ଚାରି ବର୍ଷର ପ୍ରେମ ସମ୍ପର୍କ ରେ ଏମିତି କଣ ଘଟିଲା ଯେ ଦୁଇଟି ପ୍ରେମ ପକ୍ଷୀ ବିବାହର ଚାରିଦିନ ପରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ଯାହା ଏବେ ସମସ୍ତଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏପରି ଏକ ହୃଦୟ ବିବାଦରକ ଲୋମଟାନଙ୍କୁରା ଘଟଣା ଘଟିଛି ଦିଲ୍ଲୀ ନିକଟସ୍ଥ ଗଜିଆବାଦର କବିନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁରାମ ଅଞ୍ଚଳରେ ।
ବିବାହର ଚାରି ଦିନ ପରେ ସ୍ବାମୀ ରେଳ ଆଗକୁ ଡେଇଁ ଜୀବନ ହାରିଥିବା ବେଳେ ଘଟଣାର ପର ଦିନ ସ୍ତ୍ରୀ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଚାରି ବର୍ଷର ପ୍ରେମ ସମ୍ପର୍କ ପରେ ଦୁହେଁ ସମସ୍ତ ରୀତି ନୀତି ଅନୁଯାୟୀ ବିବାହ ବନ୍ଧନରେ ସାତ କଳସ ଆଠ ଦୀପକୁ ମାଡି ଅଗ୍ନୀ କୁ ସାକ୍ଷୀରଖି ସାତ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କ ସାଥି ହେବାକୁ କଥା ଦେଇଥିଲେ ହେଲେ କାହିଁକି ଜୀବନର ପ୍ରଥମ ପାହାଚରୁ ଦୁହେଁ ଦୁହିଁଙ୍କ ହାତ ଛାଡିଲେ ?
ମୃତକ ହେଉଛନ୍ତି କବିନଗର ଗୋବିନ୍ଦ ପୁରାମ ଅଞ୍ଚଳର ବିଶାଲ, ସେ ସେହି ଅଞ୍ଚଳର କୋଚିଙ୍ଗ ସେଣ୍ଟରରେ ଏକ ବାଣିଜ୍ୟ ଶ୍ରେଣୀ ଚଳାଉଥିଲେ । ମୃତକଙ୍କ ପାଖରୁ ମିଳିଥିବା ଥିବା ଏକ ଫୋଟ ହେଉଛି ତାଙ୍କ ଧର୍ମ ପତ୍ନୀ ନିଶାଙ୍କର, ଯିଏ ଏକ ବହୁଜାତୀୟ କମ୍ପାନୀ ରେ HR ମ୍ୟାନେଜର ଥିଲେ । ଚାରିବର୍ଷର ପ୍ରେମ ରେ ଦୁହେଁ ଜୁନ 29 ରେ ଦୁଇ ପରିବାରଙ୍କ ସହମତିରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ତାଙ୍କ ଶାଶୁ ଘରେ ପହଞ୍ଚୀ ସମସ୍ତ ରୀତିନୀତି କୁ ହାସଖୁସିର ସହିତ ସମ୍ପୂର୍ଣ୍ଣ କରିଥିଲେ ।
ଵିଶାଲ କାହିଁକି ରେଳ ଆଗକୁ ଡେଇଁ ଆତ୍ମହତ୍ୟା କଲେ ?
ବିବାହର ପରଦିନ ସମସ୍ତ ରୀତିନୀତି ପାଳନ କରିବା ପରେ ଵିଶାଲ କିଛି ନ କହି ଘରୁ ବାହାରକୁ ଯାଇଥିଲେ, ହେଲେ ସଖାଳ ଯାଇ ସନ୍ଧ୍ୟା ହେଲା ହେଲେ ଵିଶାଲ ଘରକୁ ଫେରିଲେ ନାହିଁ ସେତେବେଳେ ପରିବାର ଲୋକେ ବ୍ୟସ୍ତ ହେଇ ପୋଲିସ କୁ ସୂଚନା ଦେଇଥିଲେ । ବିଶାଲ ଙ୍କ ଭାଇ କୁହନ୍ତି ଯେ ଯେତେବେଳେ ଵିଶାଲ ସନ୍ଧ୍ୟା ପର୍ଯ୍ୟନ୍ତ ଫେରିନଥିଲେ,ଆମେ ତାଙ୍କ ଫୋନ କୁ ଫୋନ କଲୁ ହେଲେ ଫୋନ ଘରେ ଥିଲା ଏହା ପରେ 112 ରେ ଵିଶାଲ ଙ୍କ ନିଖୋଜ ବିଷୟରେ ପୋଲିସକୁ ସୂଚନା ଦେଇଥିଲୁ, ପୋଲିସ ତାଙ୍କ ପରିବାରରୁ ଵିଶାଲ ଙ୍କ ଏକ ଫୋଟ ନେଇଥିଲେ ଏବଂ କିଛି ସମୟ ପରେ ପୋଲିସ ଏକ ଶବ ର ଫୋଟ ଦେଖାଇଥିଲେ ଯାହାକୁ ପରିବାର ଲୋକେ ଵିଶାଲ ବୋଲି ଚିହ୍ନଟ କରିଥିଲେ ।
ଵିଶାଲ ଙ୍କ ଭାଇ କହିଥିଲେ ଯେ ସେ ରେଳ ଆଗକୁ ଡେଇଁ ନିଜ ଜୀବନ ହରାଇଛନ୍ତି କିନ୍ତୁ ଵିଶାଲ କାହିଁକି ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାର କାରଣ କେହି ଜାଣିନାହାନ୍ତି ?
ଯେତେବେଳେ ବିଶାଲଙ୍କ ମୃତ୍ୟୁର ଦୁଃଖଦ ଖବର ବିଷୟରେ ନିଶାଙ୍କ ପରିବାର ଜାଣିବାକୁ ପାଇଲେ ସେଠାରେ ବିଶୃଙ୍ଖଳା ଆରମ୍ଭ ହୋଇଥିଲା । ମୃତ୍ୟ ପରେ ବିଶାଲଙ୍କ ଶବ ଦାହ କରା ଯାଇଥିଲା ଏବଂ ନିଶାଙ୍କ ପରିବାର ନିଶାଙ୍କୁ ବାପା ଙ୍କ ଘରକୁ ନେଇଆସିଥିଲେ ଏବଂ ସେଠାରେ ପହଞ୍ଚିବା ପରେ ବିଶାଲଙ୍କ ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରିଥିଲେ ।
ଯେତେବେଳେ ନିଶାଙ୍କ ଭାଇଙ୍କୁ ପଚାର ଗଲା ସେତେବେଳେ ସେ କହିଥିଲେ ଯେ ଉଭୟ ଵିଶାଲ ଏବଂ ନିଶା ପରସ୍ପରକୁ ଚାହୁଁଛନ୍ତି ଦୁଇଜଣ ଭଲ କାମ କରୁଥିଲେ । ଯେତେବେଳେ ଵିଶାଲ କୋଚିଙ୍ଗ ସେଣ୍ଟର ଚଳାଉଥିବା ବେଳେ ତାଙ୍କ ଭଉଣୀ ନିଶା ବହୁଜାତୀୟ କମ୍ପାନୀ ରେ କାମ କରୁଥିଲେ ।
ନିଶା ଵିଶାଲ ଙ୍କ ମୃତ୍ୟ ପରେ ଚୁପ ଚାପ ରହୁଥିଲେ ଏବଂ ଗତ କାଲି ରାତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
ନିଶା ଏବଂ ବିଶ୍ୱାଲଙ୍କ ଚାରି ବର୍ଷ ର ପ୍ରେମ କାହାଣୀକୁ ପ୍ରଥମେ ଏକ ବିବାହ ବନ୍ଧନରେ ବାନ୍ଧି ରଖିଥିଲେ ଏବଂ ବିବାହର ଚାରି ଦିନ ବେଶ ହସ ଖୁସିରେ ରହିଥିଲେ ହେଲେ ଆତ୍ମହତ୍ୟା କାହିଁକି କଲେ ଏହାର କାରଣ ଜାଣିବାକୁ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରିଛି ।
କିନ୍ତୁ ଏଠାରେ ବଡ ପ୍ରଶ୍ନ ହେଉଛି ଦୀର୍ଘ ଚାରି ବର୍ଷର ପ୍ରେମ ପରେ, ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାର ଚାରି ଦିନ ପରେ କେଉଁ ସମସ୍ୟାର ସମ୍ଭୁଖିନ ହୋଇଥିଲେ ? ତାହାର କାରଣ ଜାଣିବାକୁ ବର୍ତ୍ତମାନ ପୋଲିସ ପୁରା ମାମଲା ର ତଦନ୍ତ ରେ ଜଡିତ ଅଛି ଏବଂ ଅନୁସନ୍ଧାନ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ।