ଅରବାଜ ଖାନ ଏବଂ ମଲାଇକା ଆରୋରାଙ୍କ ଅଲଗା ହେବାର ରିପୋର୍ଟ ସାମ୍ନାକୁ ଆସିବା ପରେ ସବୁଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ପରଫେକ୍ଟ ଦେଖାଯାଉଥିବା ଏହି ଦମ୍ପତିଙ୍କ ଅଲଗା ହେବାର କାରଣ ଜଣା ପଡିବା ପରେ ଲୋକମାନେ ଅହରି ଅଧିକ ଆଶ୍ଚର୍ଯ୍ୟରେ ସ୍ତବ୍ଧ ରହିଗଲେ।
ଜୁଆ ଖେଳର ନିଶା କାରଣରୁ ଅନେକ ଘର ସଂସାର ନଷ୍ଟ ହୋଇଯାଇଥାଏ। ଏହାର ଏକ ବଡ଼ ଉଦାହରଣ ହେଉଛି ମଲାଇକା ଆରୋରା ଏବଂ ଅରବାଜ ଖାନ, ଯାହାଙ୍କର ହସ ଖୁସିର ଦୁନିଆକୁ ଏହି ନିଶା ନଷ୍ଟ କରି ରଖିଦେଇଥିଲା। ହୁଏତ ବର୍ତ୍ତମାନ ଦୁଇଜଣ ନିଜ ନିଜ ଜୀବନରେ ଆଗକୁ ବଢି ଯାଇଛନ୍ତି, କିନ୍ତୁ ଜୁଆ ଖେଳର ନିଶା କାରଣରୁ ଯେଉଁ କଷ୍ଟ ଦୁଇଜଣ ସହିଥିଲେ ତାହା କେବେ ମଧ୍ୟ ଭୁଲି ପାରିବେ ନାହିଁ।
ଏମିତି ଅନେକ ପରିବାର ରହିଛି ଯେଉଁମାନେ ଏହି ଜୁଆର ନିଶା କାରଣରୁ ବହୁ ପରିମାଣରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଯଦି ଏହି ନିଶା ବିଷୟରେ ସଠିକ ସମୟରେ ଜଣା ପଡ଼ିଯାଏ ତେବେ କାଉଁସିଲିଂ କିମ୍ବା ଡାକ୍ତରଙ୍କ ସାହାଯ୍ୟରେ ଏହି ସମସ୍ୟାକୁ ଦୂର କରାଯାଇ ପାରିବ।
ଜାଣନ୍ତୁ ଏହି ନିଶାର ଲକ୍ଷଣ ଗୁଡିକ ବିଷୟରେ:-
ଘର ବାହାରେ ଅଧିକ ସମୟ ବିତାଇବା:
ଜୁଆ ଖେଳୁଥିବା ବ୍ୟକ୍ତି ଘର ଠାରୁ ଅଧିକ ସମୟ ବାହାରେ ବିତାଇଥାନ୍ତି। ଏମିତିକି ଏପରି ବ୍ୟକ୍ତି ନିଜର କାମରେ ମଧ୍ୟ ଅବହେଳା କରିବା ଆରମ୍ଭ କରିଦେଇଥାଏ। ଏଥିପାଇଁ ସେ ଭିନ୍ନ ଭିନ୍ନ ପ୍ରକାରର ବାହାନା କରିବା ମଧ୍ୟ ଆରମ୍ଭ କରିଦେଇଥାଏ। ଯେଉଁ ବାହାନା ଗୁଡିକ ମଧ୍ୟରୁ ଅଧିକ ଇମୋସନ ସହିତ ଜଡିତ ହୋଇଥାଏ। ଉଦାହରଣ ହେଉଛି ଯେପରିକି ଅଫିସରେ ସ୍ତ୍ରୀ ଏବଂ ପିଲାଙ୍କ ଦେହ ଖରାପର କଥା କହିବା ଏବଂ ଘରେ ପତ୍ନୀଙ୍କ ପାଖରେ ବନ୍ଧୁଙ୍କ ଦେହ ଖରାପ ହେବା ଏବଂ କାମ ପ୍ରେସର ପରି ମିଛ କଥା କହିବା।
ଏହି ବାହାନା ଗୁଡିକ ବିଷୟରେ ଅଧିକ ପ୍ରଶ୍ନ କଲେ ଜୁଆ ଖେଳରେ ଲିପ୍ତ ଥିବା ବ୍ୟକ୍ତି ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ସେମାନେ ଓଲଟା ପଚାରୁଥିବା ବ୍ୟକ୍ତିଙ୍କ ଉପରେ ଦୋଷ ଦେବା ଆରମ୍ଭ କରିଦେଇଥାନ୍ତି ଏବଂ ପ୍ରଶ୍ନ ପଚାରିବାକୁ ନେଉ ତାଙ୍କୁ ଖରାପ ଅନୁଭବ କରାଇଥାନ୍ତି। ଯେମିତି ଭବିଷ୍ୟତରେ ମଧ୍ୟ ଏହି ପ୍ରଶ୍ନ ଗୁଡିକ ଠାରୁ ରକ୍ଷା ପାଇ ପାରିବେ।
ଟଙ୍କାକୁ ବିଷୟରେ ଚର୍ଚ୍ଚା କରିବାରୁ ଦୂରେଇ ରହିବା:
ଘର ଚଳାଇବା ପାଇଁ ପତି ଏବଂ ପତ୍ନୀଙ୍କୁ ମିଶିକରି ଏକ ବଜେଟ ତିଆରି କରିବା ଆବଶ୍ୟକ ରହିଥାଏ। ମାତ୍ର ଜୁଆ ଖେଳରେ ଲିପ୍ତ ଥିବା ବ୍ୟକ୍ତି ଏବିଷୟରେ କୌଣସି କଥା ହେବାକୁ ଇଚ୍ଛା କରି ନଥାନ୍ତି। ସେ ଘର ଚଳାଇବା ପାଇଁ ଦେଉଥିବା ଟଙ୍କା ମଧ୍ୟ କମାଇ ଦେଇଥାନ୍ତି। କାରଣ ସେ ଏହି ଟଙ୍କା ସେମାନେ ଜୁଆ ଖେଳରେ ବ୍ୟବହାର କରିଥାନ୍ତି। ସେ ନିଜର ବ୍ୟାଙ୍କ ବିବରଣୀ ମଧ୍ୟ ଲୁଚାଇବା ଆରମ୍ଭ କରିଦେଇଥାନ୍ତି। ଅଚାନକ ସେ ଏପରି ଆଚରଣ କରିଥାନ୍ତି ଯେପରି ସେ ଏକ ବହୁତ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଯେଉଁଥିପାଇଁ ସେ ଘର ଖର୍ଚ୍ଚ ପାଇଁ ଟଙ୍କା କମାଉଛନ୍ତି ବୋଲି ଦେଖାଇଥାନ୍ତି।
ଟଙ୍କା ମାଗିବା:
ନିଜ ପଇସା ସାରିଯିବା ପରେ ଜୁଆ ଖେଳରେ ଲିପ୍ତ ବ୍ୟକ୍ତି ନିଜ ସାଥୀର ଟଙ୍କା ମଧ୍ୟ ଖର୍ଚ୍ଚ କରିବାରେ ଲାଗିପଡ଼ିଥାନ୍ତି। ସେ ଅନେକ ବାହାନା କରି ନିଜ ସାଥି ଠାରୁ ଟଙ୍କା ମାଗିଥାନ୍ତି। ଏହି ବାହାନା ଗୁଡିକ ମଧ୍ୟ ଭାବପ୍ରବଣ ହୋଇଥାଏ। ଯାହାଦ୍ୱାରା ସାଥି ଅଧିକ ପ୍ରଶ୍ନ ନକରନ୍ତୁ ଏବଂ ଭବିଷ୍ୟତରେ କେବେ ତାଙ୍କୁ ଟଙ୍କା ଫେରସ୍ତ ନମାଗନ୍ତି। ଏପରି ସ୍ଥିତିରେ ଥିବା ଲୋକମାନଙ୍କୁ ଟଙ୍କା ନମିଳିଲେ ସେମାନେ ସେମାନେ ଚୋରି କିମ୍ବା ଋଣ ମଧ୍ୟ କରିଆଣିଥାନ୍ତି। ଯଦି ଆପଣଙ୍କୁ କେହି କହୁଛନ୍ତି ଯେ, ଆପଣଙ୍କ ସାଥି ତାଙ୍କ ଠାରୁ ଟଙ୍କା ନେଇଛନ୍ତି ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ ଚାହେ ଏହା ଅଳ୍ପ ପରିମାଣର ଟଙ୍କା ହେଉ କିମ୍ବା ଅଧିକ।
ଅଚାନକ ଦାମି ଜିନିଷ ଆଣିବା:
ଜୁଆ ଖେଳରେ ସଫଳ ହେଲେ ଏକା ସାଙ୍ଗରେ ବହୁତ ଟଙ୍କା ମିଳିଯାଇଥାଏ। ଏହି ଟଙ୍କାକୁ ଖର୍ଚ୍ଚ କରିବାକୁ ମଧ୍ୟ ଅଧିକ ସମୟ ଲଗାଇ ନଥାନ୍ତି ଏହି ବ୍ୟକ୍ତି। ଏହି ଟଙ୍କାରେ ଏକାଥରକେ ଅନେକ ଦାମି ଜିନିଷ କିଣି ଆଣିଥାନ୍ତି। ଏମିତି ବ୍ୟକ୍ତି ନିଜ ଜୀବନରେ ବିଳାସ ବ୍ୟସନରେ ବତାଇବାକୁ ଚେଷ୍ଟା କରିଥାନ୍ତି। ବହୁତ ବଡ଼ ରିକ୍ସ ମଧ୍ୟ ନେଇଯାଇଥାନ୍ତି। ଯାହା ପର ମୁହୂର୍ତ୍ତରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ଭାବପ୍ରବଣତାରେ ଅସ୍ଥିର ହୋଇଯିବା:
ଜୁଆ ଖେଳରେ ଲିପ୍ତ ହୋଇଯାଇଥିବା ବ୍ୟକ୍ତିଙ୍କ ଭାବନା ମଧ୍ୟ ଟଙ୍କା ଉପରେ ନିର୍ଭର କରିଥାଏ। ଏଥିରେ ସଫଳ ହେଲେ ସେ ବହୁତ ଖୁସି ହୋଇଯାଇଥାନ୍ତି ଆଖପାଖ ଲୋକଙ୍କ ସହିତ ମଧ୍ୟ ବହୁତ ଭଲ ବ୍ୟବହାର କରିଥାନ୍ତି। ସେହିପରି ଏଥିରେ ହରିଲେ ଡିପ୍ରେସନ, ଦୁଃଖ ଏବଂ ଫ୍ରଷ୍ଟେସନର ଶିକାର ହୋଇଯାଇଥାନ୍ତି। ଏହି ଅସନ୍ତୋଷ କାରଣରୁ ସେମାନେ ଘର ଲୋକ ଏବଂ ଅଫିସର କର୍ମଚାରୀ ଉପରେ ବାହାର କରିଥାନ୍ତି। ଏମିତି ବ୍ୟକ୍ତିଙ୍କ ଇମୋସନ ସବୁବେଳେ ଚରମରେ ରହିଥାଏ।
ଝଗଡା କାମକୁ ଆସିବ ନାହିଁ:
ଯଦି କୌଣସି ବ୍ୟକ୍ତି ଜୁଆ ଖେଳରେ ଲିପ୍ତ ରହିଥାନ୍ତି ତେବେ ଘରର ସ୍ଥିତି ମଧ୍ୟ ସୁଧୁରି ନଥାଏ। ଯେପର୍ଯ୍ୟନ୍ତ ତାଙ୍କୁ ନିଜେ ଏହି କଥାର ଅନୁଭବ ନହୋଇଯାଇଛି ସେପର୍ଯ୍ୟନ୍ତ କିଛି ଠିକ ହୋଇ ନଥାଏ। ଏପରି ବ୍ୟକ୍ତି ନିଜ ପରିବାରକୁ ବର୍ବାଦ ଆଡକୁ ନେଇଯାଇଥାନ୍ତି।
ପ୍ରଥମେ ନିଜେ, ତାଙ୍କ ବନ୍ଧୁ ଏବଂ ପରିବାର ସ୍ଥରରେ ଏହି ବ୍ୟକ୍ତିଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ। ଯଦି ଏହି ଉପାୟ କାମ ନକରେ ତେବେ ଏକ୍ସପର୍ଟଙ୍କ ସାହଯ୍ୟ ନିଅନ୍ତୁ। ଜୁଆ ଖେଳ କେବଳ ଆପଣଙ୍କ ସମ୍ବନ୍ଧକୁ ନୁହେଁ ବରଂ ଏଥିରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ବର୍ବାଦ କରିଦେଇଥାଏ।