ଭାରତ-ଚୀନ ବିବାଦ ସହିତ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଅହି ନକୁଳ ସମ୍ପର୍କ ଭଳି ଆରୋପ ପ୍ରତ୍ୟାରୋପ ର ଖେଳ ଲାଗିରହିଛି।ବିଜେପି ଅଧ୍ୟକ୍ଷ ଏବଂ ପାର୍ଟିର ତୁଙ୍ଗ ନେତା ମାନେ ସୀମାରେ ଉପୁଜିଥିବା ପରିସ୍ଥିତିକୁ କେନ୍ଦ୍ରକରି ଏବଂ କଂଗ୍ରେସର ବ୍ୟବହାରକୁ ନେଇ ରାଜୀବ ଗାନ୍ଧୀ ଫାଉଣ୍ଡେସନ କୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ କଂଗ୍ରେସ କରୋନାକୁ କେନ୍ଦ୍ରକରି ବିଜେପି କୁ ପ୍ରତିଆକ୍ରମଣ କରିଛି । କରୋନା ପାଇଁ ପି.ଏମ ରିଲିଫ ଫଣ୍ଡକୁ ଚୀନ କମ୍ପାନୀ ମାନଙ୍କ ଡୋନେସନ କୁ ନେଇ ଉଠିଛି ବଡ ପ୍ରଶ୍ନବାଚୀ ।
କଂଗ୍ରେସ ପ୍ରବକ୍ତା ଙ୍କ ପ୍ରଶ୍ନ କୁ ନେଇ ରିଲିଫ ଫଣ୍ଡକୁ ବରିଷ୍ଠ କଂଗ୍ରେସ ନେତା ଏବଂ ପାର୍ଟି ପ୍ରବକ୍ତା ଅଭିଷେକ ମନୁ ସିଂଘବୀ ବିଜେପି କୁ ଆରୋପ ଲଗାଇ କିଛି ଏହି ପ୍ରକାର ପ୍ରଶ୍ନ ଉଠାଇଛନ୍ତି ।
1..କାହିଁକି ପି.ଏମ କୋର ଫଣ୍ଡରେ ଚୀନ ପ୍ରଦାନ କରିଥିବା ଡୋନେସନ କୁ ଗ୍ରହଣ କଲେ ।
2..ଚୀନର ବିବାଦୀୟ କମ୍ପାନୀ ଠାରୁ 7 କୋଟି ଟଙ୍କା ଗ୍ରହଣ କରାଗଲା ?
3..HUWAI ର ଲୋକ ପରିଶ୍ରମି ଆର୍ମି ଙ୍କ ସହ ସିଧା କୌଣସି ସଂଯୋଗ ଅଛି କି ?
4..ଚୀନର ବିବାଦୀୟ କମ୍ପାନୀ Tiktok ପି.ଏମ କୋର ଫଣ୍ଡକୁ 30 କୋଟି ଟଙ୍କା ଦେଇଛନ୍ତି କି ?
ଖାଲି ଏତିକି ରେ ପ୍ରଶ୍ନ ସରିନଥିଲା ।
ସିଘବୀ ରିଲିଫ ଫଣ୍ଡରେ ପେଟିଏମ,ଜିଓମି ଏବଂ ଓପୋ ର ଡୋନେସନକୁ ନେଇ ମଧ୍ୟ୍ୟ ପ୍ରଶ୍ନ ଉଠାଇଥିଲେ । ତା ସହିତ କଂଗ୍ରେସ ମୋଦି ସରକାର ଙ୍କୁ ଆକ୍ଷେପ କରି କହିଛି ଯେ ଯେଉଁ ସରକାର ଚୀନ କମ୍ପାନୀ ମାନଙ୍କ ଠାରୁ ଡୋନେସନ ନେଇ ଦେଶ ସହ ସାଲିସ କରିପାରେ ସେ ଭଳି ସରକାର କିଭଳି ଚୀନ ଆକ୍ରମଣ କାରୀଙ୍କ ଠାରୁ ଦେଶକୁ ସୁରକ୍ଷା ପ୍ରଦାନ କରି ପାରିବେ ।
ବିଜେପି କ’ଣ ଆରୋପ ଲାଗେଇଥିଲା?
ଗୋଟେ ଦିନ ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନାଇଡୁ ଆରୋପ ଲଗାଇ ଥିଲେ କି 2005-06 ରେ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପିପୁଲ ରିପବ୍ଲିକ ଅଫ ଚୀନ ଏବଂ ଚୀନ ଟେଲିଫୋନ ଠାରୁ 03 ଲକ୍ଷ୍ୟ ଆମେରିକ ଡଲାର ନେଇଥିଲେ । ଏବଂ ତା ସହିତ ବିଜେପି କଂଗ୍ରେସ କୁ କହିଥିଲା କି ଚୀନ ସହିତ କଂଗ୍ରେସ ର ଲୁଚାଛପା ଚାଲିଛି। ଭାତର-ଚୀନ ବିବାଦ ସମୟରେ ସୋନିଆ ଏବଂ ରାହୁଲଙ୍କ ଚୀନ ଯିବା ସମୟର କିଛି ଫୋଟ ସୋସିଆଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଏବଂ ଫଟ ରେ ମଧ୍ୟ କଂଗ୍ରେସ ନେତା ଦସ୍ତଖତ କରୁଥିବା ନଜର ଆସିଥିଲା
ଫାଉଣ୍ଡେସନ ରେ କିଏ କିଏ ଅଛନ୍ତି?
ସିନିଆ ଗାନ୍ଧୀ,ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ ଯାହାକି 1991 ରେ ପ୍ରତିଷ୍ଠା ହୋଇଥିଲା
ଯେତେବେଳେ କି ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂ , ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିନ୍ଦଦରମ ,ମୋଣ୍ଟେକ ସିଂହ,ଆଲୁବାଲିଆ, ସୁମନ ଦୁବେ, ରାହୁଲ ଗାନ୍ଧୀ , ଡ଼ ଶେଖର ରାହା, ପ୍ରଫେସର ଏମ.ଏସ ସମ୍ବିନାଥମ, ଡ଼ ଅଶୋକ ଗାଙ୍ଗୁଲି, ଏବଂ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଫାଉଣ୍ଡେସନ ଟ୍ରଷ୍ଟ ରେ ଅଛନ୍ତି ।1991 ରେ ପ୍ରତିଷ୍ଠା ହୋଇଥିବା ଫାଉଣ୍ଡେସନ 2009 ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ , ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ମହିଳା ଏବଂ ଶିଶୁ ବିକାଶ , ଶାରୀରିକ ରୂପରେ ନିସକ୍ତ ମାନଙ୍କର ସହାୟତା , ପଞ୍ଚାୟତ ରାଜ ଆଦି କ୍ଷେତ୍ରରେ କାମ କରି ଚାଲିଲା କିନ୍ତୁ 2010 ରୁ ଫାଉଣ୍ଡେସନ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଉଛି।
ଯଦି ଆମ ଆର୍ଟିକିଲ ପସନ୍ଦ ଆସିଥାଏ ଗୋଟେ ଲାଇକ କରିବେ ଏବଂ ଏହାକୁ ନେଇ ନିଜର ମତାମତ ଆମକୁ କମେନ୍ଟ ମାଧ୍ୟ୍ୟମରେ ନିଶ୍ଚିନ୍ତ ଦେବେ |