ଲଣ୍ଡନରେ ଚୀନର ରାଜଦୂତଙ୍କ ଟ୍ୱିଟର ଅକାଉଣ୍ଟରୁ ଏକ ଅଶ୍ଲୀଳ ଭିଡ଼ିଓ ଲାଇକ କରିବାର ମାମଲା ଚର୍ଚ୍ଚା ଧରିବାରେ ଲାଗିଛି। ବାସ୍ତବରେ କିଛି ଦିନ ପୂର୍ବରୁ ଚୀନର ରାଜଦୂତ ଲିୟୁ ଶିୟାଓମିଙ୍ଗଙ୍କର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏକ ପର୍ଣ୍ଣ ଭିଡିଓକୁ ଲାଇକ କରାଯାଇଛି। ଏହାପରେ ଟ୍ୱିଟରରେ ଚାଇନା ରାଜଦୂତକୁ ଜବରଦସ୍ତ ଟ୍ରୋଲ କରାଯିବା ଆରମ୍ଭ ହୋଇଯାଇଥିଲା।
ମାମଲା ଏତେ ବଢି ଯାଇଥିଲା ଯେ, ଚାଇନା ରାଜଦୂତଙ୍କୁ ଏହା ଉପରେ ନିଜର ପକ୍ଷ ସ୍ପଷ୍ଟ କରିବାକୁ ବ୍ୟାଖ୍ୟା କରିବାକୁ ପଡିଥିଲା। ଲିୟୁ ଶିୟାଓମିଙ୍ଗଙ୍କର କହିବା କଥା ଯେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରି କେହିଜଣେ ଏହି ଭିଡିଓକୁ ଲାଇକ କରି ଦେଇଛନ୍ତି। ଲଣ୍ଡନରେ ଚାଇନା ଏମ୍ବିସୀ ଟ୍ୱିଟରରୁ ତୁରନ୍ତ ଏହି ମାମଲାରେ ଯାଞ୍ଚ କରିବାକୁ କହିଛନ୍ତି।
ଲିୟୁ ଶିୟାଓମିଙ୍ଗଙ୍କର ଆକାଉଣ୍ଟରୁ ଲାଇକ କରାଯାଇଥିବା ଏହି ଭିଡିଓ ହଟାଇବା ପୂର୍ବରୁ ଟ୍ୱିଟରର ଲାଇକ୍ଡ ସେକ୍ସନରେ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥିଲା। ଏହି ଏକ ଘଣ୍ଟା ମଧ୍ୟରେ ଲୋକମାନେ ଚାଇନା ରାଜଦୂତଙ୍କ ଉପରେ ଜବରଦସ୍ତ କ୍ରୋଧ ପ୍ରକାଶ କରିଥିଲେ ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ।
ଚାଇନା ଦୂତାବାସ ନିଜର ୱେବସାଇଟରେ ଏକ ବୟାନ ଜାରି କରି କହିଥିଲେ ଯେ,”କିଛି ଚୀନ ବିରୋଧୀ ତତ୍ତ୍ୱ ରାଜଦୂତ ଲିୟୁ ଶିୟାଓମିଙ୍ଗଙ୍କ ଟ୍ୱିଟର ଆକାଉଣ୍ଟକୁ ବହୁତ ଚାଲାକ ଉପାୟରେ ନିଜର ଟାର୍ଗେଟ ବନାଇଥିଲେ। ଦୂତାବାସ ଟ୍ୱିଟରକୁ ଏହାର ସୂଚନା ଦେଇଥିଲେ।ଏବଂ ଆଗ୍ରହ କରିଥିଲେ ଯେ, ଏହି ସମ୍ପୂର୍ଣ୍ଣ ମାମଲାରକୁ ଗମ୍ଭୀରତା ସହିତ ଯାଞ୍ଚ କରାଯାଉ।”
ବୟାନରେ କୁହାଯାଇଛି ଯେ,”ଦୂତାବାସ ନିଜର ଅଧିକାରର ଅଧୀନରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରିବେ ଏବଂ ଲୋକଙ୍କ ଠାରୁ ଆଶା କରାଯାଉଛି ଯେ ସେ ଏପ୍ରକାରର ଗୁଜବ ଉପରେ ବିଶ୍ୱାସ ନକରନ୍ତୁ ଏବଂ ନା ଏହାକୁ ପ୍ରଚାର କରନ୍ତୁ।” ଲିୟୁ ନିଜେ ଚାଇନା ଦୂତାବାସ ପକ୍ଷରୁ କରାଯାଇଥିବା ଟ୍ୱିଟକୁ ରିଟ୍ୱିଟ କରିଛନ୍ତି ଏବଂ ଏକ ଲୋକକଥା ଲେଖିଛନ୍ତି, “ଲୁହାର କୋ ହଥୋଡେ ସେ କ୍ୟା ଡର।”
ଲିୟୁ ଶିୟାଓମିଙ୍ଗଙ୍କୁ ଚୀନର ସବୁଠୁ ପ୍ରଭାବଶାଳୀ କୂଟନୀତିଜ୍ଞ ଭାବରେ ବିବେଚନା କରାଯାଏ। ଲିୟୁ ଗତବର୍ଷ ଅକ୍ଟୋବରରେ ନିଜର ଟ୍ୱିଟର ଆକାଉଣ୍ଟ ବନାଇଥିଲେ ଏବଂ ତାଙ୍କର ୮୫,୦୦୦ରୁ ଅଧିକ ଅନୁସରଣକାରୀ ରହିଛନ୍ତି।
ଏହି ସମ୍ପୂର୍ଣ୍ଣ ମାମଲାରେ ଟ୍ୱିଟରର ପ୍ରବକ୍ତା କୌଣସି ମଧ୍ୟ ବୟାନ ଦେବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଚୀନରେ ଟ୍ୱିଟର ଏବଂ ପୋର୍ଣ୍ଣଗ୍ରାଫି ଆଧିକାରିକ ରୂପରେ ପ୍ରତିବନ୍ଧିତ ଅଟେ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |