ଏହି ପୁରାଣ ରେ ଜନ୍ମ ମୃତ୍ୟୁ ବିଷୟରେ ଜଡିତ କଥା କୁହାଯାଇଛି । ଉଜ୍ଜନ ର ଜ୍ୟୋତିଷାଚାୟ୍ୟ ପଣ୍ଡିତ ମନିଷ ଶର୍ମା ଙ୍କ ଅନୁସାରେ ଗରୁଡ ପୁରାଣ ରେ ପାପ ଓ ପୁଣ୍ୟ କର୍ମ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି । ଏହି ପୁରାଣ ରେ ଆଚାର କାର୍ଡ ରେ ନିତିସାର ନାମରେ ଏକ ଅଧ୍ୟାୟ ଅଛି ଯେଉଁଥିରେ ସୁଖୀ ଓ ସଫଳ ଜୀବନ ର ନୀତି ବିଷୟରେ ବର୍ଣ୍ଣନା କରାଯାଇଛି । ଆସନ୍ତୁ ନିତିସାର ଅନୁସାରେ ଚାରୋଟି ଏମିତି କଥା ଜାଣିବା ଯାହା ଫଳରେ ଜୀବନରେ ଅସୁବିଧା ବଢ଼ିଥାଏ ତେବେ ଏହି କଥା ହିଁ ଆମକୁ ସାବଧାନ କରିଥାଏ ।
ଜୀବନସାଥି ର ଭରସା ଭାଙ୍ଗନ୍ତୁ ନାହିଁ
ବିବାହିତ ଜୀବନରେ ସବୁଠାରୁ ବଡ଼ କଥା ହେଉଛି ପତିପତ୍ନୀ ଦୁହେଁ ଦୁହିଁକୁ ଭରସା କରିବା । ଯେବେ ବିଶ୍ୱାସ ଭାଙ୍ଗିଥାଏ ତେବେ ପରିବାର ମଧ୍ୟ ଭାଙ୍ଗିପାରେ । ଯେବେ ପତିପତ୍ନୀ ଦୁହେଁ ଦୁହିଁକୁ ଭରସା କରିବା ବନ୍ଦ କରି ଦିଅନ୍ତି ତେବେ ଜୀବନ ବରବାଦ ହୋଇଯାଇଥାଏ । ଏଥିପାଇଁ ସବୁ ବେଳେ ଧ୍ୟାନ ରଖିବା ଦରକାର କି କେବେ ଜୀବନସାଥି ର ଯେମିତି ଭରସା ନ ଭାଙ୍ଗେ । ଯଦି ଏହା ଆପଣଙ୍କ ଜୀବନରେ ବାରମ୍ବାର ହେଉଛି ତେବେ ଜୀବନରେ ଅସୁବିଧା ଆସିପାରେ । ଏହି ସମୟରେ ଧର୍ଯ୍ୟ ର ସହ କାମ କରନ୍ତୁ ।
ଯେବେ ଜୀବନସାଥି ରୋଗାକ୍ରାନ୍ତ ରହିଲେ
ବ୍ୟକ୍ତି ଙ୍କୁ ଜୀବନସାଥି ଙ୍କ ସ୍ବାସ୍ଥ୍ୟ ପ୍ରତି ପୁରା ଧ୍ୟାନ ଦେବା ଦରକାର । ଯଦି କେବେ ଜୀବନସାଥି ରୋଗାକ୍ରାନ୍ତ ହେଲେ ଏହାକୁ ପ୍ରାଥମିକତା ଦେବା ଦରକାର । ରୋଗ ସମୟରେ ଯଦି ଠିକ୍ ଭାବରେ ଦେଖାଶୁଣା କରିଲେ ଦୁହିଁଙ୍କ ମଧ୍ୟରେ ପ୍ରେମ ଅଧିକ ବଢ଼ିଥାଏ । ସୁଖୀ ବୈବାହିକ ଜୀବନ ପାଇଁ ଜରୁରୀ ପତିପତ୍ନୀ ଦୁହେଁ ସୁସ୍ଥ ରହିବା ।
ଯଦି କୌଣସି ଛୋଟ ବ୍ୟକ୍ତି ଅପମାନ କରି ଦେଲେ
ସମସ୍ତେ ମାନସମ୍ମାନ ଚାହିଁଥାନ୍ତି । ଯଦି କୌଣସି ବୟସ୍କ ବ୍ୟକ୍ତି କିମ୍ବା ବଡ଼ ପଦାଧିକାରୀ କିଛି ଖରାପ କଥା କହିଲେ ଏହା ସହି ହୋଇଥାଏ କିନ୍ତୁ କୌଣସି ବୟସ ରେ ସାନ କିଛି ଅପମାନଜନକ କଥା କହିଲେ ବହୁତ ଦୁଃଖ ଲାଗିଥାଏ । ଏହି ସମୟରେ କ୍ରୋଧ କରନ୍ତୁ ନାହିଁ ଓ ଧର୍ଯ୍ୟ ସହକାରେ କାମ କରନ୍ତୁ ନହେଲେ ଅସୁବିଧା ବଢ଼ିଥାଏ ।
ବାରମ୍ବାର ଅସଫଳ ମିଳୁଥିଲେ
କୌଣସି କାମ ରେ ସଫଳତା କିମ୍ବା ବିଫଳତା ମିଳିବ ତାହା କାମ ର ଆରମ୍ଭ ରୁ ଜଣା ପଡିଯାଇଥାଏ କିନ୍ତୁ ବାରମ୍ବାର ଅସଫଳତା ହେବା ଆମ ଚେଷ୍ଟା ରେ କମି କିମ୍ବା ଆମର କାମ ଧ୍ୟାନ ଦେବା ପାଇଁ ହୋଇଥାଏ । ଅସଫଳତା ରୁ ଶିକ୍ଷା ନେଇ ସଫଳତା ମିଳିପାରିବ ।