ବଲିଉଡର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୋସିଆଲ ମିଡ଼ିଆରେ ହତ୍ୟାର ଧମକ ମିଳିଛି। ଏହି ମାମଲାକୁ ନେଇ ରିୟା ଭଡକୀ ଯାଇଥିଲେ। ସୋସିଆଲ ମିଡିଆରେ ଏହି ଧମକ ସମ୍ବନ୍ଧିତ ସ୍କ୍ରିନସଟ ସେୟାର କରିବା ସହିତ ଏହାକୁ ସାଇବର ସେଲ ସହ ମଧ୍ୟ ଟ୍ୟାଗ କରିଥିଲେ ରିୟା।
ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଏବଂ ହତ୍ୟାର ଧମକ ମିଳିଥିଲା। ତେବେ ଅଭିନେତ୍ରୀ ରିୟା ସୋସିଆଲ ମିଡିଆରେ ସ୍କ୍ରିନସଟ ସେୟାର କରିବା ସହିତ ସାଇବର ସେଲକୁ ମଧ୍ୟ ଟ୍ୟାଗ କରିଥିଲେ। ସେ ପାଇଥିବା ଧମକ ଉପରେ ଏକ ଲମ୍ବା ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ବହୁତ ହୋଇଗଲା। ଖାଲି ଏତିକି ନୁହେଁ ଅଭିନେତ୍ରୀ କହିଛନ୍ତି ଯେ “ମୋତେ ହତ୍ୟାକାରୀ କୁହାଗଲା, ମୁଁ ଚୁପ୍ ରହିଲି। ମୋତେ ଲୋଭୀ କୁହାଗଲା, ତଥାପି ମୁଁ ଚୁପ୍ ରହିଲି। କିନ୍ତୁ ମୋର ନୀରବତା ତୁମକୁ ଏହି ଅଧିକାର କେତେବେଳେ ଦେଲା ଯେ ତୁମେ କହିବ ମୋର ବଳାତ୍କାର କରାଯିବ କିମ୍ବା ମୋତେ ହତ୍ୟା କରାଯିବ”।
ରିୟା ଚକ୍ରବର୍ତ୍ତୀ ଇନଷ୍ଟାଗ୍ରାମରେ ପାଇଥିବା ଧମକର ଏକ ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି, “ମୋତେ ଗୋଲ୍ଡ ଡିଗର୍ କୁହାଯାଉଥିଲା, ମୁଁ ଚୁପ୍ ରହିଲି। ମୋତେ ହତ୍ୟାକାରୀ କୁହାଯାଉଥିଲା। ସେତେବେଳେ ବି ମୁଁ ଚୁପ୍ ରହିଲି। କିନ୍ତୁ ମୋର ନୀରବତା ଆପଣଙ୍କୁ ଏହା କହିବାର ଅଧିକାର କିପରି ଦେଲା ଯେ ତୁମେ ମୋତେ କହିବ ମୋର ବଳାତ୍କାର କରାଯିବା ଉଚିତ କିମ୍ବା ମୋତେ ହତ୍ୟା କରାଯିବା ଉଚିତ୍।
ତୁମେ ଯେଉଁ କଥା କହିଛ ତାହାତ ଗମ୍ଭୀରତା ଜାଣିଛ ତ?ଏହା ଏକ ଅପରାଧ ଏବଂ ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ଏହାର ଶିକାର ହେବା ଉଚିତ୍ ନୁହେଁ। ମୁଁ ସାଇବର କ୍ରାଇମ୍ ହେଲ୍ପଲାଇନ ଏବଂ ସାଇବର କ୍ରାଇମ ଇଣ୍ଡିଆକୁ ଏହା ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରୁଛି। ଏବେ ବହୁତ ହୋଇଗଲା। ”
https://www.instagram.com/p/CCsVR4vH2TV/?utm_source=ig_web_copy_link
ବଲିଉଡ ଅଭିନେତା ସାକିବ ସଲିମ ମଧ୍ୟ ରିୟା ଚକ୍ରବର୍ତ୍ତୀଙ୍କ ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ରିୟା ତୁମେ ଧର୍ଯ୍ୟ ଧରି ଦୃଢ ରୁହ। କେହି ମଧ୍ୟ ଏପରି ଅତ୍ୟାଚାରର ଶିକାର ହେବା ଉଚିତ୍ ନୁହେଁ।” ରିୟା ଚକ୍ରବର୍ତ୍ତୀ କିଛି ଦିନ ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ବନ୍ଧରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁଶାନ୍ତଙ୍କ ସହ ନଜର ଆସିଥିଲେ। ଏହି ଚିତ୍ରଗୁଡିକ ସେୟାର କରି ରିୟା ଚକ୍ରବର୍ତ୍ତୀ ଲେଖିଥିଲେ ଯେ, “ମୁଁ ଏବେ ବି ମୋ ନିଜର ଭାବନା ସହିତ ସଂଘର୍ଷ କରୁଛି। ତୁମେ ହିଁ ସେହି ମଣିଷ ଯିଏ ମୋତେ ପ୍ରେମ ଉପରେ ବିଶ୍ୱାସ କରିବାକୁ ଶିଖାଇଛି।”