ଯେଉଁଠି ପୁରା ବିଶ୍ୱ ଏଭଳି ଗଢି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଏବଂ କିଲର କରୋନାକୁ ହରେଇବାର ପ୍ରତିକାର ଖୋଜି ପାଇନି ଏଭଳି ସମୟରେ ଚୀନର ଗବେଷଣକାରୀ ଏକ ନୂତନ ସ୍ଲାଇନି ଫ୍ଲୁ ର ସନ୍ଧାନ ପାଇଛନ୍ତି ଯାହାକି ମହାମାରୀର ରୂପ ନେଇପାରେ ।
ଏହା ଆମେରିକାର ବିଜ୍ଞାନ ପତ୍ରିକା ପି.ଏନେ.ଏସ ରେ ସୋମବାର ଦିନ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି। ଏହାକୁ ଜି-4 ନାମ ଦିଆଯାଇଛି। ଏହା ଆନୁବଂଶୀକ ରୂପରେ H1N1 ର ହିଁ ଏକ ରୂପ ଅଟେ ଯାହାକି 2009 ରେ ମହାମାରୀର କାରଣ ହୋଇଥିଲା ।
ଚୀନ ର ବିଶ୍ୱବିଦ୍ୟାଳୟ ଓ ଚୀନର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ରର ବଜ୍ଞାନିକ,ଲେଖକ କହିଛନ୍ତି -ଏହି ସ୍ଲାଇନି ଫ୍ଲୁ କ୍ଷୀଣ ସମୟ ଅବଧି ମଧ୍ୟରେ ମନୁଷ୍ୟଙ୍କୁ ସଂକ୍ରମିତ କରିବାର ସମସ୍ତ ଉପାଦାନ ଅଛି।
2011 ରୁ 2018 ପର୍ଯ୍ୟନ୍ତ ଗବେଷଣା କାରୀ ମାନେ ଚୀନ ର 10 ଟି ପ୍ରାନ୍ତ ଏବଂ ଏକ ପଶୁ ଚିକିତ୍ସା କେନ୍ଦ୍ରରୁ 30,000 ଘୁଷୁରୀ ନାକରେ ପରୀକ୍ଷଣ କରିଥିଲେ ।
ଏଥିରେ ସେମାନଙ୍କୁ 179 ସ୍ଲାଇନି ଫ୍ଲୁ ଭାଇରସକୁ ଅଲଗା କରିବାର ଅନୁମତି ମିଳିଥିଲା “ଏହି ଭାଇରସ 2016 ରେ ଘୁଷୁରୀ ମାନଙ୍କ ମଧ୍ୟରେ ବହୁସଂଖ୍ୟକ ମାତ୍ରାରେ ପ୍ରଭାବ ପକାଇଥିଲା “ଏହାପରେ ଗବେଷଣାକାରୀ ମାନେ ଫେରେଟସ ଉପରେ ବିଭିନ୍ନ ପ୍ରୟୋଗ କରିଥିଲେ।ଯାହାକୁ ବ୍ୟାପକ ରୂପରେ ଫ୍ଲୁ ଅଧ୍ୟୟନରେ ଉପଯୋଗ କରାଯାଇଥାଏ । ସେ ମନୁଷ୍ୟ ଙ୍କ ଭଳି ସମାନ ଲକ୍ଷଣ ର ଅନୁଭବ କରିଥାନ୍ତି
ଯେପରି-ଜ୍ଵର,କାଶ, ଏବଂ ଛିଙ୍କ
ଜି-4 ଅଧିକମାତ୍ରାରେ ବ୍ୟାପୁଥିବା ଏକ ସଂକ୍ରମିତ ଭାଇରସ ଅଟେ, ଏହା ପ୍ରାକୃତିକ ରୂପରେ ଏବଂ ଅନ୍ୟ ଭାଇରସ ତୁଳନାରେ ମନୁଷ୍ୟର ଶିରା ପ୍ରଶିରା ରେ ଏହାର ଗମ୍ଭୀର ଲକ୍ଷଣ ଦେଖାଯାଇଥାଏ । ଏକ ପରୀକ୍ଷଣରୁ ଜଣା ପଡ଼ିଛି କି ମୌସୁମୀ ଫ୍ଲୁ ସମ୍ପର୍କରେ ଆସିବା ଦ୍ୱାରା ମନୁଷ୍ୟର ରୋଗ ପ୍ରତିରୋଧ କ ଶକ୍ତି ଜି-4 ରୁ ସୁରକ୍ଷା ପ୍ରଦାନ କରିଥାଏ । ଉକ୍ତ ପରୀକ୍ଷା ଅନୁସାରେ ଭାଇରସ ସମ୍ପର୍କରେ ଆସିବା ପରେ ସଂକ୍ରମିତଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବାଡରେ 10.4 ପ୍ରତିଶତ ପୂର୍ବରୁ ହିଁ ସଂକ୍ରମିତ ପାଇଥିଲେ।
ଏହି ଭାଇରସ ପଶୁମାନଙ୍କ ଦ୍ଵାରାହିଁ ମନୁଷ୍ୟ ଶରୀରରେ ପହଞ୍ଚିଛି କିନ୍ତୁ ଏହା କୁହାଯାଇ ନପାରେ କି ଏହା ମନୁଷ୍ୟ ରୁ ମନୁଷ୍ୟ ଶରୀରକୁ ବଢ଼ିପାରେ । ବ୍ୟଜ୍ଞାନକି ମାନେ ଏହାକୁ ନେଇ ବହୁ ଚିନ୍ତିତ ଅଛନ୍ତି ।
ଗବେଷଣାକାରୀ କହିଛନ୍ତି ଏହା ଚିନ୍ତାର ବିଷୟ ଅଟେ କାରଣ ଜି-4 ଭାଇରସ ମନୁଷ୍ୟ ଶରୀର ସଂକ୍ରମଣ କୁ ଆଗକୁ ଏବଂ ମହାମରୀର ପ୍ରକୋପ କୁ ବଢ଼ାଇବ ।
ଲେଖକମାନେ ଘୁଷୁରୀ ମାନଙ୍କ ସହ କାମକରୁଥିବା ଲୋକଙ୍କୁ ତଦାରଖ କରିବା ପାଇଁ ତତ୍କାଳୀନ ଉପାୟରେ ଆହ୍ୱାନ ଦେଇଛନ୍ତି ।