ଗର୍ଭବତୀ ମହିଳାଙ୍କ ଗର୍ଭରୁ ଚୋରି ହେଲା ପିଲା, ନିଜ ବନ୍ଧୁ ହିଁ ଛୁରୀରେ ପେଟ ଫାଡ଼ି ବାହାର କରିନେଲେ ପିଲା।

ଅପରାଧ ଦୁନିଆରେ ଶାମିଲ ଥିବା ଲୋକଙ୍କ ମସ୍ତିଷ୍କ ବହୁତ ଭିନ୍ନ ପ୍ରକାରରେ କାମ କରିଥାଏ। ତାଙ୍କ ମନରେ କୌଣସି ପ୍ରକାରର ଭାବନା ରହି ନଥାଏ। ଅନେକ ସମୟରେ, ପ୍ରତିଶୋଧର ମନୋବୃତ୍ତିରେ ଲୋକମାନେ ଦଲଦଲରେ ଫସି ଯାଇଥାନ୍ତି। ଅପରାଧର ଏପରି ଏକ ଭୟାନକ ଘଟଣା ବ୍ରାଜିଲରୁ ସାମ୍ନାକୁ ଆସିଛି।

ଏଠାରେ ରହୁଥିବା ଜଣେ ମହିଳା ଯେତେବେଳେ ନିଜ ସାନ୍ତାନଙ୍କୁ ହରାଇଲେ ସେତେବେଳେ ନିଜ ଗର୍ଭବତୀ ବେଷ୍ଟଫ୍ରେଣ୍ଡଙ୍କର ପିଲା ଚୋରି କରିବାର ଚେଷ୍ଟା କରିଥିଲେ, ସେ ମଧ୍ୟ ତାଙ୍କ ଜୀବନ ନେଇ। ମହିଳା ଜଣଙ୍କ ପ୍ରଥମେ ନିଜ ମହିଳା ବନ୍ଧୁଙ୍କ ପେଟ ଫାଡ଼ିଲେ ଏବଂ ପେଟ ଭିତରୁ ପିଲାକୁ ବାହାର କରିନେଲେ। ପୋଲିସ ଅପରାଧର ଏହି ଘଟଣାକୁ ସମାଧାନ କରି ନେଇଛନ୍ତି। ଏହି ଘଟଣା ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ।

ଘଟଣାଟି ବ୍ରାଜିଲରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ୨୮ ବର୍ଷର ରୋଜଲବା ଗ୍ରିମ୍ମ ପୋଲିସଙ୍କ ସାମ୍ନାରେ ସ୍ୱୀକାର କରିନେଇଛନ୍ତି ଯେ ସେ କିପରି ନିଜ ଅତିପ୍ରିୟ ଏବଂ ଘନିଷ୍ଠ ବନ୍ଧୁଙ୍କର ଜୀବନ ନେଇଥିଲେ ଏବଂ ତାଙ୍କ ପେଟରୁ ପିଲା ଚୋରାଇ ନେଇଥିଲେ।

ରୋଜଲବାଙ୍କର କିଛି ଦିନ ପୂର୍ବେ ୨୪ ବର୍ଷର ଫ୍ଲାବିଆ ଗୋଡିହ୍ନୋ ସହିତ ବନ୍ଧୁତ୍ୱ ହୋଇଥିଲା। ଉଭୟ ଗର୍ଭବତୀ ଥିଲେ। କିନ୍ତୁ ଜାନୁଆରୀରେ ରୋଜଲବା ନିଜର ସନ୍ତାନଙ୍କୁ ହରାଇ ଦେଇଥିଲେ। ଏହାପରେ ସେ ବହୁତ ଦୁଃଖିତ ଥିଲେ।

ଏହି କଷ୍ଟଦାୟକ ସମୟରେ ଫ୍ଲାବିଆ ନିଜର ବନ୍ଧୁଙ୍କର ସାହାଯ୍ୟ କରୁଥିଲେ। କିନ୍ତୁ ତାଙ୍କ କଣ ଜଣାଥିଲା ଯେ, ତାଙ୍କ ବନ୍ଧୁଙ୍କ ମନରେ ଆଉକିଛି କାହାଣୀ ଚାଲୁଛି। ଫ୍ଲାବିଆଙ୍କ ପାଇଁ ରୋଜଲବା ୨୭ ଅଗଷ୍ଟ ଦିନ ଗୋଟିଏ ମିଛ ବେବି ସାୱାର ରଖିଥିଲେ। ଯେତେବେଳେ ଫ୍ଲାବିଆ ସେହି ପାର୍ଟିକୁ ଆସିଥିଲେ ସେତେବେଳେ ସେଠାରେ କେହି ଆସି ନଥିଲେ।

ସେହି ସମୟରେ ଫ୍ଲାବିଆଙ୍କ ଜୀବନ ନେଇଯାଇଥିଲେ ରୋଜଲବା। ସେ ଫ୍ଲାବିଆଙ୍କୁ ମାରି ଦେଇଥିଲେ। ଏହାର ତୁରନ୍ତ ପରେ ସେ ଫ୍ଲାବିଆର ପେଟକୁ ଏକ ଛୁରୀ ସାହାଯ୍ୟରେ ଫାଡ଼ି ଦେଇଥିଲେ ଏବଂ ତାଙ୍କ ପିଲାକୁ ବାହାର କରି ନେଇଥିଲେ।

ଅଚାନକ ପିଲାଟିକୁ ବାହାରକୁ କାଢ଼ିଦେବାରୁ ତା’ର ସ୍ୱାସ୍ଥ୍ୟ ବିଗିଡିବା ଆରମ୍ଭ ହୋଇଯାଇଥିଲା। ଯାହାପରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ପିଲାଟିକୁ ରୋଜଲବା ନେଇ ହସ୍ପିଟାଲରେ ପହଞ୍ଚିଲେ ଏବଂ ସେ ପିଲାଟିକୁ ନିଜର ବୋଲି କହିଥିଲେ। କିନ୍ତୁ ଡାକ୍ତର ମାନଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା।

ଯେତେବେଳେ ସେଠାରେ ପୋଲିସ ପହଞ୍ଚିଥିଲା ସେତେବେଳେ ସେ ରୋଜଲବାଙ୍କୁ ଗିରଫ କରିଥିଲେ। ପୋଲିସ କସ୍ଟଡିରେ ରୋଜଲବା ମାନିଥିଲେ ଯେ, ସେ ପିଲା ପାଇଁ ନିଜ ବନ୍ଧୁଙ୍କର ଜୀବନ ନେଇଛନ୍ତି। ଏହାପରେ ବର୍ତ୍ତମାନ ରୋଜଲବାଙ୍କୁ ଜେଲ ପଠାଇଦିଆଯାଇଛି।

ପୋଲିସକୁ ଦେଇଥିବା ବୟାନରେ ରୋଜଲବା କହିଛନ୍ତି ଯେ, ସେ ନିଜର ପିଲାଙ୍କୁ ହରାଇବାର କଥା ନିଜ ପରିବାରକୁ ଲୁଚାଇଥିଲେ। ସେତେବେଳେ ହିଁ ସେ ନିଷ୍ପତ୍ତି କରି ନେଇଥିଲେ ଯେ, ବର୍ତ୍ତମାନ ନିଜର ବନ୍ଧୁଙ୍କ ପିଲା ଚୋରାଇ ସେ ନିଜର କରିନେବେ। କିନ୍ତୁ ତାଙ୍କ ଯୋଜନା ସଫଳ ହୋଇପାରି ନଥିଲା।

ସୂଚନାଯୋଗ୍ୟ ଯେ, ଦୁଇବନ୍ଧୁ ପ୍ରଥମଥର ପାଇଁ ଗର୍ଭବତୀ ହୋଇଥିଲେ। କିନ୍ତୁ ଫ୍ଲାବିଆଙ୍କୁ ଅନୁମାନ ନଥିଲା ଯେ, ତାଙ୍କ ନିଜର ଘନିଷ୍ଠ ଏବଂ ପ୍ରିୟ ବନ୍ଧୁ ହିଁ ତାଙ୍କର ଜୀବନ ନେଇ ତାଙ୍କ ପିଲାକୁ ଚୋରାଇ ନେବେ।

Leave a Reply

Your email address will not be published. Required fields are marked *