ଘରେ ଖେଳୁଥିବା ପିଲା ପାଖରେ ଅଚାନକ ଏକ ସାପ ଛୁଆ ଆସିଯାଇଥିଲା। ଏହାପରେ ପିଲାଟି ସେହି ସାପ ଛୁଆକୁ ମୁହଁରେ ରଖି ଦେଇଥିଲା ଏବଂ ସାପ ଧୀରେ ଧୀରେ ଭିତରକୁ ଯିବା ଆରମ୍ଭ କରିଦେଇଥିଲା।
ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଗୋଟିଏ ପିଲା ଖେଳୁ ଖେଳୁ ଜୀବନ୍ତ ସାପକୁ ଗିଳି ପକାଇଥିଲା। ଖୁସିର କଥା ଯେ, ପିଲାଟିର ମାଆ ସାପର ଲାଞ୍ଜ ପିଲାଟିର ମୁହଁରେ ଦେଖି ନେଇଥିଲେ। ସେ ତୁରନ୍ତ ଲାଞ୍ଜକୁ ଧରି ବାହାରକୁ ଟାଣି ଆଣିଥିଲେ।
ଏହି ଘଟଣା ବରେଲୀର ଫତେଗଞ୍ଜ ପଶ୍ମିଚୀ ପୋଲିସ ଷ୍ଟେସନ ଅଞ୍ଚଳର ଭୋଲାପୁର ଅଟେ, ଏଠାରେ ସେତେବେଳେ ଚାଞ୍ଚଲ୍ୟ ଖେଳି ଯାଇଥିଲା ଯେତେବେଳେ ଏକ ବର୍ଷର ପିଲାଟି ଖେଳ ଖେଳରେ ଜୀବନ୍ତ ସାପକୁ ଗିଳି ପକାଇଥିଲା। ତାଙ୍କ ମାଆ ସାପର ଲାଞ୍ଜ ଧରି ପିଲାର ମୁହଁରୁ ସାପକୁ ବାହାରକୁ ଟାଣି ଆଣିଥିଲେ। ଏହାପରେ ପିଲାଟିକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହିନ୍ଦୁସ୍ତାନ ଡଟ କମର ଏକ ରିପୋର୍ଟ ମୁତାବକ ପିଲାର ପିତା ଧର୍ମପାଳ କହିଥିଲେ ଯେ, ତାଙ୍କ ଏକ ବର୍ଷର ପୁଅ ଶନିବାର ଦିନ ସକାଳୁ ଘରେ ଖେଳୁଥିଲେ। ପିଲା ପାଖକୁ ଏକ ସାପ ଛୁଆ ଆସିଯାଇଥିଲା। ଏହାପରେ ପିଲାଟି ସେହି ସାପ ଛୁଆକୁ ମୁହଁରେ ରଖି ଦେଇଥିଲା ଏବଂ ସାପ ଧୀରେ ଧୀରେ ଭିତରକୁ ଯିବାକୁ ଲାଗିଲା।
ପିଲାର ମାଆ ଯେମିତି ସାପର ଲାଞ୍ଜ ପିଲା ମୁହଁରେ ଦେଖିଲେ, ସେ ତୁରନ୍ତ ଯାଇ ସାପର ଲାଞ୍ଜ ଧରି ତାକୁ ବାହାରକୁ ଟାଣି ଆଣିଲେ। ସେପର୍ଯ୍ୟନ୍ତ ସାପ ଛୁଆଟିର ମୃତ୍ୟୁ ହୋଇସାରିଥିଲା। ପିଲାର ମୁହଁରୁ ବାହାର କରାଯାଇଥିବା ସାପ ଛୁଆର ଲମ୍ବ ସାତ ଇଞ୍ଚ ରହିଥିଲା।
ସେପଟେ ଡାକ୍ତର ମାନେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଇବା ପରେ ତତ୍କାଳ ତା’ର ଚିକିତ୍ସା ଆରମ୍ଭ କରାଇ ଦେଇଥିଲେ। ଡାକ୍ତରଙ୍କ କହିବା କଥା ଯେ, ପିଲାଟି ବିପଦ ମୁକ୍ତ ରହିଛି। କିଛି ସମୟ ଉପଚାର ପରେ ତାଙ୍କୁ ଘରକୁ ପଠାଇ ଦିଆଯିବ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |