ଚାଣକ୍ୟ ନୀତି: ବ୍ୟକ୍ତିଙ୍କ ଠାରେ ଏହି ଗୁଣ ରହିବା ହୋଇଥାଏ ଆବଶ୍ୟକ, ପ୍ରେମ ଏବଂ ବୈବାହିକ ଜୀବନରେ କେବେ ହେବେ ନାହିଁ ବିଫଳ।

ମଣିଷଙ୍କ ପାଇଁ ପ୍ରେମ ଏବଂ ବୈବାହିକ ସମ୍ବନ୍ଧ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଇଥାଏ। ସେହିପରି ମଣିଷର ପ୍ରୟାସ ରହିଥାଏ ଯେ, ଏହି ଦୁଇଟି ସମ୍ପର୍କରେ ଯେମିତି ସେ ବିଫଳ ନହେଉ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ ଏହା ଉଲ୍ଲେଖ କରିଛନ୍ତି ଯେ, ଜଣେ ପ୍ରେମୀ କେମିତି ହେବା ଉଚିତ। ଏମିତିରେ ପୁରୁଷଙ୍କ ଠାରେ କେଉଁ ଗୁଣ ଗୁଡିକ ରହିବା ଆବଶ୍ୟକ ଅଟେ, ଏହାକୁ ନେଇ ଚାଣକ୍ୟ କିଛି କଥା କହିଛନ୍ତି…..

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ମହିଳାଙ୍କୁ(ମାଁ, ଭଉଣୀ, ଝିଅ, ପତ୍ନୀ) ସମ୍ମାନ ନଜରରେ ଦେଖିଥାନ୍ତି ଏବଂ ସେମାନଙ୍କର ଗୁରୁତ୍ୱ ବୁଝିପାରିଥାନ୍ତି ସେହି ବ୍ୟକ୍ତି ନିଜ ସମ୍ପର୍କ ଆଗେଇ ନେବାରେ କେବେହେଲେ ବିଫଳ ହୋଇ ନଥାନ୍ତି, କାରଣ ପ୍ରେମିକା ନିଜ ପ୍ରେମୀଙ୍କର ଏହି ଭାବକୁ ଦେଖି ଭାବିଥାଏ ଯଦି ତାଙ୍କ ସ୍ବାମୀ କିମ୍ବା ସାଥି ଅନ୍ୟ ମହିଳାଙ୍କୁ ଏତେ ସମ୍ମାନ ପ୍ରଦାନ କରୁଛନ୍ତି ତେବେ ତାଙ୍କ ପାଇଁ ତାଙ୍କ ପ୍ରେମୀଙ୍କ ମନରେ କେତେ ପ୍ରେମ ଏବଂ ମହତ୍ତ୍ୱ ରହିବ।

ଚାଣକ୍ୟ ଏକ ପ୍ରେମୀର ଏହି ଅଭ୍ୟାସକୁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଚାଣକ୍ୟଙ୍କ ମୁତାବକ, ଯଦି ଜଣେ ବ୍ୟକ୍ତି ପ୍ରେମିକା କିମ୍ବା ପ୍ରେମୀଙ୍କ ଛଡା କୌଣସି ପର ମହିଳାଙ୍କ ଆଡକୁ ଅକର୍ଷିତ ହୋଇନଥାଏ ଏବଂ ତାକୁ ଖରାପ ନଜରରେ ଦେଖେ ନାହିଁ ତେବେ ସେ ଜୀବନ ସାରା ନିଜର ପ୍ରେମକୁ ବଞ୍ଚାଇ ପାରିବାରେ ସଫଳ ରହିଥାନ୍ତି। ଏମିତି କରୁଥିବା ପ୍ରେମୀଙ୍କ ମନରେ ଦେଖାଇବା ପରି ଗୁଣ ରହି ନଥାଏ ଏବଂ ଏହି ଗୁଣ ତାଙ୍କ ସମ୍ପର୍କରେ ବିଶ୍ୱାସ ଜନ୍ମ କରାଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମୁତାବକ, ଯେଉଁ ବ୍ୟକ୍ତିଙ୍କ ଉପରେ ପ୍ରେମୀ କିମ୍ବା ପତ୍ନୀଙ୍କୁ ଏତେ ଭରସା ରହିଥାଏ ଯେ, ସେ ଯେକୌଣସି ପରିସ୍ଥିତିରେ ତାଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ରହିବେ ତେବେ ସେପରି ସମ୍ପର୍କରେ କେବେହେଲେ ତିକ୍ତତା ଆସିପାରି ନଥାଏ। ପ୍ରେମୀ କିମ୍ବା ପତ୍ନୀଙ୍କୁ ରକ୍ଷା କରୁଥିବା ପ୍ରେମୀ ନିଜ ସମ୍ପର୍କରେ କେବେ ବିଫଳ ହୋଇନଥାଏ। ପ୍ରତ୍ୟେକ ପତ୍ନୀ ନିଜ ପତିଙ୍କ ଠାରେ ପିତାଙ୍କ ଛାୟା ଦେଖିଥାନ୍ତି। ଏମିତିରେ ଯଦି ପତ୍ନୀଙ୍କ ଠାରେ ସୁରକ୍ଷା ଭାବନା ଦେଖାଦେଇଥାଏ ତେବେ ସେ ଆପଣଙ୍କ ସହିତ ସଦା ସର୍ବଦା ଖୁସିରେ ରହିଥାନ୍ତି।

ଚାଣକ୍ୟ କହିଥାନ୍ତି ଯେ, ପ୍ରେମ ସମ୍ବନ୍ଧରେ ପ୍ରେମିକା କିମ୍ବା ପତ୍ନୀଙ୍କ ସନ୍ତୁଷ୍ଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେଉଁ ପ୍ରେମୀ ନିଜ ପାର୍ଟନରଙ୍କୁ ଭୌତିକ ସୁଖ ଦେବା ସହିତ ଶାରୀରିକ ସୁଖ ପ୍ରଦାନ କରିଥାନ୍ତି ସେ ନିଜର ସମ୍ପର୍କରେ ଖୁସି ବନାଇ ରଖିବା ପାଇଁ ସଫଳ ରହିଥାଏ। ଚାଣକ୍ୟ କହିଥାନ୍ତି ଯେ, ପ୍ରେମୀଙ୍କୁ ନିଜର ପ୍ରେମିକାଙ୍କ ସହିତ କୋମଳ ସ୍ପର୍ଶ ରଖିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *