କେଆରକେ ଙ୍କୁ ନିର୍ଯାତିତ କଲା ମୃତ୍ୟୁ ର ଭୟ, ଟୁଇଟ କରି କହିଲେ ଯଦି ମୋର କିଛି ହେଲା ସେଥିପାଇଁ ଦାୟୀ ରହିବେ ସଲମାନ, କରନ ଜୋହର ଓ ସାଜିଦ

ବଲିଉଡ ଅଭିନେତା ଓ ଫିଲ୍ମମେକର କମାଲ ଆର ଖାନ ଆଜି ଏକ ଟୁଇଟ ରେ ଏହା କହିଛନ୍ତି କି ତାଙ୍କ ଜୀବନ ପ୍ରତି ବିପଦ ଅଛି।କମାଲ ଆର ଖାନ ଙ୍କ ଅନୁସାରେ, ବଲିଉଡ ର କିଛି ଲୋକ ତାଙ୍କୁ ମାରିବାକୁ ଚାହୁଁଛନ୍ତି ଓ ହତ୍ୟା ର ଷଢଯନ୍ତ୍ର କରୁଛନ୍ତି। ଏତିକି ନୁହେଁ କମାଲ ଆର ଖାନ କେତେ ଜଣ ଷ୍ଟାର ଙ୍କ ନାମ ମଧ୍ୟ ଟୁଇଟ ରେ ଲେଖିଛନ୍ତି। ଯାହାଙ୍କ ଉପରେ ସେ ସନ୍ଦେହ କରୁଛନ୍ତି କି ସେ ତାଙ୍କୁ ମାରିବା ପାଇଁ ଷଢଯନ୍ତ୍ର କରୁଛନ୍ତି।

ମୋଦି ଙ୍କୁ କଲେ ମଧ୍ୟ ଟ୍ୟାଗ:

କମାଲ ଆର ଖାନ ଙ୍କ ଏକ ଟୁଇଟ ରେ ସେ ଲେଖିଲେ କି”ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି କି ଯଦି ମୋର କିଛି ବି ହେଲା ତାହେଲେ ଏହାର ଦାୟୀ କରନ ଜୋହର, ସଲମାନ, ଅକ୍ଷୟ କୁମାର, ଆଦିତ୍ୟ ଚୋପ୍ରା, ସାଜିଦ ନାଡିୟାଡବାଲା ହେବେ। ଏହି ଲୋକ ମାନେ ମୋତେ ମାରିବାକୁ ପ୍ଲାନ କରି ସାରିଛନ୍ତି। ଏତିକି ନୁହେଁ ନିଜର ଏହି ଟୁଇଟ କୁ କେଆରକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଓ କିଛି ନ୍ୟୁଜ ଚ୍ୟାନେଲ କୁ ମଧ୍ୟ ଟ୍ୟାଗ କରିଛନ୍ତି।

ମଜାକ ଉଡାଉଛନ୍ତି ଲୋକମାନେ:

କମାଲ ଆର ଖାନ ଙ୍କ ର ଟୁଇଟ କୁ ଲୋକେ ହାଲକା ରେ ନେଉଛନ୍ତି ଓ ଏହାର ବହୁତ ମଜାକ ବନାଉଛନ୍ତି। ସୋସିଆଲ ମିଡିଆରେ ଏହି ଟୁଇଟ କୁ ନେଇ କେତେ ପ୍ରକାରର ପ୍ରତିକ୍ରିୟା ଅନେକ ଉପାୟରେ ଆସୁଛି। ଜଣେ ୟୁଜର ଲେଖିଲା କି, ଏତିକିରେ କାହିଁକି ରହିଗଲ, ସେମାନେ ମଧ୍ୟ ସୁରକ୍ଷା ମାଗୁଛନ୍ତି।

ଉଲ୍ଲେଖଯୋଗ୍ୟ କି,କମାଲ ଆର ଖାନ ନିଜର ବୟାନ ଓ ଏହି ପ୍ରକାରର ଟୁଇଟ କୁ ନେଇ ସୁଖରେ ରହୁଛନ୍ତି। ଏହା ପ୍ରଥମ ମୈାକା ନୁହେଁ ଯେବେ ସେ ଏହି ପ୍ରକାରର ଟୁଇଟ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କୁ ନେଇ କମାଲ ଆର ଖାନ କେତେ ସବୁ ଟୁଇଟ କରିଥିଲେ ଓ ସୁଶାନ୍ତ ଙ୍କ ମୃତ୍ୟୁ ପାଇଁ ବଲିଉଡ ର କିଛି ଲୋକଙ୍କୁ ଦାୟୀ ମାନିଥିଲେ। ଏହାଛଡ଼ା ବଲିଉଡ ଡ୍ରଗସ କନେକ୍ସନ ଉପରେ ମଧ୍ୟ ସେ କେତେ ସବୁ ଟୁଇଟ କରିଥିଲେ। ସେ ଏବେ କମାଲ ଆର ଖାନ ନିଜର ମୃତ୍ୟୁ କଥାର ଟୁଇଟ କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *