କୌଣସି ବଡ଼ି ବିଲଡର ନୁହେଁ, ଅକ୍ଷୟ ଙ୍କ Ex ଗାର୍ଲଫ୍ରେଣ୍ଡ ଙ୍କ ସ୍ୱାମୀ ଅଟନ୍ତି ଏହି ଅଭିନେତା, ମସଲ୍ସ ଏମିତି କି ସଲମାନ ମଧ୍ୟ ଦେଖିକି ହୋଇଗଲେ ଅବାକ…

ଅକ୍ଷୟ କୁମାର ଙ୍କ ର ଏକ୍ସ ଗାର୍ଲଫ୍ରେଣ୍ଡ ପୂଜା ବତ୍ରା ଗତ ବର୍ଷ ୪ ଜୁଲାଇ ରେ ଅଭିନେତା ନବାବ ଶାହ ସହ ବିବାହ କରିଥିଲେ । ଦୁହିଁଙ୍କ ର ବିବାହ କୁ ବର୍ଷେ ପୂରି ସାରିଛି । ଏହି ସୁଯୋଗ ରେ ପୂଜା ଓ ନବାବ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ପୂଜା ବିବାହ ର ଫଟୋ ସେୟାର କରି ଲେଖିଛନ୍ତି – ପୁରା ଜୀବନ ଆପଣଙ୍କୁ ଏକ ସୁଖମୟ ସମୟ ଦେଇ ପାରିବେ… ହେପି ଫାଷ୍ଟ ଏନିବର୍ସରୀ । କହିରଖୁଛୁ କି ଜୁଲାଇ ୨୦୧୯ ରେ ପୂଜା ବତ୍ରା ନବାବ ଶାହ ସହ ଲୁଚି କରି ବିବାହ କରି ଥିଲେ । ହନିମୁନ ର ଚିତ୍ର ସାମ୍ନା କୁ ଆସିବା ପରେ ଏହି କଥା ଜଣା ପଡିଥିଲା କି ପୂଜା ବତ୍ରା ଓ ନବାବ ଶାହ ଲମ୍ବା ସମୟରୁ ଡେଟ୍ କରୁଥିଲେ ।

ନବାବ ଶାହ ବହୁତ ବଡ଼ ବଡ଼ ଫିଲ୍ମ ରେ କାମ କରିସାରିଛନ୍ତି । ସେ ସଲମାନ ଖାନ ଙ୍କ ର ଫିଲ୍ମ ‘ବଡ଼ିଗାର୍ଡ’ ରେ ଖଳନାୟକ ରୋଲ ରେ ନଜର କୁ ଆସିଥିଲେ । ଏହା ଛଡ଼ା ନବାବ ଶାହ ଡନ – ୨ , ଭାଗ ମିଲଖା ଭାଗ ଓ ଶାହରୁଖ ଖାନ ଙ୍କ ର ଦିଲବାଲେ ରେ ମଧ୍ୟ କାମ କରି ସାରିଛନ୍ତି । ନବାବ ଶାହ ନିଜର ମସ୍କୁଲର ବୋଡି ପାଇଁ ମଧ୍ୟ ଜଣା ଯାଆନ୍ତି । ନବାବ ଙ୍କ ର ଗଠିତ ଶରୀର ଏମିତି କି ଥରେ ସଲମାନ ଖାନ ଦେଖି କି ରହି ଗଲେ ।

ପୂଜା ଙ୍କ ପୂର୍ବରୁ ନବାବ ଶାହ ଟିଭି ଅଭିନେତ୍ରୀ କବିତା କୌଶିକ ଙ୍କ ସହିତ ରିଲେସନ ରେ ଥିଲେ । କିନ୍ତୁ ୨୦୧୬ ରେ ଦୁହିଁଙ୍କ ର ବ୍ରେକଅପ ହୋଇଯାଇଥିଲା । କବିତା ଙ୍କ ପରିବାର ଏହି ସମ୍ପର୍କ ର ବିରୋଧ କରୁଥିଲେ ଓ ତାଙ୍କର ପିତା ଚାହୁଁନଥିଲେ କି ତାଙ୍କର ଝିଅ ର ବାହାଘର କୌଣସି ମୁସଲିମ ପୁଅ ସହିତ ହେଉ । ଏହି କାରଣରୁ ଦୁହିଁଙ୍କ ର ବ୍ରେକଅପ ହୋଇଥିଲା ।

କବିତା କୌଶିକ ଙ୍କ ଠାରୁ ବ୍ରେକଅପ ପରେ ନବାବ ଶାହ ଙ୍କ ର ପୂଜା ବତ୍ରା ଙ୍କ ପ୍ରତି ଆକର୍ଷିତ ହେଲେ । ନବାବ ଗୋଟେ ଇଣ୍ଟରଭିୟୁ ରେ କହିଥିଲେ କି ସେ ଓ ପୂଜା ଦୁହେଁ ଦୁହିଁଙ୍କୁ ଆଗରୁ ଜାଣିଥିଲେ‌ ।

ନବାବ ଙ୍କ ହିସାବରେ ପୂଜା ଲୋସ୍ ଏଜିଲିସ ରୁ ଫେରୁଥିଲେ ଓ ଦୁହିଁଙ୍କ ର ସାକ୍ଷାତ ସେତେବେଳେ ଏୟାରପୋର୍ଟ ରେ ହୋଇଥିଲା ଓ ତା ପରେ କଥା ଆଗକୁ ବଢିଥିଲା । ଏହା ପରେ ଅଭିନେତା ତାଙ୍କୁ ନିଜର ପରିବାର ଙ୍କ ସାମ୍ନା ରେ ପ୍ରପୋଜ କରିଥିଲେ ।

ପରେ ସେମାନେ ଏକ ବ୍ୟକ୍ତିଗତ ସେରିମନୀ ରେ ବିବାହ କରିଥିଲେ । ଏହି ବିବାହ ରେ ଦୁହିଁଙ୍କ ର ପରିବାର ସଦସ୍ୟ ଉପସ୍ଥିତ ଥିଲେ । ପୂଜା କହିଛନ୍ତି କି ୪ ଜୁଲାଇ ରେ ଦିଲ୍ଲୀ ରେ ଆର୍ୟ ସମାଜ ପରମ୍ପରା ରେ ତାଙ୍କର ବିବାହ ହୋଇଥିଲା ଏହାର ଗୋଟେ ସପ୍ତାହ ପରେ ବିବାହ ର ରେଜିଷ୍ଟ୍ରେସନ କରିଥିଲେ ।

ପୂଜା ବତ୍ରା ପ୍ରଥମ ବିବାହ ୨୦୦୨ ରେ ବିଦେଶୀ ଅର୍ଥୋପେଡିକ ସର୍ଜନ ସୋନୁ ଅହଲୁବାଲିୟା ଙ୍କୁ କରିଥିଲେ । ହେଲେ ଏହି ବିବାହ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଓ ୯ ବର୍ଷ ପରେ ୨୦୧୧ ରେ ଦୁହିଁଙ୍କର ତଳାକ ହୋଇଥିଲା । ବିବାହ ପରେ ପୂଜା ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଥିଲେ କିନ୍ତୁ ଏହା ବାଦ ମଧ୍ୟ ତାଙ୍କର ବିବାହ ଟିକି ପାରିନଥିଲା ।

ମିଡିଆ ରିପୋର୍ଟ୍ ଅନୁସାରେ ପୂଜା ବତ୍ରା ଙ୍କ ବିବାହ ଭାଙ୍ଗିବା ର କାରଣ ଅକ୍ଷୟ କୁମାର ଙ୍କୁ କୁହାଯାଇଛି । କୁହାଯାଏ କି ଫିଲ୍ମ ରେ ଡେବ୍ୟୁ କରିବା ପୂର୍ବରୁ ଅକ୍ଷୟ ଓ ପୂଜା ମଡଲିଙ୍ଗ ସମୟରେ ଦୁହେଁ ଦୁହିଁଙ୍କୁ ବହୁତ ପାଖାପାଖି ଥିଲେ କିନ୍ତୁ ଅକ୍ଷୟ ଙ୍କୁ ଷ୍ଟାରଡମ ମିଳିବା ପରେ ଦୁହିଁଙ୍କ ର ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା ଓ ଦୁହେଁ ଅଲଗା ହୋଇଯିବା କୁ ନିଷ୍ପତ୍ତି ନେଇଥିଲେ ।

ସେମିତି ପୂଜା ଙ୍କ ର ପ୍ରଥମ ବିବାହ ଭାଙ୍ଗିବାର ଅନ୍ୟ ଏକ କାରଣ ଏହା କି ପୂଜା ଓ ତାଙ୍କର ବିଦେଶୀ ପତି ସୋନୁ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା କି ସୋନୁ ଅଭିନେତ୍ରୀ ଙ୍କୁ ମାଆ ହେବା ପାଇଁ ବାଧ୍ୟ କରୁଥିଲେ ଯେବେ କି ପୂଜା ମାଆ ହେବା ପାଇଁ ପ୍ରସ୍ତୁତ ନ ଥିଲେ । ହେଲେ ଏହି ମାମଲା ରେ ଅଭିନେତ୍ରୀ କେବେ କିଛି ଖୋଲିକି କହି ନାହାଁନ୍ତି ।

୧୯୯୩ ରେ ମିସ୍ ଇଣ୍ଡିଆ ସେକେଣ୍ଡ ରନରଅପ ରହିଥିବା ପୂଜା ବତ୍ରା ୧୯୯୭ ରେ ବଲିଉଡ ଡେବ୍ୟୁ ଫିଲ୍ମ ବିରାସତ ରୁ କରିଥିଲେ ।

ଏହା ପରେ ସେ କହି ପ୍ୟାର ନ ହୋ ଯାଏ , ଯୋଡ଼ି ନମ୍ୱର ୧ ଓ ନାୟକ ଭଳି ଫିଲ୍ମ ରେ ନଜର ଆସିଥିଲେ । ନବାବ ମୁସାଫିର , ଲକ୍ଷ୍ୟ , ଡନ – ୨ , ଭାଗ ମିଲଖା ଭାଗ ଓ ଦିଲବାଲେ ଭଳି ଫିଲ୍ମ ରେ ଅହମ ଭୂମିକା କରି ସାରିଛନ୍ତି ।

ପୂଜା ବତ୍ରା ଓ ପରିବାର ସଦସ୍ୟ ଙ୍କ ସହ ନବାବ ଶାହ

Leave a Reply

Your email address will not be published. Required fields are marked *