲୁଚିକରି ରହିଥାନ୍ତି। ସେହି ପରିବାଗୁଡ଼ିକ ଖାଇବା ଦ୍ୱାରା ମଣିଷ ଶରୀରରେ ଉଦର ସହିତ ଚର୍ମ ଜନିତ ରୋଗ ଦେଖାଦେଇଥାଏ। ସେଥିପାଇଁ ଯଥାସମ୍ଭବ ଏହି ସବୁଜ ପତ୍ରଯୁକ୍ତ ପରିବା ଗୁଡିକୁ ସେବନ କରିବା ଠାରୁ ନିଜକୁ ନିବୃତ୍ତ ରଖିବା ଉଚିତ।

ବାଇଗଣ:

ମାସ ମଧ୍ୟରେ ଶ୍ରାବଣ ମାସକୁ ଏକ ପଵିତ୍ର ମାସ ଭାବରେ ଗଣା ଯାଇଥାଏ। ସେହିପରି ଧାର୍ମିକ ମତରେ ବାଇଗଣକୁ ଏକ ଅଶୁଦ୍ଧ ଖାଦ୍ୟ ରୂପେ ଗ୍ରହଣ କରାଯାଇଥାଏ। ଏହାଛଡା ଶ୍ରାବଣ ମାସରେ ହେଉଥିବା ଅତ୍ୟଧିକ ବର୍ଷା କାରଣରୁ ବାଇଗଣ ଭିତରେ ଜୋକ ରହିଥାନ୍ତି। ତେଣୁ ଏହି ମାସରେ ବାଇଗଣ ନଖାଇବା ଆମ ପାଇଁ ଶ୍ରେୟସ୍କର ହୋଇଥାଏ।

ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ:

ଶ୍ରାବଣ ମାସରେ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକୀୟ ହୋଇଥାଏ। ଯେତେ କମ ରୁ କମ ପରିମାଣରେ ଏହି ଖାଦ୍ୟ ସେବନ କରି ପାରିବେ ସେତେ ପରିମାଣରେ ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ। ଦୁଗ୍ଧ ଦହି ରେ ଭଗବାନ ଶିବଙ୍କ ଅଭିଷେକ କରିପାରିବେ। ମାତ୍ର ଏହାକୁ କେବେ ନଫୁଟାଇ ପିଇବେ ନାହିଁ। ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଦୁଗ୍ଧକୁ ଭଲ ଭାବରେ ଅଧିକ ଫୁଟାଇ କରି ପିଇବେ।ଏମିତି କରିବା ଦ୍ଵାରା ଏଥିରେ ଥିବା କିଟାଣୁ ସମ୍ପୂର୍ଣ୍ଣ ଭିତରେ ନଷ୍ଟ ହୋଇଯାଇଥାନ୍ତି।

ଅଧିକ ମସଲା ଜାତୀୟ ଖାଦ୍ୟ:

ସାଧାରଣତଃ ଖାଦ୍ୟକୁ ଅଧିକ ସୁସ୍ୱାଦୁ କରିବା ପାଇଁ ଆମେ ରୋଷେଇରେ ମସଲା ବ୍ୟବହାର କରିଥାଉ। ମସଲା ଦେଇ ତିଆରି କରାଯାଇଥିବା ଖାଦ୍ୟ ପାଟି ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ସେତିକି ପରିମାଣରେ ହାନିକାରକ ହୋଇଥାଏ। ଏହି ମସଲା ଗୁଡ଼ିକ ସହାଜରେ ହଜମ ହୋଇନଥାଏ। ଏସବୁକୁ ପେଟରେ ପଚାଇବା ପାଇଁ ଅଧିକ ସମୟ ଓ ଅଧିକ ଶକ୍ତିର ଆବଶ୍ୟକତା ହୋଇଥାଏ। ଯାହାଦ୍ୱାରା ଶରୀରର ଶକ୍ତି କମିଯାଇଥାଏ। ଏହାଛଡା ଶ୍ରାବଣ ମାସରେ ମଣିଷ ଅଧିକ କାର୍ଯ୍ୟ ବ୍ୟସ୍ତ ରହୁଥିବାରୁ ତାକୁ ଅଧିକ ଶକ୍ତିର ଅଵଶ୍ୟକତା ରହିଥାଏ। ଯେଉଁଥିପାଇଁ ମସଲା ଜତୀୟ ଖାଦ୍ୟ ଖାଇ ମଣିଷ ଦୁର୍ବଳ ହୋଇଯାଏ। ତେଣୁ ବିଶେଷ କରି ଏହି ମାସରେ ମସଲା ଜାତୀୟ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ।

ଦହି କଡ଼ି:

ଶ୍ରାବଣ ମାସରେ ଦହି କଡ଼ି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ଖରାପ ପ୍ରଭାଵ ପଡିଥାଏ। ଏହାକୁ ଖାଇବା ଦ୍ୱାର ନିଦ ନ ହେବା, ଗଳା ରେ କଷ୍ଟ ଅନୁଭୂତି ହେବା, ଅତ୍ୟଧିକ ପତଳା ହୋଇଯିବା ଭଳି ଅନେକ ଦୋଷ ଦେଖାଦେଇଥାଏ।

ମାଛ ମାଂସ ଜାତୀୟ ଖାଦ୍ୟ:

ଶ୍ରାବଣ ଏକ ପଵିତ୍ର ମାସ ହୋଇଥିବାରୁ ଏହି ମାସରେ କୌଣସି ପ୍ରକାରର ମାଛ ମାଂସ ଜାତୀୟ ଖାଦ୍ୟ ଖାଇବା ବର୍ଜିତ ହୋଇଥାଏ। ବିଶେଷ କରି ମାଛ ଖାଇବା ଠାରୁ ଦୂରେଇ ରହିବା ଉଚିତ। କାରଣ ଏହି ମାସରେ ମାଛ ଦେଇଥିବା ଅଣ୍ଡାଗୁଡିକ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନି କାରକ ହୋଇଥାଏ।

ପିଆଜ ଓ ରସୁଣ:

ପିଆଜ ଏବଂ ରସୁଣ ଖାଇବା ଦ୍ୱାରା ତାମସିକ ପ୍ରବୃତ୍ତିର ବୃଦ୍ଧି ଘଟିଥାଏ। କୁହାଯାଏ ଏପ୍ରକରର ଖାଦ୍ୟ ଖାଇଲେ ମଣିଷ ଭିତରେ କ୍ରୋଧ, ରାଗ , ଅହଙ୍କାର, ହିଂସା ଆଦି ଗୁଣ ଦେଖାଦେଇଥାଏ।

ମଦ ଏବଂ ଅନ୍ୟ ନିଶାସକ୍ତ:

ମଦ ଖାଇବା ଦ୍ଵାରା ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇ ଦେଇଥାଏ। ମଦକୁ ଅଶୁଦ୍ଧ ମଧ୍ୟ କୁହାଯାଏ। ଏହାକୁ ସେବନ କରିବା ପରେ ପ୍ରଭୁ ଭୋଳା ଶଙ୍କରଙ୍କ ପୂଜା କଲେ ତାହା ଫଳପ୍ରଦ ହୋଇ ନଥାଏ।

Leave a Reply

Your email address will not be published. Required fields are marked *