ଚଳିତ ବର୍ଷ ନଭେମ୍ବର ମାସ ହେବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କଣ ହେବ..

୨୦୨୦ ମସିହାର ଶେଷ ଦ୍ଵିତୀୟ ମାସ ନଭେମ୍ବର ଚାଲୁଛି ଏବଂ ଏହି ମାସରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି | ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ମାସ ୩୦ ତାରିଖ ସୋମବାର ଦିନ ଲାଗିବ | ଚଳିତ ବର୍ଷରେ ମୋଟ ୬ ଗୋଟି (ଚନ୍ଦ୍ର ଗ୍ରହଣ- ୪ ଏବଂ ସୂର୍ଯ୍ୟ ଗ୍ରହଣ- ୨) ଗ୍ରହଣ ଲାଗିବାର ଅଛି | ଯେଉଁଥିରୁ ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ଦିନ ଏବଂ ଶେଷ ସୂର୍ଯ୍ୟ ଡିସେମ୍ବରରେ ଲାଗିବ |

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏକ ଉପାଛାୟା ଚନ୍ଦ୍ରଗ୍ରହଣ ରହିବ, ଏହି କାରଣରୁ ଚନ୍ଦ୍ରଗ୍ରହଣର ସୂତକ କାଳ ମାନ୍ୟ ହେବ ନାହିଁ | ଏହି ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବର ଦିନ ୧.୦୪ ସମୟରେ ଲାଗିବ ଏବଂ ସନ୍ଧ୍ୟା ୫:୨୨ ସମୟରେ ପର୍ଯ୍ୟନ୍ତ ରହିବ | ଏହା ଭାରତରେ ନଜର ଆସିବା ନାହିଁ | ଏଥିପାଇଁ ସୂତକ କାଳ ମାନ୍ୟ ହେବ ନାହିଁ |

ଚନ୍ଦ୍ରଗ୍ରହଣର ତିଥି ଏବଂ ଏବଂ ସମୟ:

ଗ୍ରହଣର ପ୍ରାରମ୍ଭ: ୩୦ ନଭେମ୍ବର ୨୦୨୦ର ଦ୍ବିପ୍ରହର ୧:୦୪ ସମୟରେ | ଗ୍ରହଣର ମଧ୍ୟକାଳ: ୩୦ ନଭେମ୍ବର ୨୦୨୦ ସନ୍ଧ୍ୟା ୫:୨୨ ସମୟରେ | ଜ୍ୟୋତିଷଚାର୍ଯ୍ୟ ମତ ଅନୁସାରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟଗ୍ରହଣରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଉପରେ କିଛି ସକାରାତ୍ମକ ଆଉ କିଛି ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ | ଏବର୍ଷ ମୋଟ ୪ ଗୋଟି ଚନ୍ଦ୍ର ଗ୍ରହଣ ପଡିଛି |

ବର୍ଷର ଶେଷ ଚନ୍ଦ୍ରଗ୍ରହଣ କେଉଁଠି କେଉଁଠି ହେବ ଦୃଶ୍ୟମାନ:

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ଅଂଶରେ ଦେଖା ଦେବ | ତେବେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ଏହି କାରଣରୁ ଏହାର ପ୍ରଭାବ ଭାରତ ଉପରେ ପଡିବ ନାହିଁ |

ସୂତକ କାଳ:

ଗ୍ରହଣର ପୂର୍ବ ସମୟକୁ ସୂତକ କାଳ କୁହନ୍ତି | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂତକ କାଳ ଗ୍ରହଣ ଲାଗିବା ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ଗ୍ରହଣ ଶେଷ ହେବା ସହିତ ହିଁ ଶେଷ ହୋଇଥାଏ | ଏଥିପାଇଁ ଗ୍ରହଣ ଲାଗିବା ପୂର୍ବରୁ କୌଣସି ମଧ୍ୟ ଶୁଭ କାର୍ଯ୍ୟ କରିବା ବର୍ଜିତ ହୋଇଥାଏ | ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ଏଥିପାଇଁ ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ |

ଚନ୍ଦ୍ରଗ୍ରହଣ କାହାକୁ କୁହନ୍ତି:

ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ଏକାପ୍ରକାରର ଅଦ୍ଭୁତ ସ୍ବର୍ଗୀୟ ଘଟଣାକ୍ରମ ଅଟେ | ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କ ମଧ୍ୟରେ ପୃଥିବୀ ଆସିଥାଏ ଏବଂ ଏହାର ଛାୟା ଦ୍ୱାରା ଚନ୍ଦ୍ରମା ସମ୍ପୂର୍ଣ୍ଣ ଢାଙ୍କି ହୋଇଯାଇଥାଏ ତେବେ ଏମିତିରେ ଏହାକୁ ଚନ୍ଦ୍ର ଗ୍ରହଣ କୁହାଯାଇଥାଏ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *