ଜାଣନ୍ତୁ ବିବାହ ପରେ କିପରି ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ। ପତିପତ୍ନୀଙ୍କ ସମ୍ପର୍କରେ ସ୍ନେହ ଏବଂ ପ୍ରେମର ବୃଦ୍ଧି ପାଇଁ କେଉଁ ଦେବତାଙ୍କ ଉପାସନା କରିବେ।

ବିବାହ ପରେ ପତି ପତ୍ନୀଙ୍କ ନୂତନ ଜୀବନ ଆରମ୍ଭ ସମୟରେ ସେମାନଙ୍କୁ ନାନା ପ୍ରକାରର ଉପେଦେଶ ଦିଆଯାଇଥାଏ। ଯେତେବେଳେ ଆମେ ଏକ ଆଦର୍ଶ ଦାମ୍ପତ୍ୟ ଜୀବନ ବିଷୟରେ କହିଥାଉ ପ୍ରଥମେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତା ତଥା ପ୍ରଭୁ ଭୋଳାଶଙ୍କର ଏବଂ ମାତା ପାର୍ବତୀଙ୍କ ସୁଖମୟ ଦାମ୍ପତ୍ୟ ଆମ ମନରେ ଆସିଥାଏ। ଯଦି ଆପଣ ଏକ ସୁଖଦ ଦାମ୍ପତ୍ୟରେ ରହିବାକୁ ଚାହୁଁଛନ୍ତି ତେବେ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ଦାମ୍ପତ୍ୟ ଜୀବନକୁ ଅନୁସରଣ କରନ୍ତୁ।

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ପରସ୍ପର ପ୍ରତି ଅପାର ପ୍ରେମ ରହିଥାଏ। ମାତା ପାର୍ବତୀ ଜଣେ ରାଜାଙ୍କ ପୁତ୍ରୀ ହୋଇ ମଧ୍ୟ ବୈରାଗୀ ଶିବଙ୍କୁ ପ୍ରେମ କରି ବସିଥିଲେ, ଏହାପରେ ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ। ପିତାଙ୍କ ଦ୍ୱାରା ପତିଙ୍କର ଅପମାନ ସହି ନପାରି ମାତା ପାର୍ବତୀ ଯଜ୍ଞ କୁଣ୍ଡରେ ନିଜକୁ ଭସ୍ମୀଭୂତ କରିଥିଲେ। ଏହି ଘଟଣାରେ ଭଗବାନ ଶିବଙ୍କୁ ଏତେ ଦୁଃଖ ହୋଇଥିଲା ଯେ ତାଙ୍କ କ୍ରୋଧର ପ୍ରକୋପ ରାଜା ଦକ୍ଷଙ୍କୁ ସହିବାକୁ ପଡିଥିଲା।

ଏହାପରେ ଭଗବାନ ଶିବ ଆଉ ମାତା ପାର୍ବତୀଙ୍କୁ ଗନ୍ଧର୍ବ ବିବାହ କରିନଥିଲେ। ବିବାହ ପାଇଁ ସମାଜର ପ୍ରଚଳିତ ସମସ୍ତ ରୀତିନୀତିର ଅନୁସରଣ କରିଥିଲେ। ସମସ୍ତଙ୍କ ସହମତିରେ ପୂର୍ଣ୍ଣ ବିଧିବିଧାନର ପାଳନ କରି ବିବାହ କରିଥିଲେ। ଏଥିରୁ ଏହି ଶିକ୍ଷା ମିଳେ ଯେ ସମସ୍ତ ପରିବାରକୁ ନେଇ ଚଳିବା ହିଁ ଆଦର୍ଶ ଦମ୍ପତିଙ୍କ କର୍ତ୍ତବ୍ୟ ହୋଇଥାଏ।

एक जीवनसाथी के प्रति समर्पण

ଯେତେବେଳେ ସତୀଙ୍କ ରୂପରେ ମାତା ଜନ୍ମ ନେଇଥିଲେ ମାତ୍ର ତାଙ୍କ ଦାମ୍ପତ୍ୟ ଜୀବନ ପୂର୍ଣ ହୋଇପାରିନଥିଲା ସେ ପୁନର୍ବାର ମାତା ପାର୍ବତୀଙ୍କ ରୂପରେ ଜନ୍ମ ଗ୍ରହଣ କରିଥିଲେ। ପାର୍ବତୀ ଅବତାରରେ ଭଗବାନ ଶଙ୍କରଙ୍କୁ ନିଜ ସ୍ଵାମୀଙ୍କ ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ ମାତା ଗୌରୀ। ସେପଟେ ପ୍ରଭୁ ଭୋଳାନାଥ ମଧ୍ୟ ଜୀବନର ପ୍ରତିଟି ମୁହୂର୍ତ୍ତରେ କେବଳ ମାତା ପାର୍ବତୀଙ୍କ ଅପେକ୍ଷା କରିଥିଲେ।

ମାତା ପର୍ବତୀ ନିଜର ପ୍ରତ୍ୟେକ ଜନ୍ମରେ କେବଳ ଭଗବାନ ଶିବଙ୍କୁ ସ୍ୱାମୀଙ୍କ ରୂପରେ ପାଇବା ପାଇଁ ତପସ୍ୟା କରିଥିଲେ। ସେହିପରି କୈଳାସପତି ଭଗବାନ ଶିବ ମଧ୍ୟ କେବଳ ମାତା ପାର୍ବତୀଙ୍କୁ ହିଁ ନିଜ ଜୀବନସଙ୍ଗିନୀ ଭାବରେ ସ୍ୱୀକାର କରିଥିଲେ। ଏଥିରୁ ଏହି ଶିକ୍ଷା ପ୍ରାପ୍ତି ହୁଏ ଯେ ଦାମ୍ପତ୍ୟ ଜୀବନରେ ପରସ୍ପର ପ୍ରତି ଅପାର ବିଶ୍ୱାସ ଏବଂ ସମର୍ପଣ ଭାବ ରହିବା ଅତ୍ୟନ୍ତ ଆବଶ୍ୟକ।

ଭଗବାନ ଶିବ ଏବଂ ମାତା ପାର୍ବତୀ ଆଦର୍ଶ ପରିବାରର ଶିକ୍ଷା ମଧ୍ୟ ଦେଇଥାନ୍ତି। ପତି ପତ୍ନୀଙ୍କ ସମ୍ପର୍କରେ ପ୍ରେମ ଠାରୁ ଆରମ୍ଭ କରି ସନ୍ତାନ ମାନଙ୍କ ପାଳନ ପୋଷଣ ମଧ୍ୟ ଉଭୟ ଦାୟିତ୍ବ ପୂର୍ବକ ପୂର୍ଣ୍ଣ କରିଛନ୍ତି।

ଭଗବାନ ଶିବ ଏବଂ ମାତା ପର୍ବତୀଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ଏବଂ ପରସ୍ପର ପ୍ରତି ଥିବା ଅପାର ପ୍ରେମ ଥିବାରୁ ତାଙ୍କୁ ଅର୍ଦ୍ଧନାରୀଶ୍ୱର ମଧ୍ୟ କୁହାଯାଇଥାଏ। ଦୁଇ ଜଣଙ୍କ ପାଖରେ ଅଲୌକିକ ଶକ୍ତି ଥାଇ ମଧ୍ୟ ସେମାନେ ପରସ୍ପର ମଧ୍ୟରେ କଥୋପକଥନ ଦ୍ୱାରା ସମସ୍ତ କଥାର ବର୍ଣ୍ଣନ କରିଥାନ୍ତି। ଜଣେ ଅନ୍ୟ ଜଣଙ୍କର ପ୍ରଶ୍ନର ଉତ୍ତର ଦେଇଥାଥାନ୍ତି। କୌଣସି କଥା ମାଧ୍ୟମରେ ପରସ୍ପର କୌଣସି ରହସ୍ୟ ନରଖି ସବୁ କିଛି ପ୍ରକାଶ କରିଥାନ୍ତି।

ବୈବାହିକ ଜୀବନରେ ପ୍ରେମ ରହିବା ସହିତ ଦୁଇଜଣଙ୍କ ମଧ୍ୟରେ ସମାନତା ରହିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ। ସମାନତା ନରହିଲେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ। ଭଗବାନ ଶିବ ସଦାସର୍ବଦା ନିଜ ମନର ସହିତ ମାତା ପର୍ବତୀଙ୍କ ପ୍ରତି ସମାନ ସ୍ଥାନ ଦେଉଥିଲେ। ସେହିପରି ମାତା ପର୍ବତୀ ମଧ୍ୟ ଭୋଳାନାଥଙ୍କ ମାନ ସମ୍ମାନ ପାଇଁ ନିଜ ଜୀବନ ତ୍ୟାଗ କରିବାକୁ ପଛାଇ ନଥିଲେ।

ଭଗବାନ ଶିବ ଜଣେ ସନ୍ୟାସୀ ତଥା ବୈରାଗୀ ଥିଲେ ସେ ସର୍ବଦା ସମାଧି ଏବଂ ଧ୍ୟାନରେ ଲିନ ରହୁଥିଲେ। ମାତ୍ର ମାତା ପର୍ବତୀଙ୍କ ପ୍ରେମରେ ସେ ଗୃହସ୍ଥ ଜୀବନକୁ ଆପଣେଇ ନେଇଥିଲେ। ପରେ ଏକ ସଫଳ ଦମ୍ପତି ଏବଂ ସୁଖମୟ ବୈବାହିକ ଜୀବନର ଉଦାହରଣ ମଧ୍ୟ ସୃଷ୍ଟି କରିଥିଲେ।

Leave a Reply

Your email address will not be published. Required fields are marked *