ହଜାର ହଜାର କିଲୋମିଟର ଦୂରରୁ ଦକ୍ଷିଣ ଆମେରିକାର ଆମାଜନ ନଦୀରେ ମିଳୁଥିବା ୱାଲୀ ସକର ମାଉଥ କ୍ୟାଟଫିସର ବାରାଣସୀର ଗଙ୍ଗା ନଦୀରେ ମିଳିବା ଯେତେ ଅଧିକ ଆଶ୍ଚର୍ଯ୍ୟ ସୃଷ୍ଟି କରିବାର ବିଷୟ, ବୈଜ୍ଞାନିକ ମାନଙ୍କ ପାଇଁ ସେତିକି ହିଁ ଚିନ୍ତା ପ୍ରକଟ କରିବାର କଥା ଅଟେ।
ବାରଣାସୀରେ ରାମନଗରର ରମନାରୁ ହୋଇ ବହି ଯାଉଥିବା ଗଙ୍ଗା ନଦୀରେ ନାବିକ ମାନଙ୍କୁ ଏକ ଅଜବ ପ୍ରକାରର ମାଛ ମିଳିଛି। ବିଏଚୟୁର ମାଛ ବୈଜ୍ଞାନିକ ଏହାର ଚିହ୍ନଟ ଦକ୍ଷିଣ ଆମେରିକାର ଆମାଜନ ନଦୀରେ ମିଳୁଥିବା ସକରମାଉଥ କ୍ୟାଟିଫିସ ରୂପରେ କରିଛନ୍ତି। ବୈଜ୍ଞାନିକ ମାନେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ଏହି ମାଛ ମାଂସାହାରୀ ଅଟେ ଏବଂ ଆମର ଇକୋଶିଷ୍ଟମ ପାଇଁ ବିପଦଜନକ ଅଟେ।
ଏମିତିରେ ତ ନଦୀ ଗୁଡିକ ନିଜର ଗଭୀରତା ମଧ୍ୟରେ ଅନେକ ରହସ୍ୟକୁ ଲୁଚାଇ ରଖିଥାନ୍ତି କିନ୍ତୁ ବାରାଣସୀରେ ରାମନଗରର ରମନା ଗାଁର ନଦୀରେ ଡ଼ଲଫିନଙ୍କ ସଂରକ୍ଷଣ ଏବଂ ରକ୍ଷା ପାଇଁ ରଖାଯାଇଥିବା ଗଙ୍ଗା ପ୍ରହରୀମାନଙ୍କର ଦଳ ସେସମୟରେ ମାଛ ରୂପରେ ଏକ ଅଜବ ଜିନିଷ ହାତରେ ଲାଗିଥିଲା ଯାହା କେବଳ ଗଙ୍ଗା ନଦୀ ହିଁ ନୁହେଁ ବରଂ ସମଗ୍ର ଭାରତବର୍ଷ ଏବଂ ଦକ୍ଷିଣ ଏସିଆରେ ମଧ୍ୟ ମିଳି ନଥାଏ।
ଅଜବ ପ୍ରକାରର ମୁହଁ ଥିବା ଏହି ମାଛ ଦକ୍ଷିଣ ଆମେରିକାର ଆମାଜନ ନଦୀରେ ହଜାର ହଜାର କିଲୋମିଟର ଦୂରରେ ମିଳୁଥିବା ସକରମାଉଥ କ୍ୟାଟିଫିସ ଭଳି ଦେଖାଯାଉଥିଲା। ଭାରତୀୟ ବନ୍ୟ ଜୀବ ସଂସ୍ଥା ଏବଂ ନମାମି ଗଙ୍ଗେ ଯୋଜନା ସହ ଜଡିତ ଜଳ ଜୀବ ସଂରକ୍ଷଣ ପାଇଁ କାମ କରୁଥିବା ଗଙ୍ଗା ପ୍ରହରୀ ଦର୍ଶନ ନିଷଦ କହିଛନ୍ତି ଯେ, ଡଲଫିନର ସଂରକ୍ଷଣ ସମୟରେ ହିଁ ତାଙ୍କୁ ଦ୍ୱିତୀୟଥର ଏହି ଅଜବ ପ୍ରକାରର ମାଛ ମିଳିଛି। ପ୍ରଥମଥର ସୁନେଲି ରଙ୍ଗର ମାଛ ମିଳିଥିଲା ଯାହାର ଚିହ୍ନଟ ଭାରତୀୟ ବନ୍ୟ ଜୀବ ସଂସ୍ଥା ଆମେରିକାର ଆମାଜନ ନଦୀରେ ମିଳୁଥିବା ସକର ମାଉଥ କ୍ୟାଟିଫିସ ରୂପରେ କରାଯାଇଥିଲା, ପୁଣିଥରେ ଏହି ମାଛ ମିଳିଛି।
ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଗଙ୍ଗାର ବାତାବରଣ ଏହି ମାଛ ବିନାଶ କରିଦେଇ ପାରେ। ବୈଜ୍ଞାନିକମାନେ ପରାମର୍ଶ ମଧ୍ୟ ଦେଇଛନ୍ତି ଯେ ମାଛକୁ ଗଙ୍ଗାରେ ପାଇବା ପରେ ପୁଣିଥରେ ଏଥିରେ ଛଡ଼ା ନଯାଉ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ହଜାର ହଜାର କିଲୋମିଟର ଦୂରରେ ଥିବା ସାଉଥ ଆମେରିକାର ଆମାଜନ ନଦୀରେ ମିଳୁଥିବା ସକର ମାଉଥ କ୍ୟାଟିଫିସ ଗଙ୍ଗା ନଦୀ ପର୍ଯ୍ୟନ୍ତ ପହଞ୍ଚିଲା କିପରି?
ଏହାର ଉତ୍ତର ବିଏଚୟୁର ଜନ୍ତୁ ବୈଜ୍ଞାନିକଙ୍କ ପାଖରେ ଥିଲା।ମାଛ ବୈଜ୍ଞାନିକ ପ୍ରଫେସର ବେଚନଲାଲ କହିଛନ୍ତି ଯେ ଏହି ମାଛ ଦକ୍ଷିଣ ଆମେରିକାରେ ମିଳିଥାଏ ଯାହାକୁ ସକର ମାଉଥ କ୍ୟାଟିଫିସ କୁହାଯାଇଥାଏ।
ସକର ମାଉଥ କ୍ୟାଟିଫିସ ଅନେକ ରଙ୍ଗରେ ମଧ୍ୟ ମିଳିପାରେ। କିନ୍ତୁ ଏହା ଗଙ୍ଗାରେ ମିଳିବା ଗଙ୍ଗାର ପରିସ୍ଥିତିକି ତନ୍ତ୍ର ପାଇଁ ବହୁତ ବଡ଼ ବିପଦ ଅଟେ, କାରଣ ଏହି ମାଛ ମାଂସାହାରୀ ଅଟେ ଏବଂ ଆଖପାଖରେ ଜୀବ ଜନ୍ତୁ ମାନଙ୍କୁ ଖାଇ ଜୀବିତ ରହିଥାନ୍ତି। ଏହି କାରଣରୁ ଏହା କୌଣସି ମହତ୍ତ୍ୱପୂର୍ଣ୍ଣ ମାଛ କିମ୍ବା ଜୀବକୁ ବଢିବାକୁ ଦେଇ ନଥାଏ ଯେତେବେଳେ ରହି ମାଛର ନିଜର ଖାଦ୍ୟ ମୂଲ୍ୟ କିଛି ନାହିଁ କାରଣ ଏହା ସ୍ଵାଦହୀନ ହୋଇଥାଏ।
ଏହି କାରଣରୁ ଏହା ଗଙ୍ଗାର ପରିସ୍ଥିତିକି ତନ୍ତ୍ର ପାଇଁ ବହୁତ ବଡ଼ ବିପଦ ଅଟେ। ବର୍ତ୍ତମାନ ଗଙ୍ଗା ପରି ପ୍ରବାହ ଥିବା ନଦୀରେ ମିଶିବା ପରେ ଏହାର ବୃଦ୍ଧିକୁ ମଧ୍ୟ ରୋକାଯାଇ ପାରିବ ନାହିଁ। ଏହି ମାଛ ନିଜର ସୁନ୍ଦରତା କାରଣରୁ ଅଳଙ୍କାରିକ ମାଛ ଶ୍ରେଣୀରେ ଆସିଥାଏ ଏବଂ ଲୋକମାନେ ସୌକରେ ଏହାକୁ ଏକ୍ୱେରିୟମରେ ପାଳିଥାନ୍ତି, କିନ୍ତୁ କ୍ୟାଟିଫିସ ବଡ଼ ହେଲେ ଏହାକୁ ସେମାନେ ନଦୀରେ ଛାଡି ଦେଇଥାନ୍ତି। ଏପରି କରିବା ହିଁ ବର୍ତ୍ତମାନ ଭୁଲ ପରିଣାମ ନେଇ ଆସୁଛି।