ଚୀନ୍ର ଉଇଗୁରୁ ମୁସଲମାନମାନଙ୍କ ଉପରେ ହୋଇଥିବା ଅତ୍ୟାଚାର କୁ ନେଇ ଆମେରିକା କଠୋର ପଦକ୍ଷେପ ଗ୍ରହଣ କରିଛି, ଏବଂ ତା ସହିତ ଚୀନ ର ତିନିଜଣ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ।
ଆମେରିକାର ଏହି ନୂଆ ପ୍ରତିବନ୍ଧକକୁ ପାରସ୍ପରିକ ସମ୍ପର୍କ ପାଇଁ ହାନିକାରକ ବୋଲି ଚୀନ ଦର୍ଶାଇଛି ଏବଂ ଖୁବ୍ ଶୀଘ୍ର ଆମେରିକା ବିରୋଧରେ ଏକ ଯୋଜନା କରିବ ବୋଲି ଚୀନ କହିଛି।
ଆମେରିକା ଏବଂ ଚୀନ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ବର୍ତ୍ତମାନ ଆହୁରି ଗମ୍ଭୀର ହୋଇଛି । ଗତ କିଛି ଦିନରୁ ଚୀନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକାଶ କରିଥିବା ଆମେରିକା ଶୁକ୍ରବାର ଦିନ ଚୀନ୍ କର୍ତ୍ତୃପକ୍ଷଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ଏଭଳି କାର୍ଯ୍ୟନୁଷ୍ଠାନ ଚୀନ୍କୁ ଶକ୍ତ ଧକ୍କା ଦେଇଛି । ଚୀନ୍ କହିଛି ଯେ ଆମେରିକାର ଏହି ନିଷ୍ପତ୍ତି ବିରୋଧରେ ଖୁବ ଶୀଘ୍ର ପାରସ୍ପରିକ ପଦକ୍ଷେପ ଗ୍ରହଣ କରିବ।
ବାସ୍ତବରେ, ଚୀନ ରେ ଉଇଗୁରୁ ମୁସଲମାନ ଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ଆମେରିକା ଦୃଢ ଆଭିମୁଖ୍ୟ ଗ୍ରହଣ କରିଥିଲା ଏବଂ ଚୀନ ର ବରିଷ୍ଠ ଅଧିକାରୀ ଙ୍କୁ ବାରଣ କରିଥିଲେ। ମାନବ ଅଧିକାର ଉଲ୍ଲଂଘନ ଅଭିଯୋଗରେ ଉଇଗୁର ମୁସଲିମ ସଂଖ୍ୟାଲଘୁଙ୍କ ବିରୋଧରେ ଆମେରିକା ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି।
ଚୀନ୍ ବିରୋଧରେ ଆମେରିକାର ଆଭିମୁଖ୍ୟ କଠୋର ହୋଇଛି, ବିଜିଙ୍ଗି ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ହ୍ଵାଇଟି ହାଉସ୍ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୀନ୍ ର ଏହି ମାମଲାରେ ଚୀନ ପ୍ରତିକ୍ରିୟା ରଖିଛି। ଆମେରିକାର ଏହି ନୂଆ ପ୍ରତିବନ୍ଧକକୁ ପାରସ୍ପରିକ ସମ୍ପର୍କ ପାଇଁ କ୍ଷତିକାରକ ବୋଲି କହିଛି । ଖୁବ ଶୀଘ୍ର ଆମେରିକା ବିରୋଧରେ ‘ପାରସ୍ପରିକ ପଦକ୍ଷେପ’ ଗ୍ରହଣ କରିବ ବୋଲି ଚୀନ୍ ସ୍ପଷ୍ଟ ଭାବେ ପ୍ରକାଶ କରିଛି।
ଚାଇନାର ତିନିଜଣ ଅଧିକାରୀଙ୍କ ଉପରେ ଆମେରିକା ଲଗାଇଲା ପ୍ରତିବନ୍ଧକ ।
ଏହି ଠାରେ ଆମେ ଆପଣଙ୍କୁ କହି ରଖୁଛୁ କି ଆମେରିକା ଚୀନ୍ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଇଗୁର୍ ମୁସଲମାନ ମାନଙ୍କର ମାନବିକ ଅଧିକାରର ଉଲ୍ଲଂଘନକୁ ନିଷିଦ୍ଧ କରିଥିବା ଯେଉ ତିନିଜଣ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେମାନେ ହେଉଛନ୍ତି ସିଂନ ଜିଆଙ୍ଗ ଉଇଗୁରୁ ସ୍ୱାସ୍ତ୍ୟ କ୍ଷେତ୍ରର ଚୀନ କମ୍ୟୁନିଷ୍ଟ ପାର୍ଟିର ସଚିବ ଚେନ୍ କ୍ୱାଙ୍ଗୋ, ସିଂନ ଜିଆଙ୍ଗ ରାଜନୀତିଙ୍ଗ ଏବଂ ଆଇନ କମିଟିର ସଚିବ ଜୁ ହେଲୁନ୍ ଏବଂ ସିଂନଜିଆଙ୍ଗ ଜନ ସୁରକ୍ଷା ବ୍ୟୁରୋର ବର୍ତ୍ତମାନର ଦଳର ସଚିବ ୱାଙ୍ଗ ମିଙ୍ଗଶାନ୍ ସାମିଲ ଅଛନ୍ତି। ଏମାନଙ୍କ ବ୍ୟତୀତ ବର୍ତ୍ତମାନ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ମଧ୍ୟ ଆମେରିକାରେ ପ୍ରବେଶ କରିବାକୁ ନିଷେଧ କରାଯାଇଛି ।
ସୂଚନାଅନୁସାରେ କରୋନାଭାଇରସ୍ ଏବଂ ବାଣିଜ୍ୟ ଯୁଦ୍ଧକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ଆମେରିକା ଚୀନ୍ ବିରୋଧରେ କଡା ପଦକ୍ଷେପ ନେଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ପରିପ୍ରେକ୍ଷୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟ୍ରମ୍ପ ପ୍ରଶାସନର ଅଧିକାରୀ ଏବଂ ମନ୍ତ୍ରୀ ଅନେକ ଥର ସଂକେତ ଦେଇସାରିଛନ୍ତି।
ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ଯୁଦ୍ଧ ଜାହାଜ ନିୟୋଜନ ଦ୍ୱାରା ଚୀନ୍ ଧମକ ଦେଇଛି ଆମର ବିପଜ୍ଜନକ ଅସ୍ତ୍ର ଶସ୍ତ୍ର ଅଛି।
ଆମେରିକା ଚୀନ କୁ ଘେରଉ କରିବା ପାଇଁ ହଂକଙ୍କ ଏବଂ ଚୀନ ର ଉଇଗୁରୁ ମୁସଲମାନମାନଙ୍କର ପ୍ରସଙ୍ଗ ଉଠାଇଛି। ଏହା ପରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ମଧ୍ୟ ଦେଇଛି। ଆମେରିକାର ସିନେଟରେ ମଧ୍ୟ ବିଲ୍ ପାସ କରାଯାଇଛି। ବର୍ତ୍ତମାନ ଚୀନ୍ ଉପରେ ଆମେରିକାର ପ୍ରତିବନ୍ଧକ କୁ ନେଇ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ତିକ୍ତ ହେବ ବୋଲି ଆଶଙ୍କା କରାଯାଉଛି।
ଦକ୍ଷିଣ ଚୀନ୍ ସାଗରରେ ବିବାଦ ।
ଚୀନ୍ ସହିତ ଧୀରେ ଧୀରେ ବଢୁଥିବା ମୁକାବିଲା ମଧ୍ୟରେ ଆମେରିକା ଦକ୍ଷିଣ ଚୀନ୍ ସାଗରରେ ଦୁଇଟି ଯୁଦ୍ଧ ଜାହାଜ ନିୟୋଜିତ କରିଛି । ଯାହାଫଳରେ ଚୀନ ଆମେରିକା ଉପରେ ରାଗିକି ନିଆଁ ହୋଇଯାଇଛି ।ଚୀନ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ନିଜର ଦାବି ସାବ୍ୟସ୍ତ କରିଛି। ଏହାକୁ ନେଇ ଅନେକ ପଡୋଶୀ ଦେଶ ସହ ଚୀନ ର ବିବାଦ ଲାଗିରହିଛି।
ଆମେରିକାର ଯୁଦ୍ଧ ଜାହାଜ ଚଳାଚଳ ଉପରେ ଚୀନ୍ ଦୃଢ ଆପତ୍ତି ଜଣାଇ କହିଛି ଯେ ଚୀନ୍ ସୈନ୍ୟଙ୍କ ଅନୁଗ୍ରହ ଯୋଗୁ ଆମେରିକା ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ୍ ସାଗରରେ ଅଭ୍ୟାସ କରିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏହାର ଉତ୍ତର ଦେଇ କହିଛି ଯେ ହଜାର ହଜାର ମାଇଲ ଦୂରରେ ଅବସ୍ଥିତ ଏକ ଅଣ ଆଞ୍ଚଳିକ ଦେଶ ଦକ୍ଷିଣ ଚୀନ୍ ସାଗରରେ ନିଜର ଶକ୍ତି ପ୍ରଦର୍ଶନ କରୁଛି। ଯଦି ଚୀନ ବିରୁଦ୍ଧରେ କୌଣସି ପ୍ରକାର କର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଏ , ତାହାଲେ ଆମ ପାଖରେ ମଧ୍ୟ ବିପଜ୍ଜନକ ଅସ୍ତ୍ର ଶସ୍ତ୍ର ଅଛି।