କରୀନା କପୁର ବର୍ତ୍ତମାନ ଗର୍ଭବତୀ ପିରିୟଡ଼କୁ ଉପଭୋଗ କରୁଛନ୍ତି। ଗର୍ଭବତୀ ହେବା ପରେ ମଧ୍ୟ କରୀନା ବହୁତ ସକ୍ରିୟ ନଜର ଆସୁଛନ୍ତି ଏବଂ ସେ ବର୍ତ୍ତମାନ ପାଇଁ କାମ ବନ୍ଦ କରି ନାହାନ୍ତି। ତେବେ ଗର୍ଭବତୀ ସମୟରେ କରୀନା କପୁର ହ୍ଵାଇଟ ରଙ୍ଗର ପୋଷାକ ଡ୍ରେସରେ ନଜର ଆସିଥିଲେ। ଏହି ଅବସରରେ କରୀନାଙ୍କର କେବଳ ଡ୍ରେସ ହିଁ ହ୍ବାଇଟ ଥିଲା ବରଂ ତାଙ୍କ ମାସ୍କ ଏବଂ ମୋବାଇଲ କଭର ମଧ୍ୟ ହ୍ଵାଇଟ ଥିଲା। କରୀନାଙ୍କୁ ଏହି ଲୁକରେ ଦେଖି ଲୋକମାନେ ସୋସିଆଲ ମିଡିଆରେ ଜବରଦସ୍ତ କମେଣ୍ଟ କରୁଛନ୍ତି।
ଜଣେ ବ୍ୟକ୍ତି କରୀନାଙ୍କ ଏହି ଡ୍ରେସ ଉପରେ କମେଣ୍ଟ କରି ଲେଖିଛନ୍ତି ଯେ, ଏହା ପୋଷାକ ନା ପିପିଇ କିଟ। ସେହିପରି ଆଉଜଣେ ବ୍ୟକ୍ତି କମେଣ୍ଟ କରି ପଚାରିଛନ୍ତି, କଣ ସେ ସତରେ ଗର୍ଭବତୀ ଅଛନ୍ତି? ବାସ୍ତବରେ କରୀନାଙ୍କର ଏହି ଡ୍ରେସରେ ତାଙ୍କର ବେବି ବମ୍ପ ବିଲକୁଲ ନଜର ଆସୁନାହିଁ।
ଅନ୍ୟଜଣେ ବ୍ୟକ୍ତି କରୀନାଙ୍କର ଫୋଟୋରେ କମେଣ୍ଟ କରି କହିଛନ୍ତି ଯେ, ପିଲାକୁ ପ୍ରସିଦ୍ଧ କରାଇବାର ନିଞ୍ଜା ଟେକନିକ। ପ୍ରତ୍ୟେକ ଦିନ ଘରୁ ବାହାରକୁ ବାହାରନ୍ତୁ। ସେହିପରି କିଛି ଲୋକ କରିନାଙ୍କୁ ନେପୋଟିଜିମ ପ୍ରୋଡକ୍ଟ ମଧ୍ୟ କହି ପକାଇଛନ୍ତି।
କହି ରଖୁଛୁ ଯେ, କାରୀନା କପୁର ଗର୍ଭବତୀ ଥିବା ସମୟରେ ଢିଲା ପୋଷାକ ଏଥିପାଇଁ ପିନ୍ଧୁଛନ୍ତି ଯେ, ଯେପରି ତାଙ୍କ ବେବି ବମ୍ପ ଦେଖା ନଯାଉ। ଏଥିସହିତ ଅଧିକ ଟାଇଟ ପୋଷାକ ପେଟ ଉପରେ ଅଧିକ ଚାପ ପକାଇଥାଏ। ଏହା କାରଣ ରହିଛି ଯେ କରୀନା ବର୍ତ୍ତମାନ ସମୟରେ ଢିଲା ଏବଂ ଆରାମଦାୟକ ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି।
ନିକଟରେ ହିଁ କରୀନା କଟନର କୋ-ଆର୍ଡ ସେଟ ପନ୍ଧିଥିଲେ, ଯାହା ଉପରେ ଓଭରଅଲ ହ୍ଵାଇଟ ରଙ୍ଗର ପ୍ରିଣ୍ଟ ରହିଥିଲା। ପ୍ୟାଣ୍ଟ ଏବଂ ଟପ ଉଭୟ ବହୁତ ଢିଲା ଡିଜାଇନରେ ଥିଲା। ଯିଏ ଗର୍ଭ ଧାରଣର ହିସାବରେ ଏକଦମ ଫରଫେକ୍ଟ ଅଛି।
କୋ-ଆର୍ଡ ସେଟରେ ପ୍ୟାଣ୍ଟ ଲୁଜ-ଷ୍ଟ୍ରେଟକଟ ଷ୍ଟାଇଲର ଥିଲା। ଟପର ଲମ୍ବ ଲୋୟର ୱେଷ୍ଟ ପୋର୍ଷନ ପର୍ଯ୍ୟନ୍ତ ଥିଲା ଏବଂ ଏଥିରେ ଥ୍ରୀ-ଫୋର୍ଥ ସ୍ଲିବ୍ସ ରହିଥିଲା। ଏହି ସାଧାରଣ ସେଟକୁ କରୀନା ହାଇ ହିଲ୍ସ ସହିତ ମ୍ୟାଚ କରିଥିଲେ।
କହି ରଖୁଛୁ ଯେ, କରୀନା କିଛିଦିନ ପୂର୍ବରୁ ଏକ ସାକ୍ଷାତକାରରେ ନିଜର ପ୍ରଥମ ଗର୍ଭଧାରଣକୁ ନେଇ କଥା ହୋଇଥିଲେ। ସେ କହିଥିଲେ ଯେ, ତୈମୁରଙ୍କ ସମୟରେ ଯେତେବେଳେ ମୁଁ ଗର୍ଭବତୀ ଥିଲି ସେତେବେଳେ ମୋତେ ବହୁତ ଖାଇବା ପାଇଁ କହୁଥିଲେ ଏବଂ ଏହି କାରଣରୁ ମୋର ଓଜନ ୨୫ କିଲୋ ବଢି ଯାଇଥିଲା। ମୁଁ ପୁଣିଥରେ ସେହିପରି କରିବାକୁ ଚାହୁଁନାହିଁ। ମୋର କେବଳ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ଏବଂ ସୁସ୍ଥ ରହିବାର ଅଛି।
କରୀନାଙ୍କ ମୁତାବକ, ପ୍ରଥମ ଗର୍ଭବତୀ ସମୟରେ ସବୁ କହୁଥିଲେ ପରଟା ଖାଅ, ଘିଅ ଖାଅ, ଦୁଗ୍ଧ ପିଅ। କିନ୍ତୁ ବର୍ତ୍ତମାନ ମୁଁ କହୁଛି ଯେ, ମୁଁ ପୂର୍ବରୁ ସବୁକିଛି କରିଛି। ମୁଁ ଜାଣିଛି ଯେ ମୋ ଶରୀରକୁ କେଉଁ ଖାଦ୍ୟର ଆବଶ୍ୟକତା ଅଛି। କରୀନା ଆଗକୁ କହିଛନ୍ତି, ମୋ ଡାକ୍ତର କହୁଛନ୍ତି ଯେ ଆପଣ ଦୁଇଜଣ ଲୋକଙ୍କର ଖାଦ୍ୟ ଖାଆନ୍ତୁ ନାହିଁ। କେବଳ ପୁଷ୍ଟିକର ଖାଆନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।
କରୀନା ନୂତନ ବର୍ଷରେ ଫେବୃଆରୀ କିମ୍ବା ମାର୍ଚ୍ଚରେ ନିଜର ପିଲାଙ୍କୁ ଜନ୍ମ ଦେବେ। ଏମିତିରେ କରୀନା ଏବଂ ସୈଫଙ୍କ ପୁଅ କିମ୍ବା ଝିଅର ପିତାମାତା ହେବେ ତାହା ସମୟ ଆସିଲେ ଜଣା ପଡିବ। କିନ୍ତୁ ବେଙ୍ଗଲୁରୁର ଜ୍ୟୋତିଷ ପଣ୍ଡିତ ଜଗନ୍ନାଥ ଗୁରୁଜୀ କରୀନା-ସୈଫଙ୍କ ଘରକୁ ଆସିବାର ଥିବା ଦ୍ଵିତୀୟ ଅତିଥୀଙ୍କ ବିଷୟରେ ଖୁଲାସା କରିଥିଲେ।
ପଣ୍ଡିତ ମହାଶୟଙ୍କ କହିବା କଥା ଯେ, ଜ୍ୟୋତିଷ ଗଣନା ଏବଂ ତାଙ୍କ ମୁହଁ ପଢିବା ପରେ ମୁଁ ଭବିଷ୍ୟତ ବାଣୀ କରୁଛି ଯେ ଏହି ଦମ୍ପତି ନିଜ ଝିଅର ସ୍ୱାଗତ କରିବେ। ପଣ୍ଡିତ ମହାଶୟଙ୍କ ଅନୁସାରେ ସୈଫ-କରୀନାଙ୍କୁ ମମ୍ମି-ପାପା କହିବା ପାଇଁ ଏକ ଝିଅ ଆସିବ।
ସୂଚନାଯୋଗ୍ୟ ଯେ, କରୀନା ଖୁବଶୀଘ୍ର ହିଁ ଅମୀର ଖାନଙ୍କର ଫିଲ୍ମ ଲାଲସିଂହ ଚଡ୍ଡାରେ ନଜର ଆସିବେ। ଏହାର ଶୁଟିଙ୍ଗ ଏହି ମାସର ଶେଷ ସୁଦ୍ଧା ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି। ଫିଲ୍ମରେ କରୀନା କପୁର ଲିଡ ରୋଲ ପ୍ଲେ କରୁଛନ୍ତି। ଏହି ଶୁଟିଙ୍ଗ ଅନେକ ସପ୍ତାହ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି।