ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିକଟରେ ଅନୁଷ୍କାଙ୍କ ଗର୍ଭବତୀ ହେବାର ଖବର ଲୋକଙ୍କ ସହିତ ସେୟାର କରିଥିଲେ। ଏହାପର ଠାରୁ କ୍ରିକେଟ ଦୁନିଆରେ କେବଳ ଏହି ଦମ୍ପତିଙ୍କ ବିଷୟରେ ଚର୍ଚ୍ଚା ହେଉଛି। ତେବେ ଏହି ଘୋଷଣା ସମୟରେ ବିରାଟ ଦୁବାଇରେ ଥିଲେ ଯେତେବେଳେ ଅନୁଷ୍କା ମୁମ୍ବାଇରେ ରହିଥିଲେ। ଉଭୟ ସାଥିରେ ଏହି ଖୁସି ଖବର ଲୋକଙ୍କୁ ଦେଇଥିଲେ। ଯାହାପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଆସିଥିଲା। କିଛି ସମୟ ପରେ ନିଜେ ଅନୁଷ୍କା ଦୁବାଇ ଯାଇଥିଲେ। ଯେଉଁଠାର ସେ ଏହି ଖବରକୁ ସେଲିବ୍ରେଟ କରିଥିଲେ। ଏଥିମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଜ୍ୟୋତିଷ ଭବିଷ୍ୟତ ବାଣୀ କରି କହିଥିଲେ ଏହି ଦମ୍ପତିଙ୍କ ଘରେ ଝିଅ ଜନ୍ମ ହେବ ନା ପୁଅ। ଯାହାପରେ ଲୋକ ବହୁତ ଉତ୍ସାହିତ ରହିଛନ୍ତି।
ଶେଷରେ ୨୦୧୭ରେ ବିବାହ ପରେ ବର୍ତ୍ତମାନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଘରେ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ଗତ ଦିନରେ ଇନଷ୍ଟଗ୍ରାମରେ ଗର୍ଭବତୀ ଥିବାର ଘୋଷଣା କରିଥିଲେ।
ଏହି ପୋଷ୍ଟରେ ସେ କହିଥିଲେ ଯେ, ଜାନୁଆରୀରେ ସେ ଦୁଇରୁ ତିନିଜଣ ହୋଇଯିବେ। ଏହି ପୋଷ୍ଟ ସହିତ ଉଭୟ ନିଜର ଏକ ଫୋଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଅନୁଷ୍କା କଳା ପୋଲ୍କା ଡଟର ଡ୍ରେସରେ ନଜର ଆସିଥିଲେ।
ଏହି ଫୋଟୋରେ ଅନୁଷ୍କାଙ୍କ ପେଟ ପିଲା ରହିଥିବା କାରଣରୁ ଫୁଲି ଥିବାର ନଜର ଆସୁଛି। ଜାନୁଆରୀ ୨୦୨୧ରେ ଆସିବାକୁ ଥିବା ଏହି କୁନି ଅତିଥିଙ୍କର ବର୍ତ୍ତମାନ ଠାରୁ ଚର୍ଚ୍ଚା ହେବାକୁ ପାଗିଲାଣି।
ଏହି ଅବସରରେ ବର୍ତ୍ତମାନ ଏକ ଜ୍ୟୋତିଷ ସୋସିଆଲ ମିଡିଆରେ ଭବିଷ୍ୟତ ବାଣୀ କରି କହିଛନ୍ତି ଏହି ଦମ୍ପତିଙ୍କ ଘରେ କନ୍ୟା ସନ୍ତାନ ପ୍ରାପ୍ତ ହେବ ନା ପୁତ୍ର?
ଏହି ଗୁରୁଜୀ କହିଛନ୍ତି ଯେ, ପୁଅ ହେଉ କି ଝିଅ ଉଭୟଙ୍କ ଭିତରେ ଅନେକ ପ୍ରକାରର ଗୁଣ ସମାହିତ ରହିବ। କିନ୍ତୁ ଝିଅମାନେ ପ୍ରତ୍ୟେକ ମାମଲାରେ ପୁଅକୁ ପଛରେ ପକାଇ ଦେଉଛନ୍ତି।
ଜ୍ୟୋତିଷ କହିଛନ୍ତି ଯେ ଏହି ଦମ୍ପତିଙ୍କ ଚେହେରା ପଢିବା ପରେ ଏବଂ ଜ୍ୟୋତିଷ ଗଣନା ମୁତାବକ ସବୁଠୁ ଅଧିକ ସମ୍ଭାବନା ରହିଛି ଯେ ଦୁଇଜଣନଙ୍କୁ ଗୋଟିଏ କନ୍ୟା ରତ୍ନର ପ୍ରାପ୍ତି ହେବ।
ସୂଚନାଯୋଗ୍ୟ ଯେ, ଆଇପିଏଲ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏମିତିରେ ବିରାଟ ବର୍ତ୍ତମାନ ନିଜ ପତ୍ନୀଙ୍କ ଠାରୁ ଦୂରରେ ଦୁବାଇରେ ଅଛନ୍ତି। ଏହି ଅବସରରେ ଦୁଇଜଣ ଗୋଟିଏ ହୋଟେଲରେ ଗର୍ଭବତୀ ହେବାର ନ୍ୟୁଜକୁ ସେଲିବ୍ରେଟ କରିଥିଲେ।
ଏହାପୂର୍ବରୁ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ପୁରୁଣା ଟ୍ୱିଟକୁ ଭାଇରାଲ କରି କୁହାଯାଉଛି ଯେ, ବିରାଟ ଏବଂ ଅନୁଷ୍କାଙ୍କ ଶିଶୁ ୫ ଜାନୁଆରୀକୁ ଜନ୍ମ ହେବ। ଏହାର ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା।