ଘରର ବୟସ୍କ ଗୁରୁଜନ ମାନେ ଅଧିକାଂଶ ସମୟରେ ଝାଡୁକୁ ନେଇ କିଛି କଥା କହିଥାନ୍ତି ଯେମିତିକି ଝାଡୁକୁ ଓଲଟା ରଖିବା ଖରାପ ହୋଇଥାଏ ଅଥବା ଝାଡୁ ଉପରେ ଗୋଡ଼ ମାରିବା ଦ୍ୱାରା ଲକ୍ଷ୍ମୀ ମାତା ରୁଷ୍ଟ ହୋଇଯାଇଥାନ୍ତି। ବାସ୍ତୁଶାସ୍ତ୍ରରେ ମଧ୍ୟ ଝାଡୁର ବହୁତ ମହତ୍ତ୍ୱ ରହିଛି ଏବଂ ଏହାକୁ ଲଗାଇବା ଏବଂ ରଖିବାର କିଛି ନିୟମ ମଧ୍ୟ ବନଯାଇଛି। ଆସନ୍ତୁ ଜାଣିବା ଏବିଷୟରେ….
ପୌରାଣିକ ଗ୍ରନ୍ଥରେ କୁହାଯାଇଥାଏ ଯେ, ଅନ୍ଧାରରେ ଘରେ ଝାଡୁ ଲଗାଇବା ଅଶୁଭ ହୋଇଥାଏ। ଏହାଛଡା ଯେତେବେଳେ ପରିବାରର କୌଣସି ସଦସ୍ୟ ଘରୁ ବହାରକୁ ଯାଇଥାନ୍ତି ସେତେବେଳେ ତୁରନ୍ତ ଝାଡୁ ଲଗାଇବା ମଧ୍ୟ ଅଶୁଭ ହୋଇଥାଏ। ତାଙ୍କ ଯିବାର ୧ କିମ୍ବା ୨ ଘଣ୍ଟା ପରେ ଘର ଝାଡୁ କରନ୍ତୁ।
ଝାଡୁ ଉପରେ ଗୋଡ଼ ରଖିବା ମଧ୍ୟ ଉଚିତ ହୋଇ ନଥାଏ। କୁହାଯାଏ ଯେ, ଏମିତି କରିବା ଦ୍ୱାରା ଲକ୍ଷ୍ମୀ ମାତା ରୁଷ୍ଟ ହୋଇଯାଇଥାନ୍ତି। କୁହାଯାଇଥାଏ ଯେ, ଝାଡୁର ଆଦର କଲେ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
କେବେହେଲେ ଘରେ ଓଲଟା ଝାଡୁ ରଖିବା ଉଚିତ ନୁହେଁ। କୁହାଯାଏ ଏହାଦ୍ବାରା ଘରେ କଳହ ବଢ଼ିଥାଏ।
ଝାଡୁକୁ କେବେହେଲେ ଘର ବାହାରେ କିମ୍ବା ଛାତ ଉପରେ ରଖିବା ଉଚିତ ନୁହେଁ। କୁହାଯାଇଥାଏ ଯେ, ଏମିତି କରିବା ଦ୍ୱାରା ଘରେ ଚୋରି ହେବାର ଭୟ ଉତ୍ପନ୍ନ ହୋଇଥାଏ।
ଝାଡୁକି ସବୁବେଳେ ଏମିତି ସ୍ଥାନରେ ରଖିବା ଉଚିତ ଯେଉଁଠାରେ ଘର କିମ୍ବା ବାହାରର କୌଣସି ବ୍ୟକ୍ତିଙ୍କ ନଜର ସାମ୍ନାକୁ ଆସିବ ନାହିଁ।
ଘରେ ଯଦି କୌଣସି ଛୋଟ ପିଲା ଅଚାନକ ଝାଡୁ ଲଗାଇବା ଆରମ୍ଭ କରିଦିଏ ତେବେ କୁହାଯାଏ ଯେ ଏହାଦ୍ବାରା ଘରକୁ ଅବାଞ୍ଛିତ ଅତିଥୀ ଆସିବାର ଯୋଗ ସୃଷ୍ଟି ହୋଇଥାଏ।
ନୂତନ ଘର ବନାଇବା ପରେ ସେଠାକୁ ପୁରୁଣା ଝାଡୁ ନେଇଯିବା ଅଶୁଭ ମଧ୍ୟ କୁହାଯାଇଥାଏ।
ସ୍ୱପ୍ନରେ ଯଦି କେହି ନୂତନ ଝାଡୁ ଧରି ଠିଆ ହୋଇଥିବାର ଦେଖାଯାଏ ତେବେ ଏହା ସୌଭାଗ୍ୟର ପ୍ରତୀକ ହୋଇଥାଏ।