ଚୀନ ମହିଳାଙ୍କ ଜିଦ ଆଗରେ ହାର ମାନିଲେ ସରକାର। ବଦଳାଇବାକୁ ପଡିଲା ହାଇୱେର ରାସ୍ତା।

ଚୀନର ଗୁଆଙ୍ଗଡୋଙ୍ଗ ପ୍ରାନ୍ତରେ ଏମିତି ଏକ ରାଜପଥ ଅଛି ଯାହାର ମଧ୍ୟ ଭାଗରେ ଏକ ଘର ରହିଛି। ଏହି ସ୍ଥାନରେ ଏପରି ଏକ ଅଦ୍ଭୁତ ଘର ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଘରର ମାଲିକାଣି ଜଣକ ହାଇୱେ ଉପରେ ଦୃତ ଗତିର ଗାଡି ସହିତ ନିଜର ଜୀବନ ଅତିବାହିତ କରିଛନ୍ତି। ଆପଣ ମାନେ ଭାବୁଥିବେ ଏମିତି କିପରି ସମ୍ଭବ ହେବ ଯେ ଜଣେ ହାଇୱେ ମଝିରେ ଘର କରି ରହିଛନ୍ତି। ଯଦିଓ ସେ ଏଠାରେ ରହୁଛନ୍ତି ତେବେ ରାଜପଥ ନିର୍ମାଣ ସମୟରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସେଠାରୁ ହଟାଇଲେ ନାହିଁ କାହିଁକି।

ବାସ୍ତବରେ ଯେଉଁ ସମୟରେ ହାଇୱେର ନିର୍ମାଣ କରାଯାଉଥିଲା ସେତେବେଳେ ସ୍ଥାନୀୟ ପ୍ରଶାସନ ରାଜପଥ ମଝିରେ ଆସୁଥିବା ଏହି ଘରଟିକୁ ହଟାଇବାକୁ ବହୁତ ପ୍ରୟାସ କରିଥିଲେ। ଏହି ଘରର ମାଲିକାଣି ଜଣକ ସେଠାରେ ରହିବାର ଜିଦ ଛାଡିନଥିଲେ। ସେଠାରୁ ହଟିବାକୁ ସିଧାସଳଖ ଭାବରେ ମନା କରିଦେଇଥିଲେ। ଏହାପରେ ଚୀନ ସରକାର ହାର ମାନି ଏହି ଛୋଟ ଘରଟିର ଚାରି ପାଖରେ ରାଜମାର୍ଗ ପୋଲ ନିର୍ମାଣ କରାଇଦେଇଥିଲେ। ବର୍ତ୍ତମାନ ମହିଳା ଜଣକ ଗାଡିର କୋଳାହଳ ମଧ୍ୟରେ ଜୀବନ ଅତିବାହିତ କରିଛନ୍ତି।

ହାଇୱେ ନିର୍ମାଣ ପୂର୍ବରୁ ସେହି ଘରର ମାଲିକାଣି ଜଣକ ଏକ ଦଶକ ପର୍ଯ୍ୟନ୍ତ ଚୀନ ସରକାରଙ୍କୁ ନିଜ ଘର ବିକ୍ରି କରିବା ପାଇଁ ମନା କରିଆସୁଥିଲେ। ସରକାର ରାଜପଥ ମଝିରେ ଆସିଥିବା ଏହି ଘର ପାଇଁ ତାଙ୍କୁ ଏକ ମୋଟା ଅଙ୍କର ଟଙ୍କା ମଧ୍ୟ ଦେବା କଥା କହିଥିଲେ। ହେଲେ ମହିଳା ଜଣକ ଟଙ୍କା ଲୋଭରେ ମଧ୍ୟ ଘର ବିକିବାକୁ ରାଜି ହୋଇନଥିଲେ।

ଏହି ଫୋଟୋ ଚିତ୍ରକୁ ଦେଖିଲେ ଜଣା ପଡୁଛି ଯେ, ଦକ୍ଷିଣ ଚୀନର ଗୁଆଙ୍ଗଡୋଙ୍ଗ ପ୍ରାନ୍ତରେ ନିର୍ମାଣ କରାଯାଇଥିବା ନୂତନ ହାଇଜୁଆଙ୍ଗ ବ୍ରିଜ ମଝିରେ ଏହି ମହିଳା ଜଣକ ନିଜର ଏକ ଛୋଟ ଘର ମଧ୍ୟରେ ବସବାସ କରୁଛନ୍ତି। ଏକ ମହଲା ବିଶିଷ୍ଟ ଏହି ଫ୍ଲାଟଟି ୪୦ ବର୍ଗ ମିଟର ଆୟତନର ଅଟେ। ଗୁଆଙ୍ଗଡୋଙ୍ଗ ଟିଭି ଷ୍ଟେସନର ସୂଚନା ମୁତାବକ, ଏହି ଘରଟି ଚାରୋଟି ଲେନ ବିଶିଷ୍ଟ ଏକ ଟ୍ରାଫିକ ଲିଙ୍କ ମଧ୍ୟରେ ଥିବା ଏକ ଖାଲ ପରି ଭୂମି ଅଂଶରେ ଅବସ୍ଥିତ।

ଏହି ଘରର ମାଲିକାଣି ମହିଳାଙ୍କ ନାମ ଲିଆଙ୍ଗ ଅଟେ। ଦ ସନର ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଏଠାରୁ ସ୍ଥାନାନ୍ତରିତ ହେବ ପାଇଁ ରାଜି ନହେବାର କାରଣ ଥିଲା ସରକାର ତାଙ୍କୁ କୌଣସି ଏକ ଆଦର୍ଶ ସ୍ଥାନରେ ସ୍ଥାପିତ କରିବାରେ ଅସମର୍ଥ ରହିଥିଲେ। ଗୃହର ସ୍ୱାମିନୀ ଲିଆଙ୍ଗ କହିଥିଲେ ଯେ, ” ଆପଣଙ୍କୁ ଲାଗୁଛି ଯେ ଏହି ବାତାବରଣ ଖରାପ ହୋଇଥିବ, କିନ୍ତୁ ମୋତେ ଲାଗିଥାଏ ଯେ ଏହା ଏକ ଶାନ୍ତ, ମୁକ୍ତ, ସୁଖମୟ ଏବଂ ଆନନ୍ଦଦାୟକ ସ୍ଥାନ ଅଟେ।” ସେ କହିଥିଲେ ଯେ ତାଙ୍କ ଏହି ଜିଦର ପରିଣାମ ଲଢ଼ିବା ପାଇଁ ସେ ଖୁସିଥିଲେ ଏବଂ ସେ କଦାପି ଭାବି ନଥିଲେ ଯେ ଅନ୍ୟ ଲୋକ ତାଙ୍କ ବିଷୟରେ କଣ ଭାବୁଛନ୍ତି କିମ୍ବା କଣ କହୁଛନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *