ଏହି ସଂସାର ନିଜେ ଏକ ବହୁତ ବଡ଼ ପହେଲି ଅଟେ। କେବେ କେଉଁ ଘଟଣା ଘଟିଯିବ ଯେଉଁ ବିଷୟରେ ଆପଣ ଚିନ୍ତା ମଧ୍ୟ କରି ନଥିବେ କିମ୍ବା କେହି ଜାଣି ମଧ୍ୟ ନଥିବେ। ପ୍ରାୟତଃ ଏମିତି ଫୋଟୋ ଚିତ୍ର ସାମ୍ନାକୁ ଆସିଥାଏ ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ପକାଇଥାଏ। ପ୍ରଥମ ଫୋଟୋଟି ମଧ୍ୟପ୍ରଦେଶର ଦେବାସରେ ହୋଇଥିବା ବେଳେ।
ଏହାକୁ ଦେଖି ଆପଣଙ୍କୁ ଲାଗିବ ଯେ ଏହି ଫୋଟୋଶପର କାରନାମା ହୋଇଥିବ, କିନ୍ତୁ ଏପରି କଦାପି ନୁହେଁ। ନିଜ ବାଇକକୁ ବନ୍ୟାରୁ ରକ୍ଷା କରିବା ପାଇଁ ବାଇକର ମାଲିକ ଜଣକ ଉପର ମହଲାକୁ ନେଇଯିବାର ଚେଷ୍ଟା କରିଛନ୍ତି। ଫଳ ସ୍ୱରୂପ ବାଇକଟି ସିଢ଼ିରେ ଫସି ଯାଇଥିଲା। ଏହାପରେ ବାଇକଟି ନା ଉପରକୁ ଉଠିଲା ନା ତଳକୁ ଖସିଲା। ବହୁତ ପ୍ରୟାସ କରିବା ପରେ ବାଇକ ମାଲିକ ସାହସ ଉତ୍ତର ଦେଇଯାଇଥିଲା। ପୁଣି କିଛି ଲୋକଙ୍କୁ ଡକାଇଥିଲେ। ସ୍ଥିତି ସର୍କସ ଶୋ’ରେ ପରିବର୍ତ୍ତିତ ହୋଇଯାଇଥିଲା।
ଦେବାସରେ ଏହି ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ବାଇକ ରାକେଶ ନାମକ କୌଣସି ବ୍ୟକ୍ତିଙ୍କର ଅଟେ। ତାଙ୍କୁ ନିଜର ବାଇକ ପ୍ରତି ବହୁତ ପ୍ରେମ ରହିଛି। ବାଇକ ବନ୍ୟାର ପାଣିରେ ଖରାପ ନହୋଇ ଯାଉ, ସେଥିପାଇଁ ପ୍ରଥମ ମହଲା ଉପରେ ହୋଇଥିବା କୋଠରୀକୁ ସିଢ଼ି ସାହାଯ୍ୟରେ ନେବାକୁ ଲାଗି ପଡିଲେ। କିନ୍ତୁ ପୁଣି ସେ ସିଢ଼ିରେ ଏମିତି ଫସି ଯାଇଥିଲେ ଯେ, ବାଇକ ଓଲ୍ହାଇବାରେ ତାଙ୍କ ଝାଳ ବାହାରି ଯାଇଥିଲା।
ହୋଇଥାଏ ପାରେ ରାଜସ୍ଥାନର ଗହଲୋତ ସରକାର ଖସୁ ଖସୁ ସମ୍ଭାଳି ହୋଇ ଯାଇଛି କିନ୍ତୁ ଏହି ଫୋଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଓଲଟି ପଡିଥିବା ଗାଡି ଉପରେ ଲେଖା ଯାଇଛି “ରାଜସ୍ଥାନ ସରକାର”।
ଏହି ଫୋଟୋ ଜଣାଶୁଣା ଫୋଟୋଗ୍ରାଫର ଅମର ଅଗ୍ରୱାଲ ଉଠାଇଥିଲେ। ରାଜସ୍ଥାନର ଏହି ଫୋଟୋରେ ଦେଖା ଯାଉଥିବା ଦୁଇଟି ଓଟର ଏକ କୁବୁଜା ଦୃଶ୍ୟମାନ ହେଉଛି। ଏମିତି ଲାଗୁଛି ଯେ, ଯେମିତି ଏହି ଦୁଇଟି ଓଟ ଯାଆଁଳା ଅଟନ୍ତି।
ଏହି ଫୋଟୋ ଗତ କିଛି ଦିନ ହେବ ଉତ୍ତରପ୍ରଦେଶର ସୁଲତାନପୁରରୁ ସାମ୍ନାକୁ ଆସିଥିଲା। ଗୋଟିଏ ଷଣ୍ଢ ସ୍କୁଲର କନ୍ଥ ଉପରକୁ ଚଢି ଯାଇଛି। ବର୍ତ୍ତମାନ ତାଙ୍କୁ ତଳକୁ ଓଲ୍ହାଇବା ପାଇଁ ଯେଉଁ ସର୍କସ ହେଲା, ତାହା ସେହି ଲୋକମାନଙ୍କୁ ସବୁବେଳେ ମନେ ରହିବ। ବଡ଼ କଷ୍ଟରେ ଷଣ୍ଢକୁ ତଳକୁ ଓଲ୍ହାଇ ଦିଆଯାଇ ପାରିଥିଲା।
ଦୋକାନ ସାମ୍ନାରେ ଗାଡି ରଖନ୍ତୁ ନାହିଁ, ଏଥିପାଇଁ କୌଣସି ଦୋକାନୀ ରାଗରେ ଏମିତି ବୋର୍ଡ ଲଗାଇ ଦେଇଛନ୍ତି।