ଚାଣକ୍ୟ, ବିଦୁର ଏବଂ ଗଙ୍ଗାପୁତ୍ର ଭୀଷ୍ମ ନୀତି ଶାସ୍ତ୍ରରେ ମହାନ ବିଦ୍ୱାନଙ୍କ ମଧ୍ୟରେ ରହିଛନ୍ତି, ଏମାନଙ୍କର ନୀତି ଏବଂ ଜୀବନ ସମ୍ବନ୍ଧିତ ଜ୍ଞାନ ଭାରତରେ ହିଁ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଅଟେ। ଏହାଛଡା ହିତୋପଦେଶ, ଜାତକ କଥା ଏବଂ ଅନ୍ୟ ନୀତି କଥାରୁ ମଧ୍ୟ ଆମକୁ ଜୀବନର ଜ୍ଞାନ, ନୀତିର ଜ୍ଞାନ ଏବଂ ଧର୍ମ ସମ୍ବନ୍ଧିତ ଶିକ୍ଷା ପ୍ରାପ୍ତ ହୋଇଥାଏ। ଏଥିରେ ଏମିତି କିଛି କଥା ଲେଖା ଯାଇଛି ଯେ, ଯାହା ଆପଣଙ୍କୁ ଅବଶ୍ୟ ଜାଣିବା ଉଚିତ। ଏହି ପୌରାଣିକ କଥା ଗୁଡିକରେ ଆଜି ଆମେ ଏପରି ୧୦ ଗୋଟି କଥାର ସଂକଳନ କରିଛୁ, ଯାହା ଆମେ ଅନ୍ୟଠାରୁ ଗୋପନୀୟ ରଖିବା ଉଚିତ। ଆସନ୍ତୁ ଜାଣିବା କଣ ରହିଛି ସେହି ୧୦ ଗୋଟି କଥା ଯାହା ଆପଣ କାହାକୁ କହିବା ଉଚିତ ନୁହେଁ।
ଆପଣଙ୍କୁ ସବୁବେଳେ ଏପରି ଲୋକଙ୍କ ଠାରୁ ସାବଧାନ ରହିବା ଉଚିତ, ଯେଉଁମାନେ ଆପଣଙ୍କ ବିଷୟରେ ଖୋଳ ତାଡ଼ କରି ପଚରାଉଚରା କରିଥାନ୍ତି। ଯଦି କେହି ଆପଣଙ୍କ ଶକ୍ତି, ଦୁର୍ବଳତା ଏବଂ ବ୍ୟାକଗ୍ରାଉଣ୍ଡ।ଜାଣିବାକୁ ଚେଷ୍ଟା କରନ୍ତି ତେବେ ବୁଝି ଯାଆନ୍ତୁ ସେ ଆପଣଙ୍କର ଅହିତ ଚାହୁଁଛନ୍ତି।
ଘର ପରିବାର କଥା:
ବହଜେଟ ଲୋକ ଏପରି ରହିଥାନ୍ତି, ଯେଉଁମାନେ ନିଜ ଘର ପରିବାରର କଥା ନିଜର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହଜେଟ ସେୟାର କରିଥାନ୍ତି, ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ସମ୍ଭାଳି କରି ରୁହନ୍ତୁ ନହେଲେ ଆପଣଙ୍କୁ ପରେ ହଇରାଣ ହେବାକୁ ପଡିବ। ବାସ୍ତବରେ ଘର ପରିବାରର କଥା ହେବାରୁ ଘରର ସଦସ୍ୟ ମାନଙ୍କ ମଧ୍ୟରେ ପରସ୍ପର ମନ ମାଳିନ୍ୟ ଏବଂ ଅବିଶ୍ୱାସର ଭାବନା ବଢ଼ିଥାଏ। ଚେଷ୍ଟା କରିବା ଉଚିତ ଯେ, ଘରର କଥା ଘର ଭିତରେ ହିଁ ରହୁ। ଏହାଦ୍ୱାରା ଆପଣଙ୍କର ପରିବାର ସୁଖୀ ରହିବ।
ଘର ପରିବାରରେ ଛୋଟ ଛୋଟ ସମସ୍ୟା ରହିଥାଏ କିନ୍ତୁ ନିଜ ଘରର କଥା ବାହାରକୁ ନେବା ଉଚିତ ନୁହେଁ। କିଛି ଲୋକ ଏପରି ମଧ୍ୟ ରହିଥାନ୍ତି, ଯେଉଁମାନେ ନିଜ ପତ୍ନୀଙ୍କ ସହିତ ସମ୍ପର୍କକୁ ଅନ୍ୟକୁ କହିଥାନ୍ତି। ସର୍ବଦା ଚେଷ୍ଟା କରନ୍ତୁ ଯେ ନିଜର ଘର ପରିବାରର କଥା ନିଜ ପର୍ଯ୍ୟନ୍ତ ରଖନ୍ତୁ, ଶୁଣୁଥିବା ଲୋକ ତାଳି ବଜାଇ ହଟି ଯିବେ ପରେ ଆପଣଙ୍କୁ କ୍ଷତି ସହିବାକୁ ପଡିବ। ନିଜ ଘରର କଥା କହି ଆପଣ ଅନ୍ୟର ସହାନୁଭୂତି ନିଶ୍ଚୟ ହାସଲ କରି ପାରିବେ, କିନ୍ତୁ ଏହାଦ୍ବାରା ଆପଣଙ୍କର ଦୁର୍ବଳତାର ପ୍ରଦର୍ଶନ ହେବ।
ଘରର ରହସ୍ୟ:
ଅନେକ ଲୋକ ରହିଥାନ୍ତି, ଯେଉଁମାନେ ନିଜର ଘର ଦେଖାଇବା ଚକ୍କରରେ ଘରର ସମସ୍ତ କୋଣ କୋଣ ସହିତ ଅବଗତ କରାଇ ଦେଇଥାନ୍ତି। ଯେଉଁମାନେ ଆପଣଙ୍କ ବିଶ୍ୱାସପାତ୍ର ସେମାନଙ୍କୁ ଆପଣ ଘର ଦେଖାଇ ପାରିବେ, କିନ୍ତୁ ଦେଖାଯାଏ ଯେ କିଛି ଲୋକ ନିଜ ଘରକୁ ଆସିଥିବା ସମସ୍ତଙ୍କୁ ଘରର ରହସ୍ୟ କହିଥାନ୍ତି। ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ସାବଧାନ ରୁହନ୍ତୁ, ନହେଲେ ବଡ଼ ଧରଣର ସମସ୍ୟାରେ ପଡି ପାରିବେ।
ପୁରୁଣା କାଳର କଥା କୁହାଯାଏ ତେବେ ଲୋକମାନେ ଯୌଥ ପରିବାରରେ ରହୁଥିଲେ ଏବଂ ଘର ମଧ୍ୟ ବହୁତ ବଡ଼ ବଡ଼ ଥିଲା। ସେସମୟରେ ଧାରଣା ପ୍ରଚାଳିତ ଥିଲା ଯେ କାହାରିକୁ ମଧ୍ୟ ନିଜ ଘରର ରହସ୍ୟ କହିବା ଉଚିତ ନୁହେଁ। ସମସ୍ତ କୋଠରୀ ଭିନ୍ନ ଭିନ୍ନ ହୋଇଥାଏ ଏବଂ ସମସ୍ତଙ୍କର ନିଜର ବ୍ୟକ୍ତିଗତ ଜୀବନ ରହୁଥିଲା। ତାହେଲେ ଯଦି ଆପଣଙ୍କ ଘରକୁ କୌଣସି ସମ୍ପର୍କୀୟ ଯିବା ଆସିବା କରୁଛନ୍ତି ତେବେ ଆପଣ ଏହା ସୁନିଶ୍ଚିତ କରି ନିଅନ୍ତୁ ଯେ ତାଙ୍କର ଯିବା ଆସିବା କେବଳ ଆପଣଙ୍କ ଅତିଥି ଗୃହ ପର୍ଯ୍ୟନ୍ତ ରହୁ।
ଧନ:
ଲୋକଙ୍କୁ ଏହା ଜାଣିବାର ସର୍ବଦା ଇଚ୍ଛା ରହିଥାଏ ଯେ ଆପଣ କେତେ ଟଙ୍କା ଉପାର୍ଜନ କରୁଛନ୍ତି। ଯଦି ଆପଣ ଏମାନଙ୍କୁ ନକହିବେ ତେବେ ଏମାନେ ଅନ୍ୟ ଉପାୟରେ ଜାଣିବା ପାଇଁ ଚେଷ୍ଟା କରିବେ। ତେବେ ନିଜ ଧନର କଥା ସବୁବେଳେ ଗୋପନୀୟ ରଖିବା ଉଚିତ। କହି ରଖୁଛୁ ସର୍ବଦା ପରାମର୍ଶ ଦିଆଯାଏ ଯେ, ନିଜର ଧନର ସୂଚନା କାହାରିକୁ ଦିଆଯିବା ଠିକ ନୁହେଁ କିନ୍ତୁ ନିଜ ସ୍ତ୍ରୀଙ୍କୁ ଏବିଷୟରେ ନିଶ୍ଚିତ ଭାବରେ କୁହନ୍ତୁ।
ଅପମାନ:
କେବେ ମଧ୍ୟ ଅପମାନର ସହନ କରିବା ଉଚିତ ନୁହେଁ, ଯଦି ଆପଣଙ୍କର ସାମାଜିକ ରୂପରେ ଅପମାନ କରାଯାଉଛି ତେବେ ଏହାର ବିରୋଧ ନିଶ୍ଚିତ ଭାବରେ କରନ୍ତୁ। କିନ୍ତୁ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ନିଜ ମସ୍ତିଷ୍କରେ ଘର କରିବାକୁ ଦିଅନ୍ତୁ ନାହିଁ, ବରଂ ଏହି ଚେଷ୍ଟା କରନ୍ତୁ ଯେ ଆପଣଙ୍କ ସହିତ ଦ୍ଵିତୀୟଥର ଏପରି କେହି ନକରି ପାରନ୍ତୁ। ଏଥିସହିତ ଏହା ମନେ ରଖନ୍ତୁ ଯେ କେବେହେଲେ ସହାନୁଭୂତି ପାଇବା ପାଇଁ ନିଜର ଅପମାନର ପ୍ରଚାର ପ୍ରସାର କରନ୍ତୁ ନାହିଁ। ଯଦି ଆପଣ ନିଜର ଅପମାନର ପ୍ରଚାର ପ୍ରସାର କରନ୍ତି ତେବେ ଆପଣ କେବଳ ହାସ୍ୟର ପାତ୍ର ହେବେ।
ଅଯୋଗ୍ୟତା କିମ୍ବା ଦୁର୍ବଳତା:
କୁହାଯାଏ ଯେ, ନିଜର ଦୁର୍ବଳତା ବିଷୟରେ କାହାରିକୁ କହିବା ଉଚିତ ନୁହେଁ, ନହେଲେ ଲୋକ ଆପଣଙ୍କର ଭୁଲ ଫାଇଦା ଉଠାଇବେ। ଯଦି ଆପଣ ନିଜର ଦୁର୍ବଳତା ବିଷୟରେ କାହାରିକୁ କହିଥାନ୍ତି ତେବେ ହୋଇପାରେ ଯେ ସେ ଆପଣଙ୍କ ସହିତ ଅନୁଚିତ ବ୍ୟବହାର କରିବାକୁ ଲାଗିବେ କିମ୍ବା ଆପଣଙ୍କ ଉପରେ ମାନସିକ ଚାପ ପକାଇବେ। ଏଥିପାଇଁ ଏବିଷୟରେ ଆପଣ ଭଲ ଭାବରେ ବିଚାର କରି ନିଅନ୍ତୁ ଯେ କେତେବେଳେ, କେଉଁଠାରେ କେଉଁ ଦୁର୍ବଳତାକୁ ଗୋପନୀୟ ରଖିବା ଉଚିତ। ଏଥିସହିତ ଏହି କଥାର ଅନ୍ତର କରିବା ମଧ୍ୟ ଶିଖି ନିଅନ୍ତୁ ଯେ ଦୁର୍ବଳତା ଏବଂ ଅଯୋଗ୍ୟତା ମଧ୍ୟରେ ଫରକ୍ ରହିଥାଏ।
ମନର କଥା:
ନିଜ ମନର କଥା କହି ଆପଣ କୌଣସି ବଡ଼ ସଙ୍କଟରେ ପଡି ପାରିବେ। ଅନେକଥର ଏପରି ହୋଇଥାଏ ଯେ ଆପଣ କୌଣସି କଥାକୁ ନେଇ କ୍ରୋଧିତ ହୋଇଯାଇଥାନ୍ତି କିମ୍ବା ଆପଣଙ୍କ ଭିତରେ ଘୃଣା ଜନ୍ମ ହୋଇଯାଇଥାଏ। ମନରେ ହଜାର ପ୍ରକାରର ବିଚାର ଉତ୍ପନ ହୋଇଥାଏ, କିନ୍ତୁ ଜଣେ ବୁଦ୍ଧିମାନ ଏବଂ ଚତୁର ମଣିଷ କେବଳ ସେହି କଥାକୁ ବ୍ୟକ୍ତ କରିଥାଏ ଯାହା ତା’ର ହିତରେ ରହିଥାଏ। ଯଦି ଆପଣ ନିଜ ମନର ପ୍ରତ୍ୟେକ କଥାକୁ ସର୍ବସମ୍ମୁଖରେ ଉନ୍ମୋଚନ କରିବେ ତେବେ ଲୋକମାନେ ଆ0ଆପଣଙ୍କ ବିଷୟରେ ଏକ ଧାରଣା ବନାଇବା ଆରମ୍ଭ କରିଦେବେ।
ଗୁରୁମନ୍ତ୍ର, ସାଧନା ଏବଂ ତପ:
ଯଦି ଆପଣ କୌଣସି ଯୋଗ୍ୟ ଗୁରୁଙ୍କ ଠାରୁ ଦୀକ୍ଷା କିମ୍ବା ମନ୍ତ୍ର ନେଇଛନ୍ତି, ତେବେ ଗୁରୁଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ରର ବଖାଣ କରନ୍ତୁ ନାହିଁ। ଗୁରୁମନ୍ତ୍ରକୁ ସର୍ବଦା ଗୋପନୀୟ ରଖିବା ଉଚିତ। ଖାଲି ଏତିକି ନୁହେଁ ଯଦି ଆପଣ କୌଣସି ପ୍ରକାରର ସାଧନା, ତପ, ଧ୍ୟାନ କିମ୍ବା ଉପବାସ ରଖୁଛନ୍ତି ତେବେ ତାକୁ ମଧ୍ୟ ଗୋପନ ହିଁ ରଖନ୍ତୁ ଅନ୍ୟଥା ନିଷ୍ଫଳ ହୋଇଯିବ।
ଔଷଧ:
ଯଦି ଆପଣ କୌଣସି ପ୍ରକାରର ରୋଗରେ ଗ୍ରସିତ ଅଛନ୍ତି ଏବଂ ଔଷଧ ଖାଉଛନ୍ତି, ତେବେ ଏହାକୁ ଗୋପନୀୟ ହିଁ ରଖନ୍ତୁ। ଏପରି କୁହାଯାଏ ଯେ, ଔଷଧର ପ୍ରଭାବ ସେପର୍ଯ୍ୟନ୍ତ ହୋଇଥାଏ, ଯେପର୍ଯ୍ୟନ୍ତ ତାହା ଗୋପନୀୟ ରହିଥାଏ। ତେବେ ପ୍ରାଚୀନ କାଳରେ ହୋଇଥାଏ ପାରେ ଯେ ଏହିକଥା କୌଣସି ବିଶେଷ ରୋଗ କିମ୍ବା ଔଷଧିର ସମ୍ବନ୍ଧରେ କୁହାଯାଏ ଯେ, କାରଣ ପୂର୍ବରୁ ଲୋକ କିଛି ଦୁର୍ଲଭ ବନସ୍ପତି ସୂଚନା ରଖିଥିଲେ।
ଆୟୁଷ:
କୁହାଯାଇଥାଏ ଯେ, ନିଜର ଆୟୁର ପ୍ରଚାର ପ୍ରସାର କରିବା ଉଚିତ ନୁହେଁ। କିଛି ଲୋକ ଆକାରଣରେ ହିଁ ଆୟୁ ପଚାରିଥାନ୍ତି ତେବେ ଏପରି ଲୋକ ମାନଙ୍କୁ କେବେହେଲେ ନିଜର ଆୟୁ ବିଷୟରେ ସୂଚନା ଦିଅନ୍ତୁ ନାହିଁ। ତେବେ ବର୍ତ୍ତମାନ ସମୟରେ ଏହା ସ୍ଵଭାଵ ନୁହେଁ କାରଣ ଲାଇସେନ୍ସ, ପାସପୋର୍ଟ ଏବଂ ଅନ୍ୟ ଦସ୍ତାବିଜ ଗୁଡିକରେ ଆୟୁର ଉଲ୍ଲେଖ ହୋଇଥାଏ। ତେବେ ଯେଉଁଠାରେ ଆବଶ୍ୟକତା ନାହିଁ ସେଠାରେ ନିଜର ଆୟୁ କୁହନ୍ତୁ ନାହିଁ।
ଦାନ:
ଅନେକ ଲୋକ ରହିଥାନ୍ତି ଯେ, ଯେଉଁମାନେ ପ୍ରଥମେ ଦାନ କରିଥାନ୍ତି ଏବଂ ପୁଣି ସମାଜରେ ଏହାର ପ୍ରଚାର ପ୍ରସାର କରିଥାନ୍ତି। ଏମିତିରେ ଲୋକମାନଙ୍କର କେବେହେଲେ ସେହି ଦାନର ଲାଭ ମିଳି ନଥାଏ। କୁହାଯାଇଥାଏ ଯେ, ଦାନର ବଖାଣ କରାଯାଏ ତେବେ ତାହାର ଫଳ ନିଷ୍ଫଳ ହୋଇଯାଇଥାଏ। ଯଦି ଆପଣ ମନ୍ଦିରରେ କୌଣସି ଗରିବକୁ ଭୋଜନ କରାଇଥାନ୍ତି କିମ୍ବା କୌଣସି ପ୍ରକାରର ଆର୍ଥିକ ସାହାଯ୍ୟ କରିଥାନ୍ତି, ତେବେ ତାଙ୍କ ନିଜର ମୁହଁରେ ପ୍ରଚାର କରନ୍ତୁ ନାହିଁ।