ଆପଣଙ୍କର ନାମର ପ୍ରଥମ ଅକ୍ଷର ଆପଣଙ୍କର ଜୀବନରେ ଅନେକ ରହସ୍ୟ ପ୍ରକଟ କରିଥାଏ। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯେ, ଆପଣଙ୍କର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି। ଏହାଦ୍ବାରା ଆପଣଙ୍କ ସ୍ଵଭାବ, ସମ୍ପର୍କ ଏବଂ ଜୀବନ ସହ ଜଡିତ ଅନ୍ୟ କଥାର ମଧ୍ୟ ବହୁତ ଭଲ ଭାବରେ ଚିହ୍ନଟ କରାଯାଇପାରିବ। ତେବେ ଆଜି ଆମେ କହିବାକୁ ଯାଉଛୁ “R” ଅର୍ଥାତ “ର” ଅକ୍ଷରର ଆରମ୍ଭ ହେଉଥିବା ଝିଅ ମାନଙ୍କର ବ୍ୟବହାର ଏବଂ ରହସ୍ୟ ବିଷୟରେ ଆସନ୍ତୁ ଜାଣିନେବା। ତେବେ “ର” ନାମରେ ଆରମ୍ଭ ହେଉଥିବା ଝିଅଙ୍କର ସ୍ଵଭାବ କିପରି ରହିଥାଏ? ତାଙ୍କ ମଧ୍ୟରେ କଣ ବିଶେଷତ୍ୱ ଏବଂ ଅଭାବ ଦେଖୁବାକୁ ମିଳିଥାଏ?
ମସ୍ତିସ୍କରୁ ସମ୍ପର୍କ ନିଭାଇଥାନ୍ତି:
“ର”ରୁ ଆରମ୍ଭ ହେଉଥିବା ନାମର ଝିଅମାନେ ବହୁତ ତୀବ୍ର ବୁଦ୍ଧି ଲର ହୋଇଥାନ୍ତି ଏବଂ ଏମାନେ ବୁଦ୍ଧିମାନ ଲୋକଙ୍କ ମଧ୍ୟରେ ପରିଗଣିତ ହୋଇଥାନ୍ତି। ଏମାନେ ନିଜର ଜୀବନସାଥୀଙ୍କୁ ଏମିତି ହିଁ ଚୟନ କରି ନଥାନ୍ତି ବରଂ ବହୁତ ଭାବି ଚିନ୍ତି ଜୀବନସାଥୀଙ୍କର ଚୟନ କରିଥାନ୍ତି। କୁହାଯାଇଥାଏ ଯେ ଏହି ଝିଅମାନେ ନିଜର ସମ୍ପର୍କକୁ ହୃଦୟରୁ ନୁହେଁ ବରଂ ମସ୍ତିସ୍କରୁ ନିଭାଇଥାନ୍ତି। କିନ୍ତୁ ଏମାନେ ନିଜର ବନ୍ଧୁତ୍ୱ ଏବଂ ପରିବାରର ସମ୍ପର୍କକୁ ବଜାୟ ରଖିବା ପାଇଁ ନିଜର ପ୍ରାଣ ଲଗାଇ ଚେଷ୍ଟା କରିଥାନ୍ତି ଏବଂ ସେମାନଙ୍କର ବିଶେଷ ଯତ୍ନ ମଧ୍ୟ ନେଇଥାନ୍ତି।
ଏହି ଝିଅମାନେ ହୋଇଥାନ୍ତି ସୃଜନଶୀଳ:
ମସ୍ତିସ୍କ ସ୍ତରରେ ତୀବ୍ର ହୋଇଥିବା ସହିତ ଏହି ଝିଅମାନେ ବହୁତ ସୃଜନଶୀଳ ମଧ୍ୟ ହୋଇଥାନ୍ତି, ଏମାନଙ୍କର ରୁଚି କଳା ଏବଂ ସଂସ୍କୃତିରେ ମଧ୍ୟ ଆଗ୍ରହ ରଖିଥାନ୍ତି ଏବଂ ଏହି କ୍ଷେତ୍ରରେ ଏହି ଝିଅମାନେ ନିଜର ପରିଚୟ ବନାଇଥାନ୍ତି।
ବିଳାସପୂର୍ଣ୍ଣ ଜୀବନର ରହିଥାଏ ସୌକ:
ଯଦି ଆପଣଙ୍କର କୌଣସି ପ୍ରେମିକା ଅଛନ୍ତି ଏବଂ ତାଙ୍କର ନାମର ପ୍ରାରମ୍ଭ “ର” ଅକ୍ଷରରୁ ହେଉଛି, ତେବେ ଆପଣଙ୍କର ଜାଣିବା ଆବଶ୍ୟକ ଯେ ତାଙ୍କୁ ବିଳାସପୂର୍ଣ୍ଣ ଜୀବନଶୈଳୀ ବହୁତ ପସନ୍ଦ ହୋଇଥାଏ। ଘର, ଗାଡି, ପୋଷାକ, ଖାଦ୍ୟ ଏମାନଙ୍କୁ ପ୍ରତ୍ୟେକ ଜିନିଷରେ ବିଳାସ ଆବଶ୍ୟକ ହୋଇଥାଏ। ଏହି ଝିଅ ମାନଙ୍କୁ ଦାମି ଏବଂ ଦେଖାଇ ହେଉଥିବା ଜିନିଷ ବହୁତ ଅକର୍ଷିତ କରିଥାଏ।
ଟଙ୍କା ମାମଲାରେ ହୋଇଥାନ୍ତି କୃପଣ:
“ର” ନାମର ଝିଅମାନେ ପକେଟରୁ ଏତେ ଶୀଘ୍ର ଟଙ୍କା ବାହାର କରି ନଥାନ୍ତି। ଅର୍ଥାତ ଏହି ଝିଅମାନେ ଟଙ୍କା ମାମଲାରେ ବହୁତ କୃପଣ ହୋଇଥାନ୍ତି ଏବଂ କାହା ଉପରେ ମଧ୍ୟ ଏତେ ଶୀଘ୍ର ଖର୍ଚ୍ଚ କରି ନଥାନ୍ତି। ନିଜର ଏହି କୃପଣତା ସ୍ଵଭାବ କାରଣରୁ ଅନେକଥର ଲୋକ ଏମାନଙ୍କୁ କୁଟିଳ ମଧ୍ୟ କହିଦେଇଥାନ୍ତି।
ଦୟାଳୁ ହୋଇଥାନ୍ତି ଏହି ଝିଅମାନେ:
ହୁଏତ ନିଜ ଜୀବନସାଥୀଙ୍କୁ ହୃଦୟରୁ ନୁହେଁ ବରଂ ମସ୍ତିସ୍କରୁ ଭଲ ପାଇଥାନ୍ତି କିନ୍ତୁ ଏହି ଝିଅମାନେ ବହୁତ ଦୟାଳୁ ଏବଂ ଉଦାର ସ୍ୱଭାବର ହୋଇଥାନ୍ତି। କୁହାଯାଇଥାଏ ଯେ ଯଦି ଏମାନଙ୍କ ସାମ୍ନାରେ କୌଣସି ବ୍ୟକ୍ତି ସମସ୍ୟାରେ ଥିବେ ତେବେ ଏମାନେ ତୁରନ୍ତ ତାଙ୍କର ସାହାଯ୍ୟ କରିଥାନ୍ତି। ନିଜର ଏହି ଦୟାଳୁ ସ୍ଵଭାବ କାରଣରୁ ପରିବାର ଏବଂ ସମାଜରେ ଏମାନଙ୍କର ଗଣତି ଜଣେ ଭଲ ମଣିଷ ଭାବରେ ହୋଇଥାଏ।
ଭାବୁକ କିସମର ହୋଇଥାନ୍ତି ଏହି ଝିଅମାନେ:
“ର” ଅକ୍ଷର ନାମର ଝିଅମାନେ ବହୁତ ଭାବୁକ ହୋଇଥାନ୍ତି। କିନ୍ତୁ ଅନେକଥର ଏମାନଙ୍କର ଭାବୁକ ସ୍ଵଭାବର ଲୋକମାନେ ଅପବ୍ୟବହାର କରିଥାନ୍ତି, ଭୁଲ ଫାଇଦା ଉଠାଇଥାନ୍ତି ଏବଂ ଏହାଦ୍ୱାରା ଅନେକଥର ସମସ୍ୟାରେ ପଡିଯାନ୍ତି।
ଖୁବଶୀଘ୍ର ବନାଇ ନେଇଥାନ୍ତି ବନ୍ଧୁ:
ଏମାନଙ୍କର ଆକର୍ଷକ ସ୍ଵଭାବ କାରଣରୁ ଲୋକମାନେ ଖୁବଶୀଘ୍ର ଏମାନଙ୍କର ବନ୍ଧୁ ହୋଇଯାଇଥାନ୍ତି, ଏହା କାରଣ ଅଟେ ଯେ ଏହି ଝିଅ ମାନଙ୍କର ବନ୍ଧୁତ୍ୱ ପରିସର ବହୁତ ବଡ଼ ହୋଇଥାଏ। କୁହାଯାଇଥାଏ ଯେ ଏମାନେ କେବେହେଲେ ଏକୁଟିଆ ରହିବାକୁ ପସନ୍ଦ କରି ନଥାନ୍ତି, ଏମାନଙ୍କୁ ବନ୍ଧୁଙ୍କ ସାଥିରେ ରହିବା ବଗୁଟ ଭଲ ଲାଗିଥାଏ। କେବଳ ଏତିକି ନୁହେଁ ସେମାନଙ୍କ ସହିତ ସମୟ ବ୍ୟତୀତ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି। କାରଣ “ର” ଅକ୍ଷରର ନାମ ଥିବା ଝିଅମାନେ ବିବାଦ କରିବାକୁ ଭଲ ପାଇନଥାନ୍ତି। ବରଂ ଏମାନଙ୍କୁ ଶାନ୍ତିରେ ବଞ୍ଚିବା ବହୁତ ପସନ୍ଦ ହୋଇଥାଏ।
କ୍ରୋଧି:
ଏହି ଝିଅମାନଙ୍କ ଠାରେ ଗୋଟିଏ ଅଭାବ ବା ଖରାପ ଗୁଣ ଏହା ହେଉଛି ଯେ ଏମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଯାଇଥାଏ। ଏମାନେ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହିଁ। ବାସ୍ତବରେ ଏହି ଝିଅମାନେ ଚେଷ୍ଟା କରିଥାନ୍ତି ଯେ ସମସ୍ତଙ୍କର ସମସ୍ୟା ସମାଧାନ କରି ପାରିବେ ଏବଂ ଏହି ଚେଷ୍ଟାରେ ଏମାନେ ଅନ୍ୟର ଚିନ୍ତା ମଧ୍ୟ ନିଜ ଉପରକୁ ନେଇ ନିଅନ୍ତି।
ନିଜ ଜୀବନର ନିୟମ ସ୍ୱୟଂ କରନ୍ତି ସ୍ଥିର:
ସେମାନଙ୍କ ବିଷୟରେ ଗୋଟିଏ ଭଲ କଥା ହେଉଛି ସେମାନେ ଖୋଲା ଚିନ୍ତାଧାରା ରଖିଥାନ୍ତି ଏବଂ ନିଜ ଉପାୟରେ ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ସେମାନେ ଦୁନିଆର ଲୋକମାନଙ୍କ ବିଷୟରେ ଅଧିକ ଚିନ୍ତା କରନ୍ତି ନାହିଁ ଏବଂ ନିଜ ଜୀବନର ନିୟମ ନିଜେ ନିର୍ମିତ କରନ୍ତି। କୁହାଯାଏ ଯେ, ଏହି ଝିଅମାନଙ୍କର ନିଜର ଏକ ଭିନ୍ନ ଦୁନିଆ ରହିଥାଏ ଏବଂ ଏମାନେ ସେଥିରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କୁ ଏକଥାର ବିଶେଷ ଫରକ୍ ପଡିନଥାଏ ଯେ ଦୁନିଆର ଲୋକ କ’ଣ କହିବେ।
ଅନ୍ୟ ମାନଙ୍କ ପାଇଁ ବହୁତ ଭଲ ପ୍ରେରଣାଦାତା:
ଏମାନେ ନିଜର ଜୀବନସାଥୀଙ୍କ ସମେତ ବନ୍ଧୁଙ୍କର ବାଗୀତ ଭଲ ପ୍ରେରଣାଦାତା ହୋଇଥାନ୍ତି। ଏମାନଙ୍କୁ ଅନ୍ୟକୁ ପ୍ରେରଣା ଦେବା ବହୁତ ଭଲ ଭାବରେ ଆସିଥାଏ ଏବଂ ଏମାନଙ୍କର ଏହି ଗୁଣ ଏମାନଙ୍କର ବ୍ୟକ୍ତିତ୍ୱକୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ।