ଚୀନ କୁ କଡା ଜବାବ ଦେବା ପାଇଁ ଚାଲିଛି ପ୍ରସ୍ତୁତି,ସର୍ଜିକାଲ ଷ୍ଟ୍ରାଇକ କରିଥିବା ସ୍ପେଶାଲ ଫୋର୍ସ ଲଦାଖରେ ମୁତୟନ।

ଚୀନ ସହିତ ଜାରି ରହିଥିବା କଲହ ମଧ୍ୟରେ ଭାରତ ଲଦାଖରେ ସ୍ପେଶାଲ ଫୋର୍ସ ର ମୁତୟନ କରିଛି । ସୂତ୍ର ଅନୁସାରେ, ଦେଶରେ ଭିନ୍ନ ଭିନ୍ନ ସ୍ଥାନରୁ ସ୍ପେଶାଲ ଫୋର୍ସ ର ୟୁନିଟ କୁ ଲଦାଖକୁ ନିଆଯାଇଛି ,ସେଠାରେ ସେମାନେ ଅଭ୍ୟାସ କରୁଛନ୍ତି । ସ୍ପେଶାଲ ଫୋର୍ସ 2017 ରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସ୍ପେଶାଲ ରିପୋର୍ଟ ଅନୁଯାୟୀ ଯଦି ଦରକାର ପଡେ ଚୀନ ବିରୁଦ୍ଧରେ ମଧ୍ୟ୍ୟ ମଧ୍ୟ୍ୟ ଏହି ଫୋର୍ସ ର ବ୍ୟବହାର କରାଯାଇପାରେ ।

ସ୍ପେଶାଲ ଫୋର୍ସ କୁ ଭାଗ କରାଯାଇଛି ତାହାର ଗୋଟିଏ ଭାଗକୁ ଲଦାଖର ସୀମାରେ ମୁତୟନ କରାଯାଇଛି। ସେମାନଙ୍କୁ ସେମାନଙ୍କ ଭୂମିକା ବିଷୟରେ ସଂପୂର୍ଣ୍ଣ ଭାବରେ ଅବଗତ କରାଇଦିଆଯାଇଛି, ଯଦ୍ୱାରା ଚୀନ ସହିତ ଶତ୍ରୁତା ବଢିଲେ ଏହାର ପରିଣାମ ଭୟଙ୍କର ହେବ । ଭାରତରେ 12 ରୁ ଅଧିକ ସ୍ପେଶାଲ ଫୋର୍ସସେ ର ରେଜିମେଣ୍ଟ ରହିଛି ଯାହା ଭିନ୍ନ ଭିନ୍ନ ସ୍ଥାନରେ ତାଲିମ ଦିଆଯାଇଥାଏ । ଜାମ୍ମୁ ଓ କାଶ୍ମୀରରେ ମୁତୟନ ସ୍ପେଶାଲ ଫୋର୍ସସେ ର ଏକ ଅଂଶ ଲେହ ଏବଂ ତାର ଆଖ ପାଖ ଉଚ୍ଚ ଥିବା କ୍ଷେତ୍ରରେ ନିୟମିତ ଭାବରେ ବାରଗେମ୍ସ ଅଭ୍ୟାସ କରିଥାଏ ।

ଭାରତ ଓ ଚୀନ ମଧ୍ୟରେ ମେ ମାସ ଆରମ୍ଭରୁ ହିଁ କଳହ ଲାଗି ରହିଛି ଏହି କଳହ 15 ଜୁନ କୁ ଲଦାଖର ଗଲବାନ ଘାଟିରେ ଘଟିଥିବା ହିଂସାତ୍ମକ ଝଡ ପରେ ଆହୁରି ବଢ଼ି ଯାଇଛି । ଏହି ହିଂସାତ୍ମକ କାଣ୍ଡରେ ଭାରତର 20 ଯବାନ ଶହୀଦ ହୋଇଥିଲେ , ଯେତେବେଳେ କି ଚୀନ ତାର ଯବାନ ମାନଙ୍କ ମୃତ୍ୟୁ ର କୌଣସି ପ୍ରମାଣ ଦେଇନାହିଁ ।

ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଦ୍ଵାରା LAC ରେ ଲାଗିଥିବା କଳହକୁ କମ କରିବା ପାଇଁ ଚେଷ୍ଟା କରୁଛନ୍ତି । ଭାରତ ଏବଂ ଚୀନ ର ସେନାଦକ୍ଷ ମାନଙ୍କ ମଧ୍ୟରେ ଅନେକ ଥର ବାର୍ତା ଆଳପ ସାରିଛି । ଚୀନ ଆଉ ଥରେ ମିଛ ବାର୍ତା ଆଳପର ଆଶ୍ରୟ ନେଇ ଧୋକା ରେ ଭାରତର ସେନା ମାନଙ୍କ ଉପରେ ଆକ୍ରମଣ ବି କରିସାରିଛି ।

ଅପରପକ୍ଷରେ , ଭାରତ ଚୀନ ଠାରୁ ନିଜ ଯବାନଙ୍କ ମୃତ୍ୟୁ ର ପ୍ରତିଶୋଧ ନେବା ଆରମ୍ଭ କରିସାରିଛି , ଚୀନ କୁ ହାତରେ ନ ମାରି ଭାତରେ ମାରିବା ଆରମ୍ଭ କରିସାରିଛି । ସରକାର ଚୀନ କୁ ଆର୍ଥିକ ସ୍ଥିତିରେ କ୍ଷତାକ୍ତ କରୁଛି। ମୋଦି ସରକାର ଚୀନ ର 59 ଆପ୍ସ କୁ ବ୍ୟାନ କରି ଚୀନ କୁ ବଡ ଝଟକା ଦେଇଛି, ଏତଦବ୍ୟତୀତ ଚୀନ କମ୍ପାନୀ ମାନଙ୍କ ସହିତ ଚୁକ୍ତି ମଧ୍ୟ ରଦ୍ଧ କରାଯାଉଛି।

ଚୀନ ସହିତ ଚାଲିଥିବା କଳହ ମଧ୍ୟରେ ମୋଦି ସରକାର କେତେକ ବଡ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଗୁରୁବାର ଦିନହିଁ ରକ୍ଷା ଅଧିଗ୍ରହଣ ପରିଷଦର ବ୍ୟଠକରେ 21 ଟି ମିଗ-29 ଏବଂ ବାର ସୁଖଇ (ଏସ.ଇଉ-30ଏମ.କେ.ଆର)

ଯୁଦ୍ଧ ବିମାନ କ୍ରୟ କରିବାର ପ୍ରସ୍ତାବ କୁ ମଞ୍ଜୁରୀ ମିଳିଛି । ଏହା ସହିତ 59 ମିଗ-29 ଯୁଦ୍ଧ ବିମାନର ଅପଗ୍ରେଡସନ ମଞ୍ଜୁରୀ ମିଳିଛି । ମିଗ-29 ଯୁଦ୍ଧ ବିମାନ ରୁଷ ରୁ କିଣା ଯିବ । ତା ସହିତ ଭାରତ ପାଖରେ ଥିବା ମିଗ-21 ଯୁଦ୍ଧ ବିମାନର ଅପଗ୍ରେଡସନ ମଧ୍ୟ କରାଯିବ।

Leave a Reply

Your email address will not be published. Required fields are marked *