ଜାଣନ୍ତୁ ଚପଲ ସମ୍ବନ୍ଧୀୟ ଏପରି କିଛି ଭୟଙ୍କର ତଥ୍ୟ,ଘର ଆଗରେ ରଖୁଛନ୍ତି କି ଚପଲ?

ଆପଣ ମାନେ ଲକ୍ଷ୍ୟ କରିଥିବେ ଯେତେବେଳେ ଆପଣଙ୍କର ଜୋତା ଓଲଟା ରହିଥାଏ ସେତେବେଳେ ଆପଣଙ୍କ ମାଆ କିମ୍ବା ଗୁରୁଜନ ମାନେ ରାଗିଥାନ୍ତି। ଏହା ପଛରେ କଣ ରହସ୍ୟ ରହିଛି ତାହା ଜାଣିଛନ୍ତି କି? ତେବେ ଅନେକ ଲୋକ କହିଥାନ୍ତି ଯଦି ଘରର ବାହାରେ ଅଗଣାରେ ଥିବା ଜୋତା ଓଲଟା ରହିଥାଏ ତେବେ ତାହାକୁ ତୁରନ୍ତ ସିଧା କରିଦେବା ଉଚିତ ହୋଇଥାଏ।

କୁହାଯାଏ ଯେ ଯଦି ଜୋତା ଓଲଟା ରହିବ ଏବଂ ଆପଣ ତାହାକୁ ଦେଖିବେ ତେବେ ଆପଣଙ୍କର କାହାରି ସହିତ ନିଶ୍ଚିତ ଝଗଡା ହେବ ଏବଂ ଆପଣ ଯଦି କୌଣସି କାମରେ ବାହାରି ଯାଉଛନ୍ତି ତେବେ ତାହା ଅସଫଳ ହୋଇଥାଏ। ସେଥିପାଇଁ ଯଦି ଗୋଟିଏ ଚପଲ ଓଲଟା ଅଛି ତେବେ ତାକୁ ଅନ୍ୟ ଗୋଟିଏ ଚପଲ ସାହାଯ୍ୟରେ ସିଧା କରି ଦିଅନ୍ତୁ।

କେବଳ ଏତିକି ନୁହେଁ ଆପଣ ସବୁଦିନ ଯେଉଁ ଚପଲ ପିନ୍ଧୁଛନ୍ତି ତାହା ଆପଣଙ୍କ ପାଇଁ ଶୁଭ କିମ୍ବା ଅଶୁଭ ମଧ୍ୟ ହୋଇପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚପଲ ସହିତ ଜଡିତ ଏପରି କିଛି କଥା ରହିଛି ଯାହା ଆମର ଜୀବନରେ ଅନେକ ପ୍ରଭାବ ପକାଇଥାଏ।

ଯେତେବେଳେ ଆପଣଙ୍କର ଜୋତା କିମ୍ବା ଚପଲ ଛିଣ୍ଡି ଯାଇଥାଏ ତେବେ ଆପଣ ତାହାକୁ ଘରର କୌଣସି କୋଣରେ ଏହା ଭାବି ରଖି ଦେଇଥାନ୍ତି ଯେ, ଏହାକୁ ପରେ କେବେ ଠିକ କରି ପୁଣି ପିନ୍ଧି ପାରିବେ କିନ୍ତୁ ଆପଣ ହୁଏତ ଜାଣି ନାହାନ୍ତି ଏହି ଛିଣ୍ଡା ଚପଲ ଆପଣଙ୍କର ଘରେ ଅଶାନ୍ତିର କାରଣ ହୋଇପାରେ। ଏହାମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଏପରି ଛିଣ୍ଡା ଜୋତା ଘରେ ରଖିବା ଦ୍ୱାରା ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ଏବଂ ଘରେ ବାରମ୍ବାର ଲୋକଙ୍କ ଦେହ ଅସୁସ୍ଥ ହୋଇଥାଏ। ତେଣୁ ଆପଣ ଜୋତା ଛିଡିବା ମାତ୍ରେ ହିଁ ତାକୁ ଠିକ କରି ପିନ୍ଧନ୍ତୁ ଅଥବା ତାହାକୁ ଫିଙ୍ଗି ଦିଅନ୍ତୁ।

ଆପଣ ଜୋତାକୁ କେବେହେଲେ ଠିଆ କରି ରଖିବା ଉଚିତ ହୋଇନଥାଏ, ଏହାକୁ ସବୁବେଳେ ଶୁଆଇ ରଖନ୍ତୁ। ଜୋତା ଠିଆ କରି ରଖିବା ଅଶୁଭ ସଂକେତ ହୋଇଥାଏ। ଆମ ଜ୍ୟୋତିଷ ଶାସ୍ତ୍ର ଏହା ମଧ୍ୟ କହିଥାଏ ଯେ, ଜୋତାକୁ ଘରର କବାଟ ପାଖରେ ରଖିବା ଉଚିତ ହୋଇନଥାଏ। ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ଆସିଥାଏ। ଏହାଛଡା ଉପହରରେ ମିଳିଥିବା ଜୋତା କିମ୍ବା ଚପଲ ମଧ୍ୟ ପିନ୍ଧିବା ଅଶୁଭ ହୋଇଥାଏ। କୁହାଯାଏ ଯେ, ଯେଉଁ ଲୋକ ଏହି ଉପହାର ଦେଇଥାନ୍ତି ସେ ଲୋକ ସମସ୍ତ ଅସୁବିଧା ଏବଂ ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଚାଲି ଆସିଥାଏ।

ଏଥିସହିତ ମନେ ରଖୁନ୍ତୁ କୌଣସି ଶୁଭ କାର୍ଯ୍ୟକୁ ଯିବା ସମୟରେ ଯେପରିକି ଚାକିରୀ କିମ୍ବା ଅନ୍ୟ କୌଣସି କାର୍ଯ୍ୟକୁ ଯିବା ସମୟରେ ଛିଣ୍ଡା କିମ୍ବା ଫଟା ଜୋତା ପିନ୍ଧିବା ଉଚିତ ହୋଇନଥାଏ। ଏହାଦ୍ୱାରା ଯାଉଥିବା ସେହି କାମ ସଫଳ ହୋଇ ନଥାଏ। ଏହାପରେ ଶନିବାର ଦିନ ଜୋତା କିମ୍ବା ଚପଲ କିଣିବା ଉଚିତ ହୋଇ ନଥାଏ। ଯେଉଁମାନଙ୍କ ଉପରେ ଶନିଙ୍କର ଦୃଷ୍ଟି ପଡିଛି ସେମାନେ ଶନିବାର ଦିନ କୌଣସି ଶନି ମନ୍ଦିରର ବାହାରେ ଚାପଲକୁ ଛାଡି ଦେଇ ଆସନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଶନି ଦଶା କଟି ଯାଇଥାଏ।

ଜୋତା କିମ୍ବା ଚପଲ ହଜି ଯିବାକୁ ମଧ୍ୟ ଶୁଭ ସଂକେତ ବୋଲି କୁହାଯାଇଥାଏ। ଏହାଦ୍ୱାରା ଅଶୁଭ ଗ୍ରହ ଶୁଭ ହୋଇଯାଇଥାନ୍ତି ଏବଂ ଜୀବନରୁ ଅସୁବିଧା ଦୂର ହୋଇଯାଏ। ରୋଷେଇ ଘରେ କିମ୍ବା ଖାଇବା ସମୟରେ ଜୋତା ପିନ୍ଧିବା ଉଚିତ ହୋଇନଥାଏ, ଏହାଦ୍ବାରା ଦୁର୍ଭାଗ୍ୟ ବଢ଼ିଥାଏ ଏବଂ ସମସ୍ୟା ଲାଗି ରହିଥାଏ। ଆପଣ ଦେଖିଥିବେ କୌଣସି ଗାଡି କିମ୍ବା ଘରର ସାମ୍ନାରେ ଚପଲ ଝୁଲାଇ ଦିଆଯାଇଥାଏ ଯାହାଦ୍ୱାରା ଏହା ଖରାପ ଶକ୍ତିକୁ ଦୂର କରାଇଥାଏ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *