ବନ୍ଧୁଗଣ ଆଜି କାଲି ସବୁ ମୌସୁମୀ ରେ ମଧ୍ୟ ଘରେ ମଶା ମାଛି ଆସି ଥାଆନ୍ତି । ଏମାନଙ୍କୁ ଘରୁ ବାହାର କରିବାକୁ ଲୋକ ମାନେ ପ୍ରତିଦିନ କିଛି ନୂଆ ନୂଆ ଉପାୟ କରିଥାନ୍ତି । ଅଧିକାଂଶ ଲୋକ ତ ଏହି ସବୁ ମଶା ମାଛି ଙ୍କ ଠାରୁ ମୁକ୍ତି ପାଇବାକୁ କେତେ ସବୁ ଗ୍ୟାସ ଓ କୟେଲ ର ବ୍ୟବହାର କରି ଥାଆନ୍ତି । କିନ୍ତୁ ଏହା ଦ୍ଵାରା ଆମ ଶରୀରକୁ କ୍ଷତି ହୋଇଥାଏ ।
ଏମିତିରେ ବି ଆପଣ ଘରୋଇ ଉପଚାର କରି ବି ସହଜରେ ଏହି ସବୁରୁ ମୁକ୍ତି ପାଇ ପାରିବେ । ଆଜି ଆମେ ଏଠାରେ ସେହି ସହଜ ଉପାୟ ବିଷୟରେ କହିବୁ । ଯାହାର ଦୁର୍ଗନ୍ଧ ମଶା ମାଛି ଙ୍କୁ ଘରୁ ସବୁଦିନ ପାଇଁ ବାହାର କରି ଦେଇଥାଏ । ଆପଣଙ୍କୁ ଆମେ କେତେ ଗୁଡ଼ିକ ଉପାୟ କହିବୁ ସେଥିରୁ ଆପଣଙ୍କୁ ଯେଉଁଟା ଭଲ ଓ ସୁବିଧା ଲାଗିବ ସେହି ଉପାୟ କରନ୍ତୁ।
ଲବଙ୍ଗ ଓ ନଡ଼ିଆ ତେଲ: ମଶା ମାଛି ଙ୍କୁ ଲବଙ୍ଗ ଓ ନଡ଼ିଆ ତେଲର ବାସ୍ନା ବିଲକୁଲ୍ ପସନ୍ଦ ହୋଇନଥାଏ । ନଡ଼ିଆ ତେଲରେ ଲବଙ୍ଗ ତେଲ ମିଶେଇ ଦିଅନ୍ତୁ ଏବଂ ଏହାକୁ ନିଜ ଶରୀରରେ ଲଗାନ୍ତୁ । ଏହା କଲେ ମଶା ଆପଣଙ୍କ ପାଖକୁ ଆସିବ ନାହିଁ ।
କର୍ପୁର: ଘରରରୁ ମଶା ଙ୍କୁ ବାହାର କରିବା ପାଇଁ ସମସ୍ତ ଘର ର କବାଟ ଝରକା ବନ୍ଦ କରି ଦିଅନ୍ତୁ ଏବଂ ଏହା ପରେ ଘରେ ଭିତରେ କର୍ପୁର ଜଲାନ୍ତୁ। ଏହାର ବାସ୍ନାରେ ମଶା ମାନେ ବେହୋସ ହୋଇଯିବେ ।
ଲେମ୍ବୁ ରସ: ଲେମ୍ବୁ ରସ ମଶା ମାନଙ୍କୁ ବାହାର କରିବାକୁ ସବୁଠାରୁ ସହଜ ଉପାୟ ଅଟେ । ଏହି ରସକୁ ଖାଲି ଲିକୁଡ ବକ୍ସ ଭିତରେ ଭରି ଦିଅନ୍ତୁ ଏହାର ପ୍ରୟୋଗ କରିବା ଦ୍ଵାର ମଶା ପାଲେଇବେ ।
ନିମ୍ବ ତେଲ: ଘରର ମାସାକୁ ବାହାର କରିବା ପାଇଁ ନିମ୍ବ ତେଲକୁ ଘର ର ସବୁଆଡେ ଟିକେ ଛିଞ୍ଚି ଦିଅନ୍ତୁ । ଏହା ଦ୍ବାରା ମଶା ଆଉ ଆସିବେ ନାହିଁ ।
ତୁଳସୀ: ତୁଳସୀ ଗଛତ ସମସ୍ତଙ୍କ ଘରେ ଥାଏ ଏହାର ବାସ୍ନାରେ ବି ମଶା ଦୂରେଇ ଯାଇଥାନ୍ତି । ଶରୀରରେ ବି ତୁଳସୀ ପତ୍ରର ରସ ଲଗେଇବା ଦ୍ଵାରା ମଧ୍ୟ ମଶା କାମୁଡି ନଥାଏ ।
ରସୁଣ: ରସୁଣ ପାଖୁଡ଼ା କୁ କାନ୍ଥ ର କୋଣରେ, ଯେଉଁଠାରେ ମଶା ମାଛି ଅଧିକ ରହି ଥାଆନ୍ତି ସେଠି ରଖି ଦିଅନ୍ତୁ । ଏହାର ବାସ୍ନାରେ ରେ ବି ମଶା ଘର ର ପାଖା ପାଖି ଆସିବେ ନାହିଁ ।
ନିମ୍ବ ତେଲ ଓ ନଡ଼ିଆ ତେଲ: ନିମ୍ବ ଓ ନଡ଼ିଆ ତେଲକୁ ଶରୀରରେ ଲଗେଇବା ଦ୍ଵାରା ମଶା ଆଉ କମୁଡେ ନାହିଁ । ଆପଣ ଚାହିଁବେ ତ ଘରେ ନିମ୍ବ ଓ ନଡ଼ିଆ ତେଲର ଦୀପ ଘରେ ଲଗାଇ ପାରିବେ ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |