ବିବାଦ ମଧ୍ୟରେ ପୁଣି ପତ୍ନୀ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ତେବେ ଅନୁଭବ ବର୍ଷାଙ୍କ ସହ ଆଉ ରହିବାକୁ ଚାହୁ ନାହାନ୍ତି। ଏହି ଜନ୍ମ କି କୋଉ ଜନ୍ମରେ ବି ବର୍ଷାଙ୍କ ସହ ରହିବିନି ବୋଲି ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏପରିକି ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ମାରିବାକୁ ବର୍ଷା ଚେଷ୍ଟା କରିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଭବ।
ସେହିଭଳି ମାନବାଧିକାର କର୍ମୀମାନେ ପ୍ରତାରଣା କରିଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ଅନୁଭବ କହିଛନ୍ତି ଯେ, ଗତକାଲି ଆଲୋଚନା ପରେ ମୁଁ କିମ୍ବା ମାନବାଧିକାର କର୍ମୀମାନେ ମିଡିଆରେ ପ୍ରତିକ୍ରିୟା ରଖିବେ ନାହିଁ ବୋଲି ସ୍ଥିର ହୋଇଥିଲା। କିନ୍ତୁ ସେମାନେ ମିଡିଆ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ ଏବଂ ମୋ ନାଁରେ ମିଛ କହିଥିଲେ ବୋଲି ଅନୁଭବ ଟ୍ୱିଟ କରିଛନ୍ତି। ସେମାନେ ମୋ ପଛରୁ ଛୁରାଘାତ କରିଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ଏଥିସହ ବର୍ଷା ଏବଂ ତାଙ୍କ ପରିବାର ସହିତ ମାନବାଧିକାର କମିସନର ଓଡ଼ିଶା ମୁଖ୍ୟ ଗୀତାଶ୍ରୀ ଦାସଙ୍କ ସମ୍ପର୍କ ରହିଥିବା ଅନୁଭବ କହିଛନ୍ତି।
ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ପ୍ରସଙ୍ଗରେ ବିଳମ୍ବିତ ରାତିରେ ଟ୍ୱିଟ କରିଥିଲେ ଅନୁଭବ ମହାନ୍ତି। ସେ ନିଜର ଟ୍ୱିଟରରେ ଲେଖିଛନ୍ତି,”ମୁଁ କାହାକୁ ବିଶ୍ବାସ କରିବି ମାନବାଧିକାର କମିସନଙ୍କୁ ନା ମୋର ସମ୍ମାନିତ ପିତାମାତାଙ୍କୁ? ଯଦିଓ ଏହାର ସଠିକ ଉତ୍ତର ମୁଁ ଜାଣିଛି, ତଥାପି ଆପଣମାନେ ସମସ୍ତେ ଏଥିରେ ମୋର ସହାୟତା କରିବାକୁ ଅନୁରୋଧ କରୁଛି।” ଅନୁଭବଙ୍କ ଏହି ନୂଆ ଟ୍ୱିଟ ଆଉ ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଗତଗୁରୁବାର ମାନବାଧିକାର କର୍ମୀ ଏହି ମାମଲାରେ ବର୍ଷାଙ୍କ ସହ ଆଲୋଚନା କରିବା ପରେ ସୂଚନା ଦେଇ କହିଥିଲେ ଅନୁଭବଙ୍କ ବ୍ୟତୀତ ସେ ଆଉ କାହା ନାମରେ ଅଭିଯୋଗ କରି ନାହାନ୍ତି। ଏହାସହ ଅନୁଭବ କେବଳ ମଦ୍ୟପାନ କରି ଗାଳିଗୁଲଜ କରିଛନ୍ତି ବୋଲି ବର୍ଷା କହିିଥିଲେ। ବର୍ଷା ବିବାହ ବିଚ୍ଛେଦ ଚାହୁଁ ନାହାନ୍ତି ବରଂ ସମାଧାନ ଚାହୁଁଛନ୍ତି। ସେହିପରି ଅନୁଭବଙ୍କ ସହ ଆଲୋଚନା ବେଳେ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରିନଥିଲେ ବୋଲି ମାନବାଧିକାର କର୍ମୀ ସୂଚନା ଦେଇଥିଲେ।
ଗୀତାଶ୍ରୀଙ୍କ କହିବା ଅନୁଯାୟୀ, ବର୍ଷା ସମାଧାନ ଚାହୁଁଛନ୍ତି। ସେ ନିଜର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ନିଜ ଶାଶୁଘରେ ରହି ଏହି ବିବାଦର ସମାଧାନ କରିବାକୁ କହିଛନ୍ତି। ଯଦି ସମାଧାନ ନହୁଏ ତେବେ ସେ କୋର୍ଟରେ ନିଜ ମତ ରଖିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଗୀତଶ୍ରୀ ଆଗକୁ ଆହୁରି କହିଛନ୍ତି ଯେ “ଗତକାଲି ଆମେ ଅନୁଭବଙ୍କ ଘରକୁ ଯାଇ ସେଠାରେ ବର୍ଷା ଓ ଅନୁଭବ ସହ ପୃଥକ ପୃଥକ ଭାବରେ ଆଲୋଚନା କରିଥିଲୁ। କାଲି ଅନୁଭବ ଆଲୋଚନା ବେଳେ ଆମକୁ ସହଯୋଗ କରିଥିଲେ।
ତେବେ ଆଜି ପୁଣି ଥରେ ଉଭୟଙ୍କୁ ଏକାଠି ବସାଇ ଆଲୋଚନା କରିବାକୁ ସେ ଆମକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ଆମେ ଯେତେବେଳେ ଆସିଲୁ ସେତେବେଳେ ସେ ତାଙ୍କ ବାପାଙ୍କୁ ହସ୍ପିଟାଲରେ ଦେଖା କରି ଦିଲ୍ଲୀ ଚାଲିଯିବେ ବୋଲି କହିଲେ। ଆମକୁ ଭେଟିବାକୁ ମନା କରିଦେଲେ। ଗତକାଲି ଆମେମାନେ ମିଡିଆକୁ ଦେଇଥିବା ବୟାନରେ ସେ ମର୍ମାହତ ବୋଲି ଅନୁଭବ କହିଲେ।”
ଗୀତଶ୍ରୀ କହିଛନ୍ତି ଯେ,”ତେବେ ସାଂସଦ ମର୍ମାହତ ହେବା ଭଳି ଆମେ କିଛି କହିନାହୁଁ। ଆମେ ସେମାନଙ୍କ ଘର ଭାଙ୍ଗିବାକୁ ଚାହୁଁନାହୁଁ। ବରଂ ଉଭୟଙ୍କ ମଧ୍ୟରେ ବୁଝାମଣା କରିବାକୁ ଚାହୁଁଛୁ। କିନ୍ତୁ ସେ ତାଙ୍କ କଥାରୁ ଓହରିଯାଇଥିବାରୁ ଆମକୁ ଖରାପ ଲାଗୁଛି। ଏଭଳି ବ୍ୟବହାର ଜଣେ ସାଂସଦଙ୍କଠାରୁ ଆଶା କରାଯାଏ ନାହିଁ ବୋଲି ଗୀତାଶ୍ରୀ କହିଛନ୍ତି।”
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |