ଭାଇ ଭଉଣୀଙ୍କ ଅତୁଟ ସ୍ନେହ ଏବଂ ପ୍ରେମର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନକୁ ଆଉ ମାତ୍ର କିଛି ଦିନ ରହିଛି। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଏଥିସହିତ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ରକ୍ଷାସୂତ୍ର ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ତେବେ ଏବର୍ଷ ଅଗଷ୍ଟ ମାସ ୩ ତାରିଖରେ ରକ୍ଷା ବନ୍ଧନ ପଡୁଛି। ଶ୍ରାବଣ ମାସ ପୂର୍ଣ୍ଣିମାରେ ପଡୁଥିବା ଏହି ପର୍ବ ଭାରତ ସହିତ ନେପାଳରେ ମଧ୍ୟ ପାଳନ କରାଯାଇଥାଏ।
ଏହି ପର୍ବ ପାଇଁ ବଜାରରେ ରଙ୍ଗ ବେରଙ୍ଗର ଅନେକ ସୁନ୍ଦର ରାକ୍ଷୀ ବିକ୍ରି ହେଉଥାଏ। ସବୁ ଭଉଣୀ ନିଜର ଭାଇ ମାନଙ୍କ ପାଇଁ ଅତ୍ୟନ୍ତ ଭଲ ପାଇବା ସହିତ ରାକ୍ଷୀ ବାଛି ଭାଇଙ୍କ ହାତରେ ଆଦରରେ ବାନ୍ଧିଥାନ୍ତି। ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଭାଇର ରାଶି ଅନୁସାରେ ରାକ୍ଷୀ ବାନ୍ଧିବା ଏବଂ ରାଶି ମୁତାବକ ରାକ୍ଷୀର ରଙ୍ଗ ମଧ୍ୟ ଚୟନ କରିବା ଉଚିତ ହୋଇଥାଏ। ରାଶି ଅନୁଯାୟୀ ରାକ୍ଷୀ ବାନ୍ଧିଲେ ଭାଇର ଭାଗ୍ୟ ଖୋଲି ଯାଇଥାଏ। ତେବେ ଜାଣନ୍ତୁ କେଉଁ ରାଶି ସହିତ କେଉଁ ରଙ୍ଗର ରାକ୍ଷୀ ଯୋଡି ହୋଇ ରହିଛି।
ମେଷ ରାଶି- ଯଦି ଆପଣଙ୍କ ଭାଇର ରାଶି ମେଷ ହୋଇଥାଏ ତେବେ ଆପଣ ତାଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧିନ୍ତୁ। କାରଣ ଏହି ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି। ଏହି ରଙ୍ଗର ରାକ୍ଷୀ ବାନ୍ଧିଲେ ଆପଣଙ୍କ ଭାଇ ଲାଭବାନ ହେବେ।
ବୃଷ ରାଶି- ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ। ଏହି ଗ୍ରହ ସହିତ ନୀଳ ରଙ୍ଗ ଯୋଡି ହୋଇ ଥାଏ। ତେବେ ଯଦି ଆପଣଙ୍କ ଭାଇର ରାଶି ବୃଷ ହୋଇଥାଏ ତେବେ ଆପଣ ତାଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ତାଙ୍କ ଜୀବନରେ ଉନ୍ନତି ଆସିଥାଏ।
ମିଥୁନ ରାଶି- ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହ। ଏବଂ ଏହି ଗ୍ରହ ସହିତ ସବୁଜ ରଙ୍ଗ ଯୋଡି ହୋଇଥାଏ। ଯଦି ସବୁଜ ରଙ୍ଗର ରାକ୍ଷୀ ଏହି ରାଶିର ବ୍ୟକ୍ତିଙ୍କ ହାତରେ ବାନ୍ଧି ଦିଆଯାଏ ତେବେ ତାଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଇଥାଏ।
କର୍କଟ ରାଶି- କର୍କଟ ରାଶିର ସ୍ୱାମୀ ଚନ୍ଦ୍ରମା ଅଟନ୍ତି। ଏହି ଗ୍ରହ ସହିତ ଧଳା ଏବଂ ହଳଦିଆ ରଙ୍ଗ ଜଡିତ। ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ଧଳା ଏବଂ ହଳଦିଆ ଉଭୟ ରଙ୍ଗର ରାକ୍ଷୀ ବନ୍ଧା ଯାଇ ପାରିବ। ଏହି ରଙ୍ଗର ରାକ୍ଷୀ ବାନ୍ଧିଲେ ଜୀବନରେ ଆସିଥିବା ସବୁ ସମସ୍ୟା ଦୁରୀଭୂତ ହୋଇଯିବ।
ସିଂହ ରାଶି- ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାମୀ ସୂର୍ଯ୍ୟ ଦେବତା ଅଟନ୍ତି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ ଏବଂ ହଳଦିଆ ରଙ୍ଗର ରାକ୍ଷୀ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣଙ୍କ ଭାଇର ସିଂହ ରାଶି ତେବେ ତାଙ୍କ ହାତରେ ହଳଦିଆ କିମ୍ବା ଲାଲ ରଙ୍ଗର ରାକ୍ଷୀ ବାନ୍ଧି ଦିଅନ୍ତୁ।
କନ୍ୟା ରାଶି- କନ୍ୟା ରାଶିର ସ୍ୱାମୀ ବୁଧ ଅଟନ୍ତି। ଯଦି ଆପଣଙ୍କ ଭାଇର କନ୍ୟା ରାଶି ହୋଇଥାଏ ତେବେ ଆପଣ ସବୁଜ ରଙ୍ଗର ରାକ୍ଷୀ ବାନ୍ଧି ଦିଅନ୍ତୁ। ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କର ସବୁ ପ୍ରକାରର ଦୋଷ ଦୂର ହୋଇଯିବ।
ତୁଳା ରାଶି- ତୁଳା ରାଶିର ଲୋକଙ୍କୁ ନୀଳ କିମ୍ବା ଧଳା ରଙ୍ଗର ରାକ୍ଷୀ ବନ୍ଧନ୍ତୁ। ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି।
ଧନୁ ରାଶି- ଧନୁ ରାଶିର ବ୍ୟକ୍ତିଙ୍କ ସ୍ୱାମୀ ବୃହସ୍ପତି ଅଟନ୍ତି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ। ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ହଳଦିଆ ରଙ୍ଗର ରଖି ବନ୍ଧନ୍ତୁ।
ମକର ରାଶି- ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଏବଂ ଶନି ଦେବଙ୍କ ସହିତ ନୀଳ ରଙ୍ଗ ଜଡିତ। ଯଦି ଆପଣଙ୍କ ଭାଇର ମକର ରାଶି ତେବେ ତାଙ୍କ ହାତରେ ନୀଳ ରଙ୍ଗର ରାକ୍ଷୀ ବାନ୍ଧି ଦିଅନ୍ତୁ।
କୁମ୍ଭ ରାଶି- ଏହି ରାଶିର ସ୍ୱାମୀ ଶନି ଦେବ। ଏହି ରାଶିର ବ୍ୟକ୍ତିଙ୍କୁ ରକ୍ଷାବନ୍ଧନ ଦିନ ଗାଢ଼ା ସବୁଜ ରଙ୍ଗର କିମ୍ବା ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ।
ମୀନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ହାତରେ ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହି ରଙ୍ଗ ସେମାନଙ୍କ ପାଇଁ ଶୁଭ ପ୍ରମାଣିତ ହୋଇଥାଏ।