ମଣିଷ ନିଜର ଲାଭ ପାଇଁ ପରିବେଶକୁ ବହୁତ କ୍ଷତି ପହଞ୍ଚାଇଛି। ଜଙ୍ଗଲ, ପୋଖରୀ ସମସ୍ତକୁ ନିଜ ହିସାବରେ ପରିବର୍ତ୍ତନ କରାଇ ଦେଇଛି। ଆଜି ୨୦୨୦ ମସିହାରେ ସମଗ୍ର ଦୁନିଆକୁ ଯେଉଁ ଦୁର୍ଗତି ଦେଖିବାକୁ ମିଳୁଛି ଏଥିପାଇଁ ମଧ୍ୟ ମନୁଷ୍ୟ ହିଁ ଦାୟୀ ଅଟେ। ଅନେକ ଲୋକ କରୋନକୁ ମଧ୍ୟ ମାନବ ନିର୍ମିତ କହିଛନ୍ତି। ମଣିଷର ଏହି ଲୋଭର କ୍ଷତି ଅନ୍ୟ ପଶୁ ପକ୍ଷୀଙ୍କୁ ସହିବାକୁ ପଡିଥାଏ। ସେଥିପାଇଁ ହିଁ ବର୍ତ୍ତମାନ ସବୁବେଳେ ଜଙ୍ଗଲର ପଶୁ ମାନେ ନିରୁପାୟ ହୋଇ ନିଜ ଅଞ୍ଚଳ ଛାଡି ମଣିଷଙ୍କର ଅଞ୍ଚଳକୁ ଖାଦ୍ୟ ସନ୍ଧାନରେ ପହଞ୍ଚି ଯାଉଛନ୍ତି। ଅନେକଥର ଏହାର କାରଣରୁ ମଣିଷର ଜୀବନ ପ୍ରତି ବିପଦ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।
ଏମିତି ହିଁ ଏକ ଆଶ୍ଚର୍ଯ୍ୟଜନକ ମାମଲା ନିକଟ ଅତୀତରେ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଥିଲା, ଯେଉଁଠାରେ ଏକ ବିରିୟାନି ଦୋକାନରେ ଗୋଟିଏ ଆକାରର କୁମ୍ଭୀର ପସିଯାଇଥିଲା। କୁହାଯାଉଛି ଯେ, ଏହି କୁମ୍ଭୀରଟି ସେଠାରେ ଏକ କୁକୁଡ଼ାର ଶିକାର କରିବାକୁ ପହଞ୍ଚିଥିଲା। ତାକୁ ଦେଖିବା ମାତ୍ରେ ଦୋକାନର ଗ୍ରାହକ ଏବଂ ମାଲିକ ସ୍ତବ୍ଧ ହୋଇଯାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା, ଯାହାର ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।
ଏହି ଚଞ୍ଚଲ୍ୟକାରୀ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ କରୋନାର ଅନଲକ୍ ପ୍ରକ୍ରିୟା ଅଧୀନରେ ବହୁତ ଦିନ ପରେ ଦୋକାନ ଖୋଲିବା ଆରମ୍ଭ ହୋଇଛି। ଏଥିମଧ୍ୟରେ ଏଠାରେ ଖୋଲିଥିବା ଏକ ଚିକେନ୍ ବିରିୟାନି ଦୋକାନରୁ କୁମ୍ଭୀର ବାହାରିବାରୁ ଚାଞ୍ଚଲ୍ୟ ଖେଳି ଯାଇଥିଲା।
ସୂଚନା ମୁତାବକ, ଘଟଣାଟି ୨୪ ସେପ୍ଟେମ୍ବରର ଅଟେ। ଲୋକମାନେ ଦୋକାନରେ ବିରିୟାନି ଖାଉଥିଲେ। ସେତେବେଳେ ତାଙ୍କୁ ଦୋକାନରେ ଲୋକଙ୍କ ବସିବା ପାଇଁ ରଖାଯାଇଥିବା ଚୌକି ତଳୁ କିଛି ଶବ୍ଦ ଆସୁଥିବାର ଶୁଣା ଯାଇଥିଲା। ଯେତେବେଳେ ସେ ତଳକୁ ଅନାଇଥିଲେ ଦେଖିଲେ ସେଠାରେ ଏକ ବଡ଼ କୁମ୍ଭୀର ରହିଥିଲା।
ଜନଗହଳି ଥିବା ଏହି ଦୋକାନରେ ଏତେ ବଡ଼ କୁମ୍ଭୀର ଦେଖିବା ମାତ୍ରେ ହିଁ ଚାଞ୍ଚଲ୍ୟ ଖେଳୁ ଯାଇଥିଲା। ଖୁସିର କଥା ଯେ, କୁମ୍ଭୀର କାହାରି ଉପରେ ଆକ୍ରମଣ କରି ନଥିଲା। ଯେତେବେଳେ କୁମ୍ଭୀରକୁ ସେଠାରୁ ବାହାର କରାଗଲା ସେତେବେଳେ ଦୋକାନରେ ଅନେକ ଲୋକ ଉପସ୍ଥିତ ଥିଲେ।
ଲୋକଙ୍କ କହିବା କଥା ଯେ, କୁମ୍ଭୀରଟି ପ୍ରାୟତଃ ପାଖରେ ପ୍ରବାହିତ ଶାରଦା ନଦୀରୁ ବହାତୀ ଦୋକାନକୁ ଆସି ଜୋଛୋ। ଯଦିଓ ଅନେକ ଲୋକ ଏହା ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଭିଡ଼ ଥିବା ଅଞ୍ଚଳରେ ଯେତେବେଳେ କୁମ୍ଭୀର ଦୋକାନକୁ ପଶିଥିଲା ସେତେବେଳେ କିପଇ କେହି ତାଙ୍କୁ ଦେଖି ପାରିଲେ ନାହିଁ।
କୁମ୍ଭୀରକୁ ଦେଖି ଲୋକମାନେ ବନ ବିଭାଗ କୁ ଏହାର ସୂଚନା ଦେଇଥିଲେ, ଯାହାପରେ ପହଞ୍ଚିଥିବା କର୍ମଚାରୀ ତାଙ୍କୁ ପୁଣିଥରେ ନଦୀରେ ପହଞ୍ଚାଇ ଦେଇଥିଲେ। ଏହି ଘଟଣାରେ କାହାରିକୁ କୌଣସି କ୍ଷତି ପହଞ୍ଚି ନାହିଁ ଏହାକୁ ନେଇ ସମସ୍ତେ ଆସ୍ୱସ୍ତିର ନିଶ୍ୱାସ ନେଇରହଲେ।
କୁମ୍ଭୀର ବାହାରିବା ମାତ୍ରେ ଏହି ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାର ରେକର୍ଡ ହୋଇଯାଇଥିଲା। ଯେଉଁଠାରୁ ଏହା ଭାଇରାଲ ହୋଇଯାଇଥିଲା। ଅନେକ ଲୋକମାନେ ମାମଲା ଉପରେ ତୁରନ୍ତ କହିଥିଲସ ଯେ କୁମ୍ଭୀର ଚିକେନ୍ ବିରିୟାନି ଖାଇବାକୁ ଦୋକାନ ଯାଇଥିଲା।
ସେହିପରି ଅନେକ ଲୋକଙ୍କ କହିବା କଥା ଯେ, ନୁଜ ଅର୍ଡର ଅପେକ୍ଷାରେ ହିଁ କୁମ୍ଭୀର ଧରାପଡି ଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ବର୍ଷ ବର୍ଷା ଋତୁରେ ଗୁଜୁରାଟ ସହିତ ଅନେକ ଅଞ୍ଚଳରେ ମଧ୍ୟ ସଡକ ଉପରେ କୁମ୍ଭୀର ଦେଖା ଦେଇଥିଲା। ପୁଣିଥରେ ଉତ୍ତରପ୍ରଦେଶର ଏହି ଅଞ୍ଚଳରେ କୁମ୍ଭୀର ଦେଖିବା ସ୍ପଷ୍ଟ କରି ଦେଉଛି ଯେ ଏହା ମଣିଷ ପରିବେଶରେ କରିଥିବା କ୍ଷତିର ପରିଣାମ ଅଟେ ଯାହା ସହିବାକୁ ହିଁ ପଡିବ।