ଯଦି ଆପଣ ମଧ୍ୟ KFC ରେ ଖାଇବାକୁ ଭଲ ପାଆନ୍ତି, ତେବେ ଆପଣଙ୍କର ଏହି ଖବର ଜାଣିବା ଅତ୍ୟନ୍ତ ଜରୁରୀ ଅଟେ। ଆପଣ ମଧ୍ୟ KFC ରୁ ଖାଦ୍ୟ ଅର୍ଡର କରି ଖାଉଥିବେ, ସେଥିରୁ ମଧ୍ୟ ଏହି ଜିନିଷ ବହାରିପାରେ। ବାସ୍ତବରେ କେମ୍ବ୍ରିଜ(Cambridge)ରେ ଜଣେ ଯୁବତୀ କେଏଫସିରୁ ଏକ ପପ୍କର୍ଣ୍ଣ ଚିକେନ ସ୍ନାକ ବକ୍ସ ଅର୍ଡର କରିଥିଲେ, କିନ୍ତୁ ଯେତେବେଳେ ସେ ନିଜ ଚିପ୍ସରେ କିଛି ହଲୁଥିବାର ଦେଖିଲେ ସେତେବେଳେ ତାଙ୍କ ଆଶ୍ଚର୍ଯ୍ୟର ସୀମା ନଥିଲା। ଏହି ଚିପ୍ସରେ ଆଉ କିଛି ନୁହେଁ ବରଂ ଏକ ସଁବାଳୁଆ ଥିଲା। ଝିଅଟି କହିଲା ଯେ, ମୁଁ ପ୍ରଥମେ କିଛି ଚିପ୍ସ ଖାଇଥିଲି କିନ୍ତୁ ଯେମିତି ହିଁ ସେଥିରେ ସଁବାଳୁଆ ଦେଖିଲି ସେହି ବକ୍ସକୁ ଫୋପାଡି ଦେଲି। ସୂଚନାଯୋଗ୍ୟ ଯେ, ଏହି ଘଟଣା ପ୍ରଥମଥର ନୁହେଁ ଏହାପୂର୍ବରୁ ମଧ୍ୟ କେଏଫସିର ଖାଦ୍ୟକୁ ନେଇ ଏପରି ଅଭିଯୋଗ ମିଳି ସାରିଛି।
ନିଜର ସୁସ୍ବାଦୁ ଖାଦ୍ୟ ପାଇଁ KFC ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଅଟେ। ବିଭିନ୍ନ ସ୍ଥାନରେ ଏହାର ଆଉଟଲେଟ୍ସ ନିର୍ମିତ ହୋଇଛି। ଯେଉଁଠାରେ ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିଥାନ୍ତି।
KFC ଯେତେ ପରିମାଣରେ ନିଜର ସୁସ୍ୱାଦୁ ଖାଦ୍ୟ ପାଇଁ ପ୍ରସିଦ୍ଧ ଅଟେ ତା’ଠାରୁ ଅଧିକ ନିଜର ଖରାପ ଖାଦ୍ୟକୁ ନେଇ ଚର୍ଚ୍ଚାରେ ରହିଥାଏ। ଅନେକଥର ଗ୍ରାହକ ଏହାର ଖାଦ୍ୟକୁ ନେଇ ଅଭିଯୋଗ ଆଣିସାରିଛନ୍ତି।
ନିକଟରେ ଜଣେ ଝିଅ କେମ୍ବ୍ରିଜରେ KFC ଫାଷ୍ଟ ଫୁଡ ଚେନରୁ ପପ୍କର୍ଣ୍ଣ ଚିକେନ୍ ସ୍ନାକ୍ ବକ୍ସ ଅର୍ଡର କରିଥିଲେ। ଯେମିତି ଏ ଏହାକୁ ଖାଇବା ଆରମ୍ଭ କରିଥିଲେ ଚିପ୍ସରେ କିଛି ହଲୁଥିବାର ଦେଖା ଦେଇଥିଲା। ସେ ଆଉ କିଛି ନଥିଲା ବରଂ ଏକ ସଁବାଳୁଆ ଥିଲା।
ନିକିତା ଲୀଡେଲ ସ୍ମିଥ କହିଛନ୍ତି ଯେ, ମୁଁ ଚିପ୍ସ ଖାଇବା ଆରମ୍ଭ କଲି ତେବେ ୧ ରୁ ୨ଟି ବାଇଟ ଖାଇବା ପରେ ମୋତେ କିଛି ପୋକ ଭଳି ଦେଖାଯାଇଥିଲା। ଯାହାକୁ ଖାଇବା ପରେ ମୁଁ ଅସୁସ୍ଥ ମଧ୍ୟ ହୋଇଯାଇଥିଲି।
କେବଳ ଏତିକି ନୁହେଁ ନିକିତା କହିଥିଲେ ଯେ, ଯେତେବେଳେ ସେ ଏହାର ଅଭିଯୋଗ କରିବା ପାଇଁ ପରବର୍ତ୍ତୀ ଦିନ କେଏଫସିକୁ ଫୋନ କରିଥିଲେ ସେତେବେଳେ କମ୍ପାନୀ ତାଙ୍କ କଥା ମାନିବାକୁ ମନା କରିଦେଇଥିଲେ। ଖରାପ ଖାଦ୍ୟ ଦେଇଥିବାରୁ ତାଙ୍କ ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ।
ସୂଚନାଯୋଗ୍ୟ ଯେ, ଏପରି ଘଟଣା ପ୍ରଥମ ଥର ପାଇଁ ହୋଇନାହିଁ ଏହାପୂର୍ବରୁ ମଙ୍ଗୋଲିଆରେ କେଏଫସିର ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଯାଇଥିଲେ। ଯାହାପରେ ସେଠାରେ କେଏଫସି ବନ୍ଦ କରିଦିଆଯାଇଥିଲା।
କାଲିଫର୍ଣ୍ଣିଆରେ ମଧ୍ୟ ଡେବୋରିସ ଡିସ୍କନ ଏକ ଛଣା ହୋଇଥିବା ମୂଷାର ଫୋଟୋ ପୋଷ୍ଟ କରିଥିଲେ। ଏଥିସହିତ ଏହା ମଧ୍ୟ ଦାବି କରିଥିଲେ ଜେସେ କେଏଫସିରୁ ଚିକେନ ଅର୍ଡର କରିଥିଲେ କିନ୍ତୁ ତାଙ୍କୁ ଛଣା ହୋଇଥିବା ମୂଷା ମିଳିଥିଲା।