ଯଦି କୌଣସି ବ୍ୟକ୍ତିଙ୍କ ଛାତି ଉପରେ ଆସି ଗୋଟିଏ ସିଂହୀ ବସିଯାଏ ତେବେ କଣ ହେବ ସେହି ବ୍ୟକ୍ତିର ଅବସ୍ଥା। ହୃଦୟର ସ୍ପନ୍ଦନ ଏହି କଥା ଶୁଣିଲେ ମଧ୍ୟ ବଢିଯାଇଥାଏ ତାହେଲେ ସତରେ ଯାହା ସହିତ ଏସବୁ ଘଟିଥିବ ସେହି ବ୍ୟକ୍ତିର ଅବସ୍ଥା କଣ ହୋଇଥିବ। ଗୁଜୁରାଟରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅମରେଲି ଜିଲ୍ଲାରେ ରହୁଥିବା ବିପୁଳ ଖେଲାଇୟା ଦାବି କରିଛନ୍ତି ଯେ ଯେତେବେଳେ ସେ ତାଙ୍କ କୁଡ଼ିଆରେ ଶୋଇଥିଲେ , ସେତେବେଳେ ତାଙ୍କ ଛାତି ଉପରେ ଏକ ଭୋକିଲା ସିଂହୀ ଆସି ବସିଯାଇଥଲା। ସିଂହୀ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲା।
ପୁଣି କଣ ହେଲା:
ଟାଇମ୍ସ ଅଫ ଇଣ୍ଡିଆରେ ଆସିଥିବା ଖବର ମୁତାବକ, ବିପୁଳ ସାୱରକୁଣ୍ଡଲା ତଲୁକାରେ ଅଭାରମପାରା ଗାଁର ନିବାସୀ ଅଟନ୍ତି। ସେ କହିଥିଲେ ଯେ, ରାତିରେ ସେ ଶୋଇଥିଲେ। ଅଚାନକ ଗୋଟିଏ ଭୋକିଲା ସିଂହୀ ଆସି ତାଙ୍କ ଛାତି ଉପରେ ବସି ଯାଇଥିଲେ। ତାଙ୍କ କହିବା କଥା ଯେ, ଏପରି ବିକଟ ପରିସ୍ଥିତିରେ ସେ ନିଜର ସମ୍ପୂର୍ଣ୍ଣ ମାନସିକ ଏବଂ ଶାରିରୀକ ଶକ୍ତି ଲଗାଇ ସିଂହୀକୁ ଜୋରରେ ଏକ ଧକ୍କା ଦେଇଥିଲେ। ଏପରି ପରିସ୍ଥିତିରେ ସାହାସିକତାର ସହିତ କାର୍ଯ୍ୟ କରିବା ବହୁତ ଆବଶ୍ୟକତା ମଧ୍ୟ ରହିଥାଏ, ଯାହା ବିପୁଳ କରିଥିଲେ।
ପୁଣି ଫେରିଗଲା ଜଙ୍ଗଲ ଭିତରକୁ:
ସେ କୁହନ୍ତି ଯେ, ଏହାପରେ ସିଂହୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୁଣି ସେ ଜଙ୍ଗଲକୁ ଫେରି ଯାଇଥିଲା। ସିଂହୀ ବୋଧହୁଏ ଅନୁଭବ କରିଥିବ ମୁଁ ତା’ର ଶିକାର ନଥିଲି ଏବଂ ସେ ମୋତେ ଶିକାର ଭାବରେ ଚୟନ କରି ବହୁତ ବଡ଼ ଭୁଲ କରିଥିଲା। ବିପୁଳ ଖେଲାଇୟା କହିଛନ୍ତି ଯେ, ରାତିରେ ଯେତେବେଳେ ସେ ତାଙ୍କ କୁଟିଆରେ ଶୋଇଥିଲି ସେତେବେଳେ ଅଚାନକ ତାଙ୍କ ଛାତି ଉପରେ ବହୁତ ଓଜନ ରହିବା ପରି ଅନୁଭବ କରିଥିଲେ, ଯେତେବେଳେ ମୁଁ ଆଖି ଖୋଲିଲି ତ ଦେଖିଲି ଯେ, ସିଂହୀ ମୃତ୍ୟୁର ଆଖିରେ ମୋତେ ଘୁରୁଥିଲା। ଏହା ଦେଖିବା ପରେ ମୁଁ ବହୁତ ଧର୍ଯ୍ୟର ସହିତ କାର୍ଯ୍ୟ କରି ମୋର ସମସ୍ତ ଶକ୍ତି ଲଗାଇ ସିଂହୀକୁ ଧକ୍କା ଦେଇଥିଲି। ଯାହା ପରେ ସିଂହୀ ସେଠାରୁ ଚାଲି ଯାଇଥିଲା।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |