ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ଏବଂ ତାଙ୍କ କମ୍ପାନୀ ରିଲିୟାନ୍ସ ଗ୍ରୁପ ଭାରତର ସବୁଠୁ ବଡ଼ କମ୍ପାନୀ ଅଟେ। ନିଜ ପିତାଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବାକୁ ଯାଇ ମୁକେଶ ଅମ୍ବାନୀ ଏହି କମ୍ପାନୀକୁ ଆକାଶ ଉଚ୍ଚକୁ ପହଞ୍ଚାଇଛନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ ମୁକେଶ ଅମ୍ବାନୀ କେତେ ପର୍ଯ୍ୟନ୍ତ ପଢ଼ିଛନ୍ତି ? ନିଜ କମ୍ପାନୀରେ ବଡ଼ରୁ ବଡ଼ ପାଠ ପଢା ଲୋକଙ୍କୁ ଚାକିରୀ ଦେବା ପାଇଁ ମୁକେଶ ଅମ୍ବାନୀ ନିଜର ପାଠ ପଢା ପୁରା କରି ପାରି ନଥିଲେ। ଆସନ୍ତୁ ଜାଣିବା ଯେ, କେଉଁ କାରଣରୁ ତାଙ୍କୁ ନିଜ ଶିକ୍ଷା ଛାଡିବାକୁ ପଡିଥିଲା।
ମୁକେଶ ଅମ୍ବାନୀଙ୍କ ପିତା ଧିରୁ ଭାଇ ଅମ୍ବାନୀ ନିଜ ପିଲାଙ୍କୁ ସବୁବେଳେ ଭଲ ଶିକ୍ଷା ଦେଇଛନ୍ତି। ମୁକେଶ ଅମ୍ବାନୀ ସବୁବେଳେ ଜଣେ ଉଜ୍ଜ୍ୱଳ ଛାତ୍ର ରହିଥିଲେ କିନ୍ତୁ ଏହାପରେ ମଧ୍ୟ ତାଙ୍କୁ ନିଜ ଶିକ୍ଷା ଅଧାରୁ ଛାଡିବାକୁ ପଡିଥିଲା।
ଭାରତର ସବୁଠୁ ଧନୀ ମଣିଷ ମୁକେଶ ଅମ୍ବାନୀ ମୁମ୍ବାଇ University Department of Chemical Technology(UDCT)ରୁ ପାଠ ପଡ଼ିଥିଲେ। ସେ କେମିକାଲ ଇଂଜିନିୟରିଙ୍ଗରେ ଗ୍ରାଜୁଏଟ ଅଟନ୍ତି।
University Department of Chemical Technology(UDCT)ରୁ ସ୍ନାତକ ହାସଲ କରିବା ପରେ ମୁକେଶ ଅମ୍ବାନୀ ୧୯୮୦ରେ ଏମବିଏର ପାଠ ପଢା କରିବା ପାଇଁ ଷ୍ଟେନଫୋର୍ଡ ୟୁନିଭରସିଟି ଯାଇଥିଲେ, କିନ୍ତୁ ସେ ନିଜର ପାଠ ପୁରା କରି ପାରିଲେ ନାହିଁ।
ଏକ ବର୍ଷ ପରେ ହିଁ ୧୯୮୧ରେ ତାଙ୍କୁ ଭାରତ ଫେରିବାକୁ ପଡିଥିଲା। ଫେରି ଆସି ସେ ନିଜର ପିତା ଧିରୁ ଭାଇ ଅମ୍ବାନୀଙ୍କ ସହିତ କାରବାରରେ ସହଯୋଗ କରିବା ଆରମ୍ଭ କରିଦେଇଥିଲେ।
୨୦୦୨ରେ ଧିରୁ ଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ଦୁଇଭାଇଙ୍କ ମଧ୍ୟରେ ବ୍ୟବସାୟର ଭାଗ ହୋଇଥିଲା ଏବଂ ମୁକେଶ ଅମ୍ବାନୀ ନିଜର ପିତାଙ୍କ ସ୍ୱପ୍ନକୁ ସାକାର କରିଥିଲେ।
ହୋଇଥାଇପାରେ ମୁକେଶ ଅମ୍ବାନୀ ନିଜର ଏମବିଏ ଡିଗ୍ରୀ ପୁରା କରିପାରି ନାହାନ୍ତି, କିନ୍ତୁ ଆଜି ଲକ୍ଷ କୋଟି ଏମବିଏ କରିଥିବା ଛାତ୍ରଙ୍କୁ ଚାକିରୀ ଦେଉଛନ୍ତି।
ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ଏମବିଏ କରିଛନ୍ତି। ସେହିପରି ତାଙ୍କ ପତ୍ନୀ ନୀତା ଅମ୍ବାନୀ ବିବିଏ ଉତ୍ତୀର୍ଣ୍ଣ ହୋଇଛନ୍ତି।