କୁହାଯାଏ ଯେ ମହିଳା ମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସୃଷ୍ଟିର ରଚୟତା ବ୍ରହ୍ମାଙ୍କର ନାରୀ ଏପରି ଏକ ରଚନା ଯାହାକୁ ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝିପାରି ନାହାନ୍ତି। ପୁରାତନ କାଳରେ ଅନେକ ବିଦ୍ୱାନ ନାରୀଙ୍କ ଉପରେ କେତେକ ଗ୍ରନ୍ଥ ମଧ୍ୟ ଲେଖିଛନ୍ତି। କିନ୍ତୁ ସେମାନେ ମଧ୍ୟ ନାରୀ ମାନଙ୍କ ଚରିତ୍ରକୁ ଠିକ ଭାବରେ ବୁଝିପାରି ନାହାନ୍ତି।
ତେବେ ଘରର ସ୍ତ୍ରୀ ଲୋକଙ୍କୁ ଗୃହଲକ୍ଷ୍ମୀ ବୋଲି କୁହାଯାଇଥାଏ। କୌଣସି ଘରର ବୈଭବ ସେହି ଘରର ସ୍ତ୍ରୀ ଲୋକଙ୍କ ଚରିତ୍ର ଉପରେ ନିର୍ଭର କରିଥାଏ। କୁହାଯାଏ ଯେ, ଯଦିଓ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ବନାଇଥାଏ ତେବେ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇଥାଏ।
ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର କେତେ ଗୁଡିଏ ଗୁଣ ବିଷୟରେ କୁହାଯାଇଛି। ଏମିତି କିଛି ଲକ୍ଷଣ ରହିଛି ଯାହା ଗୋଟିଏ ସ୍ତ୍ରୀକୁ ଚାରିତ୍ରହୀନ ପ୍ରମାଣିତ କରାଇଥାଏ। ସେହିପରି କିଛି ଲକ୍ଷଣ ସେହି ସ୍ତ୍ରୀକୁ ଭାଗ୍ୟବାନ ମଧ୍ୟ କରିଥାଏ।
ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟ ଶରୀରର ଅଙ୍ଗପ୍ରତଙ୍ଗ ଆଧାରରେ ତା’ର ବ୍ୟକ୍ତିତ୍ୱ, ସ୍ଵଭାବ ଏବଂ ଚରିତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଗ୍ରନ୍ଥରେ ଭାଗ୍ୟଶାଳୀ ସ୍ତ୍ରୀଙ୍କର ଶାରୀରିକ ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି। ମହିଳାଙ୍କ ଶରୀରର ଏମିତି କିଛି ଅଙ୍ଗ ରହିଛି ଯାହା ବଡ଼ ହୋଇଥିଲେ ସେହି ସ୍ତ୍ରୀ ସୌଭାଗ୍ୟବତୀ ହୋଇଥାନ୍ତି।
ପିତାଙ୍କ ମୁହଁ ସହିତ ସମାନ ମୁହଁ ଥିବା ମହିଳା:
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, କୌଣସି ପୁରୁଷର ମୁହଁ ଯଦି ତାଙ୍କ ମାଆଙ୍କର ମୁହଁ ସହିତ ମିଶୁଥାଏ ଏବଂ କୌଣସି ସ୍ତ୍ରୀର ମୁହଁ ତା’ର ପିତାର ମୁହଁ ସହିତ ସମାନ ହୋଇଥାଏ ତେବେ ସେହି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ଏହିପରି ସ୍ତ୍ରୀ ପରିବାରକୁ ସଦା ସର୍ବଦା ଯୋଡି କରି ରଖିଥାନ୍ତି।
ମହିଳାଙ୍କ ଜିଭ ଲମ୍ବା ଏବଂ ଲାଲ ହୋଇଥିଲେ:
ଯେଉଁ ମହିଳାଙ୍କ ଜିଭ ଲମ୍ବା ଏବଂ ଲାଲ ହୋଇଥାଏ ଏଥିସହିତ ସେ ମଧୁର ବାଣୀ କହିଥାନ୍ତି ତେବେ ଏହିପରି ସ୍ତ୍ରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏହି ସ୍ତ୍ରୀ ମାନେ ଘରକୁ ସୁଖ, ସମୃଦ୍ଧି ଏବଂ ବୈଭବ ଆଣିଦେଇଥାନ୍ତି। ସେହିପରି କଳା ଜିଭ ଥିବା ମହିଳା ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି ଏଥିସହିତ ସେମାନଙ୍କ ପାଇଁ ଘରେ ଧନହାନୀ ହୋଇଥାଏ।
ଲମ୍ବା ନାକ ଥିବା ସ୍ତ୍ରୀ:
ଯେଉଁ ସ୍ତ୍ରୀର ନାକ ଲମ୍ବା ହୋଇଥାଏ କିମ୍ବା ଯେଉଁ ମହିଳାର ନାକ ଅଗରେ କଳାଜାଈ ଥାଏ ତେବେ ସେମାନେ ବହୁତ ଶୁଭ ପ୍ରମାଣିତ ହୋଇଥାନ୍ତି। ନାକର କୌଣସି ସ୍ଥାନରେ କଳାଜାଈ ଥିଲେ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି।
ଗୋଲ ମୁହଁ ଥିବା ସ୍ତ୍ରୀ:
ଯେଉଁ ସ୍ତ୍ରୀର ମୁହଁ ଗୋଲ ହୋଇଥାଏ କିମ୍ଵା ଚମକୁଥାଏ ସେହିଭଳି ସ୍ତ୍ରୀ ମଧ୍ୟ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି। ମାତ୍ର ଯେଉଁ ପୁରୁଷର ମୁହଁ ସ୍ତ୍ରୀଙ୍କ ମୁହଁ ପରି ହୋଇଥାଏ ସେମାନେ ସାନ୍ତାନହୀନ ହୋଇଥାନ୍ତି।
ଲମ୍ବା ଆଙ୍ଗୁଠି ଥିବା ମହିଳା:
ହାତର ଆଙ୍ଗୁଳି ଲମ୍ବା ହେବା ଅତ୍ୟନ୍ତ ଦୁର୍ଲଭ ହୋଇଥାଏ। ଯେଉଁ ସ୍ତ୍ରୀର ଆଙ୍ଗୁଠି ଲମ୍ବା ହୋଇଥାଏ ସେ ସ୍ୱୟଂ ଭାଗ୍ୟଶାଳୀ ହୋଇଥାନ୍ତି। କିନ୍ତୁ ଛୋଟ ଆଙ୍ଗୁଠି ଥିବା ମହିଳା ଅନ୍ୟ ମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। କିନ୍ତୁ ଏମାନଙ୍କୁ ନିଜ ଜିବନରେ ଦୁଃଖ କଷ୍ଟ ମିଳିଥାଏ।
କାନ ଦ୍ଵିତୀୟା ଚନ୍ଦ୍ର ପରି ହୋଇଥିଲେ:
ଯେଉଁ ନାରୀର କାନ ଦ୍ଵିତୀୟା ଚନ୍ଦ୍ର ପରି ହୋଇଥାଏ ଏବଂ ଲୋମହୀନ ହୋଇଥାଏ ସେମାନେ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ଏହିଭଳି ମହିଳା ବିନମ୍ର ସ୍ୱଭାବର ହୋଇଥାନ୍ତି।
ଓଠ ଲାଲ ହୋଇଥିଲେ:
ଯେଉଁ ସ୍ତ୍ରୀର ଓଠ ଲାଲ ହୋଇଥାଏ ଏବଂ ମୁହଁ ଗୋଲ, ସତେଜ ହୋଇଥାଏ ସେହିପରି ମହିଳା ଶ୍ରେଷ୍ଠ ଫଳ ପ୍ରାପ୍ତ କରିଥାନ୍ତି। ଏହିପରି ମହିଳାଙ୍କୁ ବିବାହ କରିଥିବା ପୁରୁଷ ଜୀବନରେ ଉନ୍ନତି କରିଥାନ୍ତି। ଯେଉଁ ପୁରୁଷର ଓଠ ମୋଟା ହୋଇଥାଏ ସେ ଭଲ ସ୍ୱଭାବର ହୋଉଥାନ୍ତି। ଛୋଟ ଏବଂ ପତଳା ଓଠ ଥିବା ପୁରୁଷ ଧୋକାବାଜ, କପଟ ସ୍ୱଭାବର ହୋଇଥାନ୍ତି।
ଲମ୍ବା ବାଳ ଥିବା ମହିଳା:
ଆପଣ ପ୍ରାଚୀନ ମୂର୍ତ୍ତି କିମ୍ବା ଦେବଦେବୀଙ୍କ ଚିତ୍ର ଦେଖିଥିବେ ଯେ ଦେବୀଙ୍କ ବାଳ ଘନକଳା ଏବଂ ଲମ୍ବା ବାଳ ରହିଥାଏ। ତେବେ ଯଦି ସ୍ତ୍ରୀଙ୍କର ଲମ୍ବା ବାଳ ରହିଥାଏ ସେ ଶୁଭତା ଏବଂ ସୌଭାଗ୍ୟର ପ୍ରତୀକ ଅଟେ।
ଗୋଡ଼ର ଆଙ୍ଗୁଠି ଲମ୍ବା ହୋଇଥିଲେ:
ଯେଉଁ ମହିଳାଙ୍କ ଗୋଡ଼ର ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନଙ୍କୁ ଜୀବନରେ ଅଧିକ ଅସୁବିଧା ଏବଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ମାତ୍ର ଯେଉଁ ମହିଳାଙ୍କ ଗୋଡ଼ ଆଙ୍ଗୁଠି ଛୋଟ ,ଗୋଲ ଚଉଡା, ଏବଂ ଲାଲ ଅଂଶ ରହିଥାଏ ସେହି ମହିଳା ଭାଗ୍ୟଶାଳୀ ହୋଇଥାନ୍ତି।
ଆଖି ବଡ଼ ହୋଇଥିଲେ:
ଯେଉଁ ସ୍ତ୍ରୀଙ୍କ ଆଖି ବଡ଼ ମୃଗ ଭଳି ଏବଂ କ୍ଷୀର ଭଳି ଧଳା ଦେଖା ହୋଇଥାଏ ସେହିଭଳି ମହିଳା ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି।
ପାଦର ଗୋଇଠି ଗୋଲାକାର:
ଯେଉଁ ମହିଳାଙ୍କ ପାଦର ଗୋଇଠି ଗୋଲାକାର ଏବଂ କୋମଳ ହୋଇଥାଏ ସେହିପରି ମହିଳା ଜୀବନ ସାରା ସୁଖ ଶାନ୍ତିରେ ରହିଥାନ୍ତି। ଏହି ଗୁଣ କାରଣରୁ ମହିଳାଙ୍କ ପରିବାରକୁ ମଧ୍ୟ ଲାଭ ହୋଇଥାଏ। ଏମାନଙ୍କ ଆଚରଣରୁ ପରିବାର ମଧ୍ୟ ଖୁସିରେ ରହିଥାଏ।