ଜାତକ ରେ ବିବାହ ଯୋଗ ନଥିଲେ କରନ୍ତୁ ଏହି ଉପାୟ, ଗୋଟିଏ ବର୍ଷ ଭିତରେ ମିଳିବ ଜୀବନସାଥି

କିଛି ଲୋକ ଙ୍କ ର ବାହାଘର ଶୀଘ୍ର ହୋଇଯାଇଥାଏ। ଆଉ କିଛି ଲୋକ ଙ୍କ ର ବାହାଘର ବହୁତ ଡେରିରେ ହୋଇଥାଏ ଆଉ ବହୁତ ଚେଷ୍ଟା ପରେ ତାଙ୍କୁ ଜୀବନସାଥି ମିଳିଥାଏ। ଯଦି ଆପଣ ଙ୍କ ର ବିବାହ ବୟସ ହୋଇଯାଇଥାଏ ଆଉ ଆପଣଙ୍କୁ ଜୀବନସାଥି ମିଳୁ ନଥାଏ, ତାହେଲେ ଆପଣ ବୃହସ୍ପତି ବାରରେ କରନ୍ତୁ ଏହି ଉପାୟ। ବୃହସ୍ପତି ବାରରେ ଏହି ଉପାୟ କଲେ ଜୀବନସାଥି ବହୁତ ସହଜରେ ଆଉ ଠିକ ବୟସ ରେ ମିଳିଥାଏ। ଯେଉ ଲୋକ ଙ୍କ ଜାତକ ରେ ବିବାହର ଯୋଗ ନଥାଏ, ସେହି ଲୋକ ଙ୍କ ର ବାହାଘର ହେବା ଅସମ୍ଭବ ହୋଇଯାଇଥାଏ।

ଯେଉଁ ଲୋକ ଙ୍କ ର ବିବାହ ହବାରେ ସମସ୍ୟା ହେଉଛି, ସେ ଥରେ ନିଜର ଜାତକ କୌଣସି ଏକ ପଣ୍ଡିତ ଙ୍କୁ ଦେଖାନ୍ତୁ, ଆଉ ଯଦି ଜାତକରେ ବିବାହ ନାହିଁ ତାହେଲେ ତଳେ କୁହାଯାଇଥିବା ଉପାୟ କୁ ସ୍ୱଚ୍ଛ ମନରେ କରନ୍ତୁ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ବିବାହର ଯୋଗ ହୋଇଯାଇଥାଏ ଏବଂ ଗୋଟିଏ ବର୍ଷ ଭିତରେ ମଧ୍ୟ ବାହାଘର ହୋଇଯାଇଥାଏ।

ବୃହସ୍ପତି ଗ୍ରହ ଯଦି ଆପଣଙ୍କ ଜାତକରେ ଦୁର୍ବଳ ଥାଆନ୍ତି ତାହେଲେ ବିବାହ ହୋଇପାରିନ ଥାଏ ନହେଲେ ବିବାହ ହେବ ଏହି ଗ୍ରହ ଆପଣଙ୍କ ଜାତକରେ ମଜବୁତ ଥିବା ଦରକାର। ଏହି ଗ୍ରହକୁ ମଜବୁତ କରିବାପାଇଁ ଗୁରୁବାର ଦିନ ବୃହସ୍ପତି ଗ୍ରହର ପୂଜା କରନ୍ତୁ ଓ ବୃହସ୍ପତି ଗ୍ରହ ର ପାଠ କରନ୍ତୁ। ଏହା କରିବା ଦ୍ଵାରା ଶୀଘ୍ର ବିବାହର ଯୋଗ ହୋଇଯାଇଥାଏ।

ଗୁରୁବାର କୁ ବୃହସ୍ପତି ଙ୍କ ଦିନ ବୋଲି କୁହାଯାଇଥାଏ ଆଉ ଏହି ଗ୍ରହ ସହ ହଳଦିଆ ରଙ୍ଗର ଯୋଡ଼ି ହୋଇଥାଏ। ଏଥିପାଇଁ ଆପଣ ବୃହସ୍ପତି ବାରରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଏହାସହ ଏହିଦିନ ମଧ୍ୟ ହଳଦିଆ ରଙ୍ଗର ବସ୍ତୁ ଗୁଡ଼ିକୁ ଦାନ କରନ୍ତୁ।

ଗୁରୁବାର ଦିନ ଗାଧୋଇବା ପାଣିରେ ହଳଦୀ ମିଶାଇ ଗାଧାନ୍ତୁ । ଆଉ ଗାଧୋଇ ସାରିବା ପରେ ହଳଦୀର ଟୀକା ମଥାରେ କିମ୍ବା ଗାଲରେ ଲଗାନ୍ତୁ।

କୁହାଯାଉଛି କି, କଦଳୀ ଗଛରେ ବୃହସ୍ପତି ଗ୍ରହ ବାସ କରନ୍ତି। ଏଥିପାଇଁ ଏହି ଗ୍ରହ କୁ ସନ୍ତୁଷ୍ଟ କରିବାପାଇଁ କଦଳୀ ଗଛର ପୂଜା ନିହାତି କରନ୍ତୁ। ଲଗାତର ୧୧ ଟି ଗୁରୁବାର ଦିନ କଦଳୀ ଗଛର ପୂଜା କଲେ ଶୀଘ୍ର ଜୀବନସାଥି ମିଳିଯାଇଥାଏ । କଦଳୀ ଗଛର ପୂଜା କରୁଥିବା ସମୟରେ, ସର୍ବ ପ୍ରଥମେ ସେଥିରେ ହଳଦୀ ଓ ଘୋଡାର ଢାଲ ଚଢାଇ ଦିଅନ୍ତୁ। ଏହାପରେ ଗଛରେ ଧାଗା ରଖନ୍ତୁ। ଏବେ ଗଛରେ ଜଳ ଢାଳନ୍ତୁ। କଦଳୀ ଗଛର ପୂଜା କରିସାରିଲା ପରେ ଯଦି ପାରିବେ ତାହେଲେ ଗଛର ସାମ୍ନାରେ ବସି ବୃହସ୍ପତି ଗ୍ରହର ପାଠ ମଧ୍ୟ କରନ୍ତୁ।

ଯେଉଁ ଲୋକ ଗୁରୁବାର ବ୍ରତ କରନ୍ତି, ସେମାନଙ୍କର ବିବାହ ଯୋଗ ଶୀଘ୍ର ହୋଇଯାଇଥାଏ। ଏଥିପାଇଁ ବିବାହ ଯୋଗ ନ ହେବାରୁ ଆପଣ ୧୧ ଟି ଗୁରୁବାର ବ୍ରତ କରନ୍ତି ଆଉ ଏହିଦିନ କେବଳ ମିଠା ଜିନିଷ ଖାଆନ୍ତୁ।

ଗାଈ ର ସେବା କଲେ ମଧ୍ୟ ବିବାହର ଯୋଗ ହୋଇଥାଏ। ଗୁରୁବାର ଦିନ ସକାଳୁ ଗାଈ ପାଇଁ ରୁଟି ତିଆରି କରନ୍ତୁ ଆଉ ଏହି ରୁଟି ରେ ଗୁଡ ଲଗାଇ ଗାଈ କୁ ଖାଇବାକୁ ଦିଅନ୍ତୁ। ରୁଟି ବଦଳରେ ଆପଣ ଚାହିଁଲେ ସବୁଜ ଘାସ ମଧ୍ୟ ଗାଈ କୁ ଖାଇବାକୁ ଦେଇପାରନ୍ତି।

ବୃହସ୍ପତି ଗ୍ରହ କୁ ପ୍ରସନ୍ନ କରିବାପାଇଁ କଦଳୀ କୁ ଦାନ କରନ୍ତୁ। କଦଳୀ କୁ ଦାନ କରିବା ବଦଳରେ ଆପଣ ମଧ୍ୟ ଏହାକୁ ମନ୍ଦିରରେ ଚଢାଇ ପାରିବେ।

 

ବୃହସ୍ପତି କୁ ମଜବୁତ କରିବାପାଇଁ ଏହି ଗ୍ରହ ସହ ଯୋଡ଼ି ହୋଇଥିବା ମନ୍ତ୍ର ର ଜପ ଅତି କମ୍ ରେ୧୦୧ ଥର କରନ୍ତୁ। ଏହି ମନ୍ତ୍ର ଗୁଡ଼ିକ ହେଲା, ୧- ଓଁ ଗ୍ରାଂ ଗ୍ରିଂ ଗ୍ରୋଂ ସଃ ଗୁରବେ ନମଃ। ୨- ଓଁ ବୃଂ ବୃହସ୍ପତୟେ ନମଃ। ୩- ଓଁ ଅଂଶଗୀରସୟ ବିଜ୍ଞାହେ ଦିବ୍ୟାଦେହାୟ ଧିମହୀ ମନ୍ତ୍ରୋ ଜୀଵଃ ପ୍ରଚୋଦୟାତ। ୪- ଦେବାନଂ ଚ କ୍ଷଶୀନଂ ଚ ଗୁରୁକା ଚନସତ୍ରିଭମ। ୫-ବୃଦ୍ଧି ଭୃତଂ ତ୍ରିଲୋକେଶଂ ତଂ ନମାମି ବୃହସ୍ତିତନ।

ଏହାଥିଲା ବୃହସ୍ପତି ବାରର କିଛି ଉପାୟ, ଯାହାକୁ କଲେ ବିବାହ ଶୀଘ୍ର ହୋଇଯାଇଥାଏ। ଏଥିପାଇଁ ଆପଣ ଏହି ଉପାୟ କୁ ନିହାତି କରନ୍ତୁ ।

Leave a Reply

Your email address will not be published. Required fields are marked *