ଚୀନ ନୂଆ ଖେଳ ଖେଳିବାକୁ ହେଉଛି ପ୍ରସ୍ତୁତ, ଏହାର ଫୋଟ ଆସିଲା ସାମ୍ନାକୁ….

ଗାଲଭାନ୍ ଘାଟିରୁ ଚୀନ ତାର ମନ ମାନିରୁ ପଛକୁ ହଟିବାର ନା ନେଉନାହିଁ। ଚୀନ ସୈନ୍ୟ ପୁଣି ଥରେ LAC ରେ ବିଶୃଙ୍ଖଳା ବଢେଇବା ଭଳି କାର୍ଯ୍ୟ କରିବାରେ ଲିପ୍ତ ଦେଖିବାକୁ ମିଳିଛି। ଚୀନ ଉତ୍ତର ପୂର୍ବ ଲଦାକରେ ଗଲଭାନ୍ ନିଦିକୁ ଅଟକେଇବା ପାଇଁ ବୁଲ ଡୋଜର ନେଇ ସେଠି ପହଞ୍ଚି ଯାଇଛି। ବୁଲ ଡୋଜର ସାହାଯ୍ୟରେ ନଦୀର ପ୍ରଭାବକୁ ଅବରୋଧ କରିବାକୁ ଚେଷ୍ଟା ଚଲେଇଛି ଚୀନ। ଏହାର ସ୍ୟାଟ ଲାଇଟ୍ ଫୋଟ ଜାରି କରିଛି ଏଣ୍ଡି ଟିଭି।

ଗଣ୍ଡୋଗଲ ହୋଇଥିବା ଜାଗାର ୧ କିଲୋମିଟର ଦୂରତାରେ ଚୀନ ନଦୀକୁ ଅବରୋଧ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି। ଭାରତର ମେଜର ମେଜର ଜେନେରାଲ ଏବଂ ତାଙ୍କର ଚୀନ୍ ପ୍ରତିପକ୍ଷ ଗାଲଭାନ୍ ଉପତ୍ୟକାର ପାଟ୍ରୋଲ୍ ପଏଣ୍ଟ 14 ନିକଟରେ କ୍ରମାଗତ ଦ୍ୱିତୀୟ ଦିନ ଭେଟିଥିଲେ ଯେଉଁଠି ଝଗଡ଼ା ହୋଇଥିଲା। ଚୀନ ବର୍ତ୍ତମାନ ପର୍ଯ୍ୟନ୍ତ ଝଗଡ଼ା ହୋଇଥିବା ଜାଗାରୁ ହଟିଥିବାର କୌଣସି ସୂଚନା ଦେଇ ନାହିଁ। ଏଠାରେ କହି ରଖିବୁ କି ୨ ଦିନ ପୂର୍ବରୁ ହୋଇଥିବା ଝଗଡାରେ ଆମର ୨୦ ଜଣ ଯବାନଙ୍କ ପ୍ରାଣ ଚାଲିଯାଇଛି।

ନଦୀ ପାଖରେ ରଖାଯାଇଥିବା ଭାରି ବୋଲ ଡୋଜର ଏହି ଫଟୋ ରେ ଏକ ପ୍ରକାର ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଚୀନ LAC ର ସେପଟ ପଟରେ ଗାଲଭନ୍ ନଦୀରେ କିଛି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି। କୁହାଯାଉଛି କି ଏଥିରେ ନଦୀର ସ୍ରୋତ ଉପରେ କିଛି ପ୍ରଭାବ ପଡୁଛି। କାରଣ ଫଟୋରେ ସଫା ନୀଳ ପାଣି ପାଖରେ କିଛି ଗୋଳିଆ ପାଣି ଦେଖିବାକୁ ମିଳୁଛି। ସେଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଇଣ୍ଡିଆନ୍ ଆର୍ମି ମାନେ ଥିବାର ଦେଖିବାକୁ ମିଳିଛି । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସବୁ ଫୋଟ ଏଠାରେ ଦେଖା ଯାଇ ପାରିନି।

ଚୀନ ର ଗଲଭନ୍ ଘାଟିର ୧ କିଲୋମିଟର ଦୂରରେ ଥିବା ଫୋଟୋ ଉପରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ମାନେ କହିଛନ୍ତି ଯେ, ଗାଲଭାନ ଘାଟି ମଧ୍ୟରେ ହିଁ ନଦୀ ପ୍ରଭାବିତ ହୋଇଛି। ଏବଂ ସେଠାରେ ଉଭୟ ଦେଶର ସୈନ୍ୟ ବାହିନୀ ସକ୍ରିୟ ଅଛନ୍ତି, ଯେତେବେଳେ କି ଭାରତୀୟ ସେନା ବାହିନୀ ସେହି ଭଳି ସକ୍ରିୟ ଥିଲା ଭଳି ଫଟରେ ଦେଖିବାକୁ ମିଳୁନାହିଁ। ଏହି ସବୁ ଫଟ ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ଚୀନ ସେନା ବାହିନୀ ଗାଲଭାନ ନଦୀ କୁଳରୁ ୫ କିଲୋ ମିଟର ଦୟରିରେ ଟ୍ରକ, ସାମରିକ ପରିବହନ ଏବଂ ବୁଲ ଡୋଜର ସହିତ ୧୦୦ ରୁ ଉର୍ଦ୍ଧ ଜାନ ବାହନ ରଖିଛି।

Leave a Reply

Your email address will not be published. Required fields are marked *