ଚୀନ୍ ସହିତ ଉତ୍ତେଜନା ସୃଷ୍ଟି ହେବା ପରେ ପୂର୍ବ ଲଦାଖରେ ଭାରତ ଏୟାର ଡିଫେନ୍ସ ମିଶାଇଲ ମୁତୟନ କରିଛି। ଚୀନ୍ ସେନାକୁ ଚେକ୍ ଦେବା ପାଇଁ ଉଭୟ ସ୍ଥଳ ସେନା ଏବଂ ବାୟୁସେନା ସୀମାରେ ଆଲର୍ଟ ରହିଥିବା ସୂଚନା ରହିଛି। ସୂଚୂନା ଅନୁଯାୟୀ ଭାରତ ସୀମାରେ ଅତ୍ୟାଧୁନିକ ବିମାନ, ମିଶାଇଲ୍, ହେଲିକପ୍ଟର, ଆଦି ମୁତୟନ କରିଛି।
ଗାଲୱାନ୍ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଚୀନ୍ ସୁଖୋଇ ୩୦ ସହିତ ଅତ୍ୟାଧୁନିକ ବିମାନ ଉଡ଼େଇ ସୀମାରେ ନିଜର ସ୍ଥିତି ମଜବୁଦ ରଖିଥିବା ପରୋକ୍ଷରେ କହିଛି। ଏମିତିକି ଭାରତ ବାଉଣ୍ଡ୍ରରୀରୁ ୧୦ କିଲୋମିଟର ଦୂରରେ ଚୀନ ସେନା ବିମାନ ଉଡ଼ାଇଥିବା ଜଣାପଡ଼ିଛି।ଚୀନ ସହିତ ବିବାଦ ବଢ଼ୁଥିବା ଦେଖି ଏଲଏସିରେ ସେନା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଚୀନ ବାରମ୍ୱାର ସୀମାରେ ସେନା ବୃଦ୍ଧି କରୁଥିବା ଦେଖି ଭାରତ ମଧ୍ୟ ସମାନ ନୀତି ଆପଣାଇଛି। ଖାଲି ଚୀନ୍ କି ଭାରତ ନୁହେଁ ଇଣ୍ଡୋ-ତିବ୍ବତ ବୋର୍ଡର ପୁଲିସ ମଧ୍ୟ ଆବଶ୍ୟକ ପୁଲିସ ସୀମାରେ ମୁତୟନ କରୁଥିବା ସୂଚନା ରହିଛି।
*ସୀମାରେ ପରିବର୍ତ୍ତିତ ସ୍ଥିତିକୁ ଦେଖି ଟ୍ରୁପ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଥମେ ପ୍ଲାଟୁନ ଆର୍ମି ମୁତୟନ କରିବାକୁ ଯୋଜନା ହୋଇଥିଲା ଏବେ କିନ୍ତୁ କମ୍ପାନୀ ଆର୍ମି ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ଏମାନେ ସମସ୍ତେ ସୀମାରେ ପାଟ୍ରୋଲିଂରେ ନିୟୋଜିତ ରହିବେ ବୋଲି ସରକାରୀ ଅଧିକାରୀ ଜଣଙ୍କ କହିଛନ୍ତି। କହି ରଖୁଛୁ ଗୋଟିଏ ପ୍ଲାଟୁନରେ ୩୦ ଜଣ ଯବାନ ରହିଥାନ୍ତି, ଗୋଟିଏ କମ୍ପାନୀରେ ୧୦୦ ଜଣ ଯବାନ ନିୟୋଜିତ ରହିଥାନ୍ତି।ସୀମାରେ ଚୀନ ସହ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନ ପଟୁ ମଧ୍ୟ ବିପଦ ଆଶଙ୍କା କରୁଛି ଭାରତ । ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ସେନା ।
ଯୁଦ୍ଧସ୍ଥିତିରେ ସେନାର ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବା ପାଇଁ ଯଥାଶୀଘ୍ର ମିସାଇଲ, ଆସଲ୍ଟ ରାଇଫଲ, ଗୋଳାବାରୁଦ ଆଦି ଯୋଗାଇବାକୁ ଭାରତ ଋଷିଆକୁ କହିଛି । ବିଶେଷକରି ଇଗଲା-ଏସ ମିସାଇଲ ସିଷ୍ଟମ କିଣିବା ପାଇଁ ଭାରତ ଅର୍ଡର ଦେଇଛି ।
ନିକଟରେ ମସ୍କୋ ଗସ୍ତରେ ଯାଇଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଭାରତୀୟ ପ୍ରତିନିଧିମଣ୍ଡଳ ଋଷିଆକୁ ଏହି ଅନୁରୋଧ କରିଛି । ଋଷିଆ ମଧ୍ୟ ଭାରତର ଏହି ଅନୁରୋଧକୁ ଗୁରୁତ୍ୱର ସହ ବିଚାର କରୁଛି ଓ ଯଥାଶୀଘ୍ର ଡେଲିଭରୀ ପାଇଁ ରାଜି ହୋଇଛି । ଏହା ସହିତ ଉତ୍ତରପ୍ରଦେଶରେ ଆମେଥିରେ ପ୍ରତିଷ୍ଠା ହୋଇଥିବା କାଲାସନିକୋଭ ରାଇଫଲ (ଏକେ-୪୭, ୫୬) କାରଖାନା ସଂପର୍କରେ ମଧ୍ୟ ଦୁଇପକ୍ଷ ଆଲୋଚନା କରିଥିଲେ । ଆସନ୍ତା ଅକ୍ଟୋବର ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ଏହି କାରଖାନାକୁ ପୁଟିନ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
କେବଳ ଋଷିଆ ନୁହେଁ, ଆମେରିକାଠାରୁ ମଧ୍ୟ ହାଓ୍ଵିଜର ଗନର ଗୋଳା ଖରିଦ କରିବାକୁ ଭାରତ ଅର୍ଡର ଦେଇଛି । ଆସନ୍ତା କିଛି ଦିନ ମଧ୍ୟରେ ଏସବୁ ସାମଗ୍ରୀ ପହଞ୍ଚିବ ।ଲଦାଖ ସୀମାନ୍ତର ଗାଲୱାନ୍ ଉପତ୍ୟକାରେ ଭାରତୀୟ ଓ ଚୀନ୍ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ତିକ୍ତତା ଏପର୍ଯ୍ୟନ୍ତ ପ୍ରଶମିତ ହୋଇନାହିଁ କିମ୍ବା ମୁହାଁମୁହିଁ ସ୍ଥିତରେ ପରିବର୍ତ୍ତନ ଆସି ନାହିଁ। ହସ୍ତଗତ ହୋଇଥିବା ସଦ୍ୟ ଉପଗ୍ରହ ଚିତ୍ରରୁ ଜଣାପଡିଛି ଯେ ଭାରତୀୟ ଏବଂ ଚୀନ୍ ସେନା ଗାଲୱାନ୍ ଉପତ୍ୟକାରେ ନୂତନ ସ୍ଥାନ ଗ୍ରହଣ କରିବା ସହ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।ଚୀନ୍ ବୈଦେଶିକ ମନ୍ତ୍ରାଳୟ ସମଗ୍ର ଗାଲୱାନ୍ ଉପତ୍ୟକାକୁ ନିଜର ବୋଲି ଦାବ କରିଛି ଯାହାକୁ କି ନୂଆଦିଲ୍ଲୀ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି।
ଗାଲୱାନ୍ ଉପତ୍ୟକା ଅଞ୍ଚଳର ସ୍ଥିତି ଐତିହାସିକ ଭାବେ ସ୍ପଷ୍ଟ ହୋଇଛି। ତେଣୁ, ଚୀନ୍ର ଦାବି ଗ୍ରହଣୀୟ ନୁହେଁ ବୋଲି ଗତ ସପ୍ତାହରେ ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି। ଭାରତ ଏବଂ ଚୀନ୍ର ସାମରିକ କମାଣ୍ଡରମାନେ ସୋମବାର ସେମାନଙ୍କର ଦ୍ୱିତୀୟ ରାଉଣ୍ଡ ଆଲୋଚନା କରିଥିଲେ। ଏହି ଆଲୋଚନା ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା।ଗତ ଜୁନ ୧୫ ରାତିରେ ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ ସେନାର କିଛି ଯବାନ ମୃତ୍ୟୁବରଣ କରିଥିବା ଚୀନ ସରକାର ସ୍ୱୀକାର କରିଛନ୍ତି । ଆଜି ଚୀନ ବୈଦେଶିକ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଚୀନ ପକ୍ଷରୁ ଏହା ସ୍ୱୀକାର କରାଯିବା ସହ ମୃତକଙ୍କ ସଂଖ୍ୟା ସେମିତି କିଛି ଅଧିକ ନୁହେଁ ବୋଲି କହିଛନ୍ତି ।
ଚୀନ ପକ୍ଷରୁ ବିଭିନ୍ନ ଦେଶର କୂଟନୀତିଜ୍ଞମାନଙ୍କୁ ଡକାଇ ଏହି ସୂଚନା ଦିଆଯିବା ସହ କୁହାଯାଇଛି ଯେ ଏହି ଉତ୍ତେଜନା ବଢିବା ପାଇଁ ଭାରତ ଦାୟୀ । କାରଣ ଭାରତୀୟ ସୈନ୍ୟ ପୂର୍ବ ବୁଝାମଣାର ଉଲ୍ଲଙ୍ଘନ କରି ଚୀନ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ଚୀନ ସରକାରଙ୍କ ସୀମା ଓ ସମୁଦ୍ର ବ୍ୟାପାର ମହାନିର୍ଦ୍ଦେଶକ ହେ ସିଆଙ୍ଗକି କହିଛନ୍ତି ଯେ ଏହି ସଂଘର୍ଷରେ ଚୀନର କମ ଯବାନ ନିହତ ହୋଇଛନ୍ତି । ତେବେ ଉତ୍ତେଜନା ବଢିବା ଆଶଙ୍କାରେ ପ୍ରକୃତ ସଂଖ୍ୟାକୁ ପ୍ରକାଶ କରାଯାଉନାହିଁ ।