ଆମ ଭିତରୁ ସାଧାରଣତଃ ବେଶୀ ଲୋକଙ୍କୁ ଲାଗିଥାଏ ଯେ ଡବା ବନ୍ଦ ଜିନିଷ ସୁରକ୍ଷିତ ଅଟେ । ବିଶେଷ କରି ଖାଇବା ପିଇବା ଜିନିଷ। ସେଥିରେ ଜୀବାଣୁ କିମ୍ବା କୌଣସି ପ୍ରକାରର ଖରାପ ଜିନିଷ ନଥାଏ, ଲୋକଙ୍କୁ ଏହିଭଳି ବିଶ୍ୱାସ ଥାଏ। କିନ୍ତୁ ବାସ୍ତବରେ ଏହା ହୋଇନଥାଏ। ଅଷ୍ଟ୍ରେଲିଆ ର ନର୍ଥ କୋଇସ୍ ଲ୍ୟାଣ୍ଡ ରେ ରହୁଥିବା ଏକ ମହିଳା ଡବା ବନ୍ଦ ଜିନିଷ ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବା ମହଙ୍ଗା ପଡ଼ିଲା। ସେ ତାଙ୍କ ଝିଅ ପାଇଁ ପ୍ୟାକ ହୋଇଥିବା ଷ୍ଟ୍ରଵେରି ଆଣିଥିଲେ। କିନ୍ତୁ ତା ଭିତରୁ ଏମିତି ଏକ ଜିନିଷ ବାହାରିଲା ଯେ ମହିଳା ଜଣଙ୍କ ତାଙ୍କ ଛଅ ବର୍ଷ ର ଝିଅକୁ ତୁରନ୍ତ ଡାକ୍ତରଖାନା କୁ ନବାକୁ ପଡ଼ିଲା। ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା |
ଘଟଣା ଅଷ୍ଟ୍ରେଲିଆ ର ନର୍ଥ କୁଇସ ଲ୍ୟାଣ୍ଡ ରୁ ସାମନା କୁ ଆସିଥିଲା। ସେଠି ରହୁଥିବା ଦୁଇ ପିଲାଙ୍କ ମାଆ ଶ୍ରୀମତୀ ମିସେଲ ବଡ଼ ବଡ଼ ବଜାର ରୁ ପ୍ୟାକେଟ ଷ୍ଟ୍ରଵେରି କିଣିଥିଲେ।
ମିସେଲ୍ ଷ୍ଟ୍ରଵେରି କୁ ପ୍ୟାକେଟ ରୁ ବାହାର କରି ନିଜ ଛଅ ବର୍ଷ ର ଝିଅ ମ୍ୟାଡ଼ିସନ କୁ ଖାଇବାକୁ ଦେଇଥିଲେ। ଯେମିତି ଷ୍ଟ୍ରଵେରି କୁ କାମୁଡ଼ିଛି, ସେ କଷ୍ଟ ରେ ଚିତ୍କାର କଲା।
ମିଶେଲ ତୁରନ୍ତ ନିଜ ଝିଅ ର ମୁହଁ ଖୋଲିକି ଦେଖେ ତ, ଦେଖୁ ଦେଖୁ ଆଶ୍ଚର୍ଯ୍ୟ ହୋଇଗଲେ। ଝିଅ ମୁହଁ ଭିତରେ ଏକ ବଡ଼ ପିନ ପସିଥିଲା।
ସେ ସଙ୍ଗେ ସଙ୍ଗେ ପିନ କୁ ବାହାର କରି ଏବଂ ତୁରନ୍ତ ଝିଅ କୁ ଡାକ୍ତରଖାନା ନେଇଗଲେ। ମିସେଲ ଙ୍କୁ ସନ୍ଦେହ ଥିଲା ଯେ ପିନ ବଜିକି ସଂକ୍ରମଣ ତ ହୋଇଯିବ ନାହିଁ।
ଡାକ୍ତର ମ୍ୟାଡିସଙ୍କୁ ଗୁରୁତ୍ତ୍ଵ ପୂର୍ଣ୍ଣ ବିଭାଗରେ ଭର୍ତ୍ତୀ କଲେ। ତାର ଉପରେ ଓଠରେ ଖ୍ୟତ ହୋଇଯାଇଛି। କିନ୍ତୁ ଡାକ୍ତର ସଂକ୍ରମଣ ପାଇଁ ଇଯେକ୍ସନ ଲଗେଇ ଦେଲେ।
ମିଶେଲ୍ କହିଲେ କି ସେ ଚିତ୍କାର କରି ମୋ ପାଖକୁ ଆସିଲା। ଯଦି ଏ ଷ୍ଟ୍ରଵେରି କୁ ତାଙ୍କ ତିନି ବର୍ଷ ର ଝିଅ କୁ ଦେଇଥାନ୍ତେ ସେ ଗିଳି ଦେଇଥାନ୍ତା।
ମିଶେଲ ଏହି ଘଟଣା କୁ ନେଇ ବଡ଼ ବଜାରରେ ଯେଉଁଠୁ ଷ୍ଟ୍ରଵେରି ଆଣିଥିଲେ ଅଭିଯୋଗ ଜଣାଇଲେ। ସେ କ୍ଷମା ମାଗିଲେ ଏବଂ ବାକି ଥିବା ପ୍ୟାକେଟ କୁ ତନାଘନା କରିବାକୁ ଭରସା ଦେଲେ।
ପୁଣି ମିଶେଲ ଙ୍କ ଛଅ ବର୍ଷ ର ଝିଅ କହିବା ଅନୁଯାଇ ତାଙ୍କ ଷ୍ଟ୍ରଵେରି ରୁ ପିନ ବାହାରିବା ପାଇଁ ସେ ବହୁତ ଦୁଃଖିତ ଅଛନ୍ତି। ହେଲେ ବି ଷ୍ଟ୍ରଵେରି ତାଙ୍କୁ ବହୁତ ପସନ୍ଦ। ତେଣୁ କରି ସେ ଆଗକୁ ମଧ୍ୟ ଖାଇବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।