ଚୀନକୁ ପୁଣି ଏକ ବଡ ଝଟକା, Huawei ଉପରେ ରୋକ ଲଗାଇଲା ଆମେରିକା।

ଗତ ସପ୍ତାହରେ ଚୀନର ଦୁଇଟି ବଡ ଟେଲିକମ କମ୍ପାନୀ Huawei ଏବଂ ZTE ଉପରେ ରୋକ ଲଗାଇଛି ଆମେରିକା। ଏହି Huawei ଟେଲିକମ କମ୍ପାନୀକୁ ଚୀନ ଶକ୍ତିର ପ୍ରତୀକ ମଧ୍ଯ କୁହାଯାଇଥାଏ। ତେବେ Huaweiକୁ ନେଇ ୨୦୩୦ ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ରାଜୁତି କରିବାର ସ୍ୱପ୍ନ ଦେଖୁଥିଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ। ଆମେରିକାର ଏମିତି ଏକ ପଦକ୍ଷେପ ଚୀନର ସ୍ୱପ୍ନକୁ ମାଟିରେ ମିଶାଇ ଦେଇଛି।

ଭାରତ ସରକାରଙ୍କ ଦ୍ଵାରା ୫୯ଟି ଚୀନ ଆପ ଉପରେ ନିଷେଧାଦେଶ ଜାରି କରିବା ପରେ ଆମେରିକାର ପେଡରଲ କମ୍ୟୁନିକସନ କମିଶନ ଚୀନର Huawei ଉପରେ ରୋକ ଲଗାଇଛି। ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି ଏକ ପଦକ୍ଷେପ ନିଆଯାଇଛି ବୋଲି ଆମେରିକା ପ୍ରକାଶ କରିଛି। Huawei ଏବଂ ZTE ଉପରେ ଆମେରିକା ବାରମ୍ବାର ପ୍ରଶ୍ନ ଉଠାଇ ଆସିଛି। ପ୍ରଥମଥର ପାଇଁ ୨୦୧୨ରେ ଆମେରିକା Huaweiକୁ ନେଇ ପ୍ରଶ୍ନ କରିଥିଲା।

Huawei ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାକୁ ନେଇ ଏକ ରିପୋର୍ଟରେ ଆମେରିକା ଉଲ୍ଲେଖ ମଧ୍ୟ କରିଥିଲା। ଆମେରିକା ଦ୍ୱାରା କରାଯାଇଥିବା ପ୍ରଶ୍ନ ଗୁଡ଼ିକର କୋୖଣସି ଉତ୍ତର ଦେଇନଥିଲେ ଏହି କମ୍ପାନୀ। ଏହାପରେ ୨୦୧୮ରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯଦି ZTE ଆମେରିକାରେ ବ୍ୟବସାୟ କରିବାକୁ ଚାହୁଁଛି ତେବେ ତାକୁ ୧.୩ ଆରବ ଡ଼ଲାର ଜରିମାନା ଦାବାକୁ ପଡିବ ଏଥିସହିତ ଉଚ୍ଚମାନର ସୁରକ୍ଷା ପାଇଁ ପ୍ରତିଶ୍ରୁତି କରିବାକୁ ପଡ଼ିବ। ଟ୍ରମ୍ପ ପୂର୍ବରୁ ZTE ଉପରେ ଓବାମା ମଧ୍ୟ ୭ବର୍ଷର ପ୍ରତିବନ୍ଧ ଲଗାଇଥିଲେ। ପୂର୍ବ ସମସ୍ତ ରିପୋର୍ଟକୁ ବିଚାର କରିବା ପରେ ଆମେରିକା ଏପରି ଏକ ଶକ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ପ୍ରକାଶ ପାଇଛି।

ଆମେରିକାର ଏପରି ଘୋଷଣା ପରେ Huawei ଆଗକୁ ଲଞ୍ଚ କରିବାକୁ ଯାଉଥିବା ୫G ଉପରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଚୀନ ବିରୁଦ୍ଧରେ ଭାରତ ସହିତ ସମଗ୍ର ଦୁନିଆରେ ଦେଖଦେଇଥିବା ପରିସ୍ଥିତି Huawei ପାଇଁ ସଂକଟ ବଢ଼ାଉଛି। ଏପରି ସ୍ଥିତିରେ Huawei 5G ଲଞ୍ଚ କରିପାରିବ କି ନାହିଁ ବିଭିନ୍ନ ମୋବାଇଲ କମ୍ପାନୀ ପ୍ରଶ୍ନ ଉଠାଇଛନ୍ତି।

ଏଥିସହିତ ଲଦାଖ ସୀମାରେ ଉପୁଜିଥିବା ବିବାଦକୁ ନେଇ ଚୀନରେ ବ୍ୟବସାୟ କ୍ଷେତ୍ରରେ ପକାଇଥିବା ପ୍ରଭାବ ଚୀନର ରାଷ୍ଟ୍ରପତିଙ୍କୁ ଚିନ୍ତାରେ ପକାଇଛି।

ବିଶେଷଜ୍ଞଙ୍କ ମୁତାବକ ଟିଏସଏମସିର ମୁଖ୍ୟଙ୍କ ବିନା ସହାୟତାରେ Huawei 5Gର ବେସ ଷ୍ଟେସନ କିମ୍ଵା ଅନ୍ୟ କୋୖଣସି ଉପକରଣ ତିଆରି କରିପାରିବ ନାହିଁ। ଯଦି ଆମେରିକା ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାର ଅନ୍ତ ନ ହୁଏ ତାହେଲେ ଚୀନ 5G ଉପକରଣ ବଜାରରେ ଉପଲବ୍ଧ କରାଇ ପାରିବ ନାହିଁ। ସେପଟ ଗ୍ରାହକଙ୍କ ତରଫରୁ ଆବଶ୍ୟକ ସହଯୋଗ ମିଳୁଛି ବୋଲି Huawei ଦାବି ରଖିଛି ଏଥିସହିତ ଆମେରିକାର ପ୍ରତିବନ୍ଧ ପରେ ଅନେକ ସମସ୍ୟାର ସମ୍ମୁଖିନ କରିବାକୁ ପଡୁଛି ବୋଲି କମ୍ପାନୀ ପ୍ରକାଶ କରିଛି।

 

ଆମେରିକା ଏବେ Hueweiକୁ ସନ୍ଦେହ ଘେରରେ ରଖିଛି। Huawei କମ୍ପାନୀର ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ ସମ୍ବନ୍ଧ ଥିବାର ସନ୍ଦେହ କରୁଛି ଆମେରିକା। Huawei କହିଛି ଯେ ଏହା ତା’ର ନିଜସ୍ଵ କମ୍ପାନୀ ଯେଉଁଥିରେ ହଜାର ହଜାର କର୍ମଚାରୀ କାମ କରୁଛନ୍ତି। ଅନ୍ୟପକ୍ଷରେ ଚୀନ Huewei ଉପରେ ଅନ୍ୟ ଦେଶରୁ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ଚାପ ପକାଇ ପାରେ ବୋଲି ଆଶଙ୍କା କରାଯାଉଛି। ତେଵେ Huawei କହିଛି ଆଜି ପର୍ଯ୍ୟନ୍ତ ଏମିତି କିଛି ହୋଇନାହିଁ ଯଦି ଭବିଷ୍ୟତରେ ଏମିତି କିଛି ଅଦେଶ ଆସେ ତାହେଲେ ସେ ସିଧା ସିଧା ମନା କରିଦେବ।

Leave a Reply

Your email address will not be published. Required fields are marked *