ଘରେ ପଶିଲା ଚୋର, AC ଥଣ୍ଡା ପବନ ମିଳିବାରୁ ମାଲିକ ବିଛଣା ତଳେ ଶୋଇଗଲେ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଚୋରର କାରନାମାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହିତ ଆପଣଙ୍କୁ ହସ ମଧ୍ୟ ଲାଗିବ। ତେବେ ଏହି ଚୋର ଘରୁ ଜିନିଷ ଚୋରାଇବା ପାଇଁ ପଶିଥିଲା କିନ୍ତୁ ସେ ଯାହା କରିଲା ତାହା ଜାଣିବା ପରେ ସମସ୍ତଙ୍କର ହୋଶ ଉଡ଼ିଗଲା।

ବାସ୍ତବରେ ଏହି ମାମଲା ଗୋଦାବରୀ ଜିଲ୍ଲାର ଗୋକବାରମ ଗାଁର ଅଟେ। ୨୧ ବର୍ଷୀୟ ସୁରୀ ବାବୁ ସେଠାରେ ରହୁଥିବା ସତ୍ତୀ ଭେଙ୍କଟ ରେଡ୍ଡୀଙ୍କ ଘରେ ଚୋରି କରିବାର ଯୋଜନା ବନାଇ ଥିଲେ। ସତ୍ତୀ ଭେଙ୍କଟ ରେଡ୍ଡୀ ଏକ ପେଟ୍ରୋଲ ପମ୍ପର ମାଲିକ ଅଟନ୍ତି ଏହା ଭାବି ଚୋରଟି ମୋଟା ଅଙ୍କରେ ଚୋରି କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ପାଶିଥିଲେ।

ଚୋର ଘର ଭିତରକୁ ଲୁଟିବାର ଉଦ୍ଦେଶ୍ୟରେ ପଶିଥିଲା କିନ୍ତୁ ଏୟାର କଣ୍ଡିସନରର ଥଣ୍ଡା ପବନ ପାଇ ନିଘୋଡ଼ ନିଦରେ ଶୋଇପଡ଼ିଲା ଏବଂ ଯେତେବେଳେ ତା’ର ଆଖି ଖୋଲିଥିଲା ସେ ନିଜକୁ ପୋଲିସ ଗିରଫରେ ପାଇଲା। କେବଳ ସେତିକି ନୁହେଁ କରୋନା ପ୍ରକୋପକୁ ଧ୍ୟାନରେ ରଖି ଆରୋପୀ ସୁରୀ ବାବୁ ମୁହଁରେ ମାସ୍କ ଲଗାଇ ଘର ଭିତରକୁ ଚୋରି ଉଦ୍ଦେଶ୍ୟରେ ପଶିଥିଲା।

ଆରୋପୀ ସୁରୀ ପୋଲିସକୁ କହିଥିଲେ ଯେ ଗତ କିଛି ଦିନ ହେବ ସେ ଘର ମାଲିକର ଦିନଚାର୍ଯ୍ୟାକୁ ଭଲ ଭାବରେ ଅଧ୍ୟୟନ କରି ରଖିଛି। ଏହି କାରଣରୁ ସେ ନିଶ୍ଚିତ ଥିଲା ଯେ ତା’ର ଚୋରି କେବେହେଲେ ଧରାପଡିବ ନାହିଁ। ଯୋଜନା ମୁତାବକ, ସୁରୀ ୧୨ ସେପ୍ଟେମ୍ବରକୁ ସକାଳ ୪ଟା ବେଳେ ଘରେ ପାଶିଥିଲେ ଏବଂ ଘରର ମାଲିକ ସତ୍ତୀ ଭେଙ୍କଟ ରେଡ୍ଡୀଙ୍କ କୋଠରୀରେ ପଶି ଯାଇଥିଲେ, ଯିଏକି ସେ ସମୟରେ ଗଭୀର ନିଦରେ ଶୋଇଥିଲେ।

ଆରୋପୀ ସୁରୀ ବାବୁ କହିଥିଲେ ଯେ, ସେ ଦିନ ସାରା ଥକି ଯାଇଥିଲେ ଏବଂ ଯେତେବେଳେ ଅଚାନକ କୋଠରୀ ଭିତରେ ACର ଥଣ୍ଡା ପବନ ଅନୁଭୂତ କରିଥିଲେ ସେତେବେଳେ ତାଙ୍କୁ ଅତି ଜୋରରେ ନିଦ ଆସି ଯାଇଥିଲା। ପୁଣି ସେ ଘରର ମାଲିକ ରେଡ୍ଡୀଙ୍କ ପଲଙ୍କ ତଳେ କିଛି ସମୟ ଆରାମ କରିବାର ନିଷ୍ପତ୍ତି ନେଇଥିଲେ। ଆଶ୍ଚର୍ଯ୍ୟର କଥା ଏହା ଯେ ଶୀଘ୍ର ହିଁ ଚୋର ଜୋର ଜୋରରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥିଲେ ସେତେବେଳେ ଘୁଙ୍ଗୁଡ଼ି ଶୁଣି ମାଲିକର ନିଦ ଖୋଲି ଯାଇଥିଲା।

ଏହାପରେ ମାଲିକ ରେଡ୍ଡୀ ବାହାରକୁ ବାହାରି ଚୋରକୁ ଘର ଭିତରେ ବନ୍ଦ କରି ଦେଇଥିଲେ ଏବଂ ପୋଲିସକୁ ଫୋନ ଲଗାଇଥିଲେ। ସକାଳୁ ପାଖାପାଖି ସାଢ଼େ ୭ଟା ସମୟରେ ଆରୋପୀ ସୁରୀ ବାବୁଙ୍କୁ ପୋଲିସ ଘରକୁ ଆସି ଉଠାଇଥିଲେ ଏବଂ ଗିରଫ କରି ନେଇ ଯାଇଥିଲେ।

ପଚରାଉଚରାରେ ଚୋର କହିଥିଲା ଯେ, ସେ ଏକ ମିଠା ଦୋକାନରେ ଛୋଟ ମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କରୋନା ତାଲାବନ୍ଦ କାରଣରୁ ସେ ଅଭାବରେ ଗତି କରୁଥିଲେ। ସେ ପ୍ରଥମଥର କୌଣସି ଚୋରି କରିବାକୁ ଯାଉଥିଲେ କିନ୍ତୁ ତାଙ୍କ ନିଦ ବହୁତ ମହଙ୍ଗା ପଡିଗଲା ଏବଂ ବର୍ତ୍ତମାନ ସେ ପୋଲିସ ଗିରଫରେ ଅଛନ୍ତି।

Leave a Reply

Your email address will not be published. Required fields are marked *