ଗୋଟିଏ ବର୍ଷ ଭିତରେ ପ୍ଲାଷ୍ଟିକ କଣ୍ଢେଇରେ ବଦଳିଗଲା ଝିଅ, ୩୦୦ ସର୍ଜରୀ କରାଇବାରେ ଉଡାଇଦେଲେ ୧ କୋଟି ଟଙ୍କା

ପିଲାବେଳ ଚପଳତାରେ ଭରି ରହିଥାଏ | ଆଗ କାଳରେ ପିଲାମାନେ ଖେଳନା ପାଇଁ ଜିଦ ଧରୁଥିଲେ | ଝିଅମାନେ ବାର୍ବି ସେଟ ପାଇଁ ଦାବି କରୁଥିଲେ | କିନ୍ତୁ ସମୟ ସହିତ ପିଲାମାନଙ୍କ ଦାବି ଏବଂ ଆବଶ୍ୟକତା ବଦଳିବାକୁ ଲାଗିଲା | ବର୍ତ୍ତମାନର ପିଲାମାନେ ଡିଜିଟାଲ ହୋଇସାରିଛନ୍ତି | ତାଙ୍କର ଇଚ୍ଛା ଏବଂ ଦାବି ସମ୍ପୂର୍ଣ ବଦଳି ଯାଇଛି | ବର୍ତ୍ତମାନର ପିଲାମାନେ ଖେଳନା ନୁହେଁ ବରଂ ଖେଳନା ପରି ଦେଖାଯିବ ପାଇଁ ଦାବି କରୁଛନ୍ତି | ଏହାର ଉଦାହରଣ ହେଉଛନ୍ତି ଚୀନରେ ରହୁଥିବା ୧୪ ବର୍ଷର ଜହୋଉ ଚୁ-ନା |

ଏହି ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ମାତ୍ର ୧୩ ବର୍ଷର ବୟସରେ ପ୍ରଥମଥର ସର୍ଜରୀ କରାଇଥିଲେ | ଏହାପରେ ଏକ ବର୍ଷ ଭିତରେ ସେ ୩୦୦ରୁ ଅଧିକ ଅସ୍ତ୍ରାପଚାର କରାଇଥିଲେ | ଜହୋଉଙ୍କ ମୁତାବକ, ଏହି ସର୍ଜରୀ ଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି | ସବୁଠୁ ବଡ କଥା ଯେ, ଏକବର୍ଷରେ ନିଜର ଲୁକକୁ ବଦଳାଇବା ପାଇଁ ସେ ଏକ କୋଟି ତାଙ୍କର ଖର୍ଚ୍ଚ କରିଦେଇଥିଲେ |

ସୋସିଆଲ ମିଡିଆରେ ଜଣେ ଟିନଏଜ ଇନଫ୍ଲୁଏନସର ଦାବି କରିଛନ୍ତି ଯେ, କଣ୍ଢେଇ ପରି ଦେଖାଯିବ ପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଅସ୍ତ୍ରାପଚାର କରାଇ ସାରିଛନ୍ତି | ସେ ଗତ ବର୍ଷ ହିଁ ନିଜର ପ୍ରଥମ ସର୍ଜରୀ କରାଇଥିଲେ |

ଚୀନର ସଂଘାଇରେ ରହୁଥିବା ୧୪ ବର୍ଷର ଜହୋଉ ଚୁ-ନାଙ୍କର ଚୀନ ସୋସିଆଲ ମିଡ଼ିଆ ସାଇଟ ବିଵୋରେ ତିନି ଲକ୍ଷ ପାଞ୍ଚ ହଜାରରୁ ଅଧିକ ଅନୁସରଣକାରୀ ରହିଛନ୍ତି | ସେମାନଙ୍କ ସହିତ ଜହୋଉ ସର୍ଜରୀର ସମସ୍ତ ବିବରଣୀ ସେୟାର କରିଥାନ୍ତି |

ଏହି ବ୍ଲଗରକୁ ଲିଟିଲ ଜେଡ ନାନା ନାମରେ ସମସ୍ତେ ଜାଣନ୍ତି | ସେ ନିକଟରେ ହିଁ ନିଜ ଅନୁସାରଣକାରୀଙ୍କୁ କହିଥିଲେ ଯେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ ସର୍ଜରୀ କରାଇଛନ୍ତି | ଯେଉଁଥିରେ ଅଧିକାଂଶ ସର୍ଜରୀ ତାଙ୍କ ଆଖିର ଥିଲା |

ଟିକଟକର ଚାଇନା ଭର୍ଜନ Douyin ରେ ଏକ ଭିଡିଓ ପୋଷ୍ଟ କରି ଖୁଲାସା କରିଥିଲେ ଯେ, ମାତ୍ର ଏକବର୍ଷ ମଧ୍ୟରେ ସେ ସର୍ଜରୀ ପାଇଁ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି | ଏଥିସହିତ ସେ କହିଛନ୍ତି ଯଦିଓ ତାଙ୍କର ବୟସ ବହୁତ କାମ ଅଛି କିନ୍ତୁ ତାଙ୍କୁ ସର୍ଜରୀ ବିଷୟରେ ବହୁତ କିଛି ଜଣା ଅଛି |

ବର୍ତ୍ତମାନ ପର୍ଯ୍ୟନ୍ତ ନାନା ୬ ଥର ନିଜର ଆଖି ସର୍ଜରୀ କରାଇ ସାରିଛନ୍ତି | ଏହା ଆଖିପତା ସହ ଜଡିତ ସର୍ଜରୀ ଥିଲା | ଏହାଛଡା ଓଠ, ଦୁଇଥର ମୁହଁ, ଦୁଇଥର ଜଙ୍ଘର ଏବଂ ଠାରେ ପୁରା ଶରୀରକୁ ଛୋଟ କରାଇବା ପାଇଁ ମଧ୍ୟ ସର୍ଜରୀ କରାଇଥିଲେ |

ସେ ସୋସିଆଲ ମିଡିଆରେ ନିଜ ସର୍ଜରୀ ପରେ ମଧ୍ୟ ଅନେକ ଫୋଟୋ ସେୟାର କରିଥିଲେ | ଏଥିରେ ଝିଅଟିର ଆଖି କୋଣରେ କ୍ଷତର ଚିହ୍ନ ମଧ୍ୟ ଦେଖିବାକୁ ମିଳୁଛି| ସେ ନିଜ ପ୍ରଶଂସକଙ୍କ କହିଥିଲେ ଯେ ମାତ୍ର ଏକବର୍ଷ ମଧ୍ୟରେ ସେ ନିଜର ଚେହେରା ସମ୍ପୂର୍ଣ ବଦଳାଇ ଦେଇଛନ୍ତି |

ଏହି ସର୍ଜରୀ ଗୁଡିକ ପରେ ବର୍ତ୍ତମାନ ତାଙ୍କର ଆତ୍ମବିଶ୍ୱାସ ବହୁତ ବଢି ଯାଇଛି | ସେ ନିଜକୁ ଆଗଠୁ ଖୁବ ଅଧିକ ସୁନ୍ଦର ଏବଂ ଆକର୍ଷକ ମାନିବାକୁ ଲାଗିଛନ୍ତି | ନାନା ଏହା ମଧ୍ୟ କହିଛନ୍ତି ଯେ, ସର୍ଜରୀ କାରଣରୁ ସେ ସ୍କୁଲ ମଧ୍ୟ ଯାଇପାରି ନଥିଲେ |

ନାନା ସୋସିଆଲ ମିଡିଆରେ ନିଜର ଅନଫିଲ୍ଟରଡ ଫୋଟୋ ମଧ୍ୟ ସେୟାର କରିଥାନ୍ତି | ତାଙ୍କ କହିବା ମୁତାବକ, ପ୍ରଥମ ଫୋଟୋ ତାଙ୍କୁ ବହୁତ କିଛି ଶିଖାଇଥାଏ | ତାଙ୍କୁ ଅନୁଭବ କରାଇଥାଏ ଜୀବନରେ କିଛି ମଧ୍ୟ ଅସମ୍ଭବ ନୁହେଁ |

ସ୍କୁଲ ଯିବା ପରିବର୍ତ୍ତେ ନାନା ଅନଲାଇନରେ ଟଙ୍କା ଅର୍ଜନ କରିଥାନ୍ତି | ସେ ଅନେକ ଶୋ’ରେ ଅଂଶ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ଅନେକ ଶୋ’ର ଅଫର ତାଙ୍କୁ ଆସିଥାଏ | ନିଜ ଜୀବନକୁ ନେଇ ନାନା ବହୁତ ଖୁସି ଅଛନ୍ତି | ତାଙ୍କୁ ସର୍ଜରୀ କରାଇବାକୁ ନେଇ କୌଣସି ପଶ୍ଚାତାପ ହେଉ ନାହିଁ |

Leave a Reply

Your email address will not be published. Required fields are marked *