ଜେଜେମା-ନାତିଙ୍କ ଯୋଡି ନୁହେଁ, ଏହା ହେଉଛି ପ୍ରେମରେ ପଡିଥିବା ଯୋଡ଼ି, ୮୦ ବର୍ଷ ବୟସରେ ନିଜକୁ ଯୁବତୀ ଅନୁଭବ କରୁଛନ୍ତି ପ୍ରେମିକା

ଆପଣ ଅନେକଥର ଶୁଣିଥିବେ ପ୍ରେମ ଅନ୍ଧ ହୋଇଥାଏ। କିନ୍ତୁ କେବେ କେବେ ଏହାର ଉଦାହରଣ ସାମ୍ନାକୁ ଆସିଯାଇଥାଏ। ପ୍ରେମରେ ମଣିଷ ସ୍ଥାନ, କାଳ ଏବଂ ଏମିତିକି ବୟସର ବ୍ୟବଧାନ ମଧ୍ୟ ଭୁଲିଯାଇଥାଏ। ତେବେ ଏହି ବ୍ୟବଧାନ ୪୫ ବର୍ଷର ହେଉ ନା କାହିଁକି? ପ୍ରେମରେ ସବୁକିଛି ଠିକ ହୋଇଥାଏ। ସେଥିପାଇଁ ତ ଫେସବୁକରେ ୮୦ ବର୍ଷର ଜଣେ ମହିଳାଙ୍କ ସହିତ ଦେଖା ହେବା ପରେ ୩୫ ବର୍ଷର ଜଣେ ବ୍ୟକ୍ତିଙ୍କ ଉପରେ ପ୍ରେମର ଭୁତ ଏପରି ସବାର ହୋଇଗଲା ଯେ ସେ ସମଗ୍ର ଦୁନିଆର ରୀତିନୀତି ଏବଂ ସମାଜକୁ ଭୁଲି ତାଙ୍କୁ ହିଁ ନିଜର ଜୀବନସାଥୀ ବନାଇବାର ଜିଦ ଧରି ନେଇଥିଲେ।

ଏହାମଧ୍ୟ କୁହାଯାଉଛି ଯେ ଦୁଇଜଣ ବର୍ତ୍ତମାନ ପରସ୍ପରକୁ ଛାଡି ବଞ୍ଚି ନପାରିବାର କଥା କହୁଛନ୍ତି। ଏହି ଦମ୍ପତିଙ୍କ ଉପରେ, ବିଶେଷ କରି ପୁଅଟି ଉପରେ ଲୋକମାନେ ବୃଦ୍ଧା ମହିଳାଙ୍କର ସମ୍ପତ୍ତି ପାଇଁ ଫସାଇବାର ଆରୋପ ଲଗାଇଛନ୍ତି, ଯାହାପରେ ଏକ ଟିଭି ଶୋ’ରେ ଉଭୟ ତାଙ୍କ ପ୍ରେମକୁ ନେଇ ଚାଲୁଥିବା କଥାର ଖଣ୍ଡନ କରିଥିଲେ। ଏହି ଦମ୍ପତିଙ୍କର ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚ୍ଚା ହେଉଛି। କେହି ଏହି ଦମ୍ପତିଙ୍କୁ ବେକାର କହୁଥିବା ବେଳେ କେହି ଏମାନଙ୍କ ଠାରୁ ପ୍ରେରଣା ନେଉଛନ୍ତି।

ଇଜିପ୍ଟରେ ରହୁଥିବା ୩୫ ବର୍ଷର ମୋହମ୍ମଦ ଅହମଦ ଇବ୍ରାହିମଙ୍କର ଭେଟ ୮୦ ବର୍ଷର ଆଇରିସ ଜୋନ୍ସଙ୍କ ସହିତ ଫେସବୁକ ଜରିଆରେ ହୋଇଥିଲା। ଦୁଇଜଣଙ୍କ ବୟସର ୪୫ ବର୍ଷ ବ୍ୟବଧାନ ରହିଛି। ଉଭୟଙ୍କର ଭେଟ ଗତ ବର୍ଷ ହୋଇଥିଲା, ଯାହାପରେ ଆଇରିସ ଇବ୍ରାହିମଙ୍କୁ ଦେଖା କରିବାକୁ ଇଜିପ୍ଟ ଚାଲି ଯାଇଥିଲେ।

ଏହି କପଲ ୨୦୨୦ର ପ୍ରାରମ୍ଭରେ ଟିଭି ଶୋ’ରେ ଆସି ନିଜ ପ୍ରେମର ଘୋଷଣା କରିଥିଲେ। ଏହି ଶୋ’ରେ ଉଭୟ ନିଜର ପ୍ରଥମ ରାତ୍ରିର ଅନୁଭୂତି ସେୟାର କରିଥିଲେ, ଯାହାକୁ ନେଇ ବହୁତ ବିବାଦ ମଧ୍ୟ ହୋଇଥିଲା।

ତେବେ ଏହି ଶୋ’ ପରେ ଇବ୍ରାହିମଙ୍କୁ ଲୋକଙ୍କଠାରୁ ବହୁତ କିଛି ଶୁଣିବାକୁ ମିଳିଥିଲା। ଅନେକ ଲୋକ ତାଙ୍କୁ ଟୟବୟର ଆଖ୍ୟା ଦେଇଥିଲେ, ଯାହାକୁ ସେ ଖଣ୍ଡନ କରି ଦେଇଥିଲେ। ଅନେକ ମାସ ପର୍ଯ୍ୟନ୍ତ ଲୋକଙ୍କଠାରୁ ନିଜ ବିଷୟରେ ନକରାତ୍ମକ ଜିନିଷ ଶୁଣିବା ପରେ ବର୍ତ୍ତମାନ ଇବ୍ରାହିମ ଏବଂ ଆଇରିଶ ପୁଣି ଏକ ଟିଭି ଶୋ’ରେ ନଜର ଆସିଥିଲେ।

ଏଥର ଇବ୍ରାହିମ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପ୍ରେମ ସତ୍ୟ ଅଟେ। ଯଦି କାହାରିକୁ ତାଙ୍କ ପ୍ରେମକୁ ନେଇ କୌଣସି ସମସ୍ୟା ରହିଛି ତେବେ ସେଥିରେ ତାଙ୍କୁ କୌଣସି ଫରକ୍ ପଡେ ନାହିଁ। ଏଥିରେ ବାହାର ଲୋକଙ୍କର କୌଣସି ଭୂମିକା ନାହିଁ। ଲୋକମାନେ ଜଳୁଛନ୍ତି କିନ୍ତୁ ସେ ତାଙ୍କ ପ୍ରେମିକାଙ୍କ ସହିତ ବହୁତ ଖୁସିରେ ଅଛନ୍ତି।

ବିବାହକୁ ନେଇ ମଧ୍ୟ ଏହି କପଲଙ୍କୁ ଟିଭି ଶୋ’ରେ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେମାନେ କିଛି ସ୍ପଷ୍ଟ କରିନଥିଲେ କିନ୍ତୁ ଇବ୍ରାହିମ ଏହା ନିଶ୍ଚିତ ସ୍ପଷ୍ଟ କରିଥିଲେ ଯେ ତାଙ୍କ ପ୍ରେମ ସମ୍ପୂର୍ଣ୍ଣ ସତ୍ୟ ଅଟେ।

ନିଜର ପ୍ରଥମ ଭେଟ ବିଷୟରେ କଥା ହେବାକୁ ଯାଇ ଇବ୍ରାହିମ କହିଥିଲେ ଯେ, ସେ ଇଜିପ୍ଟରେ ପିରାମିଡ ଦେଖୁବାକୁ ଆସିଥିଲେ। ସେହି ସମୟରେ ଉଭୟଙ୍କର ସମ୍ପର୍କ ଧୀରେ ଧୀରେ ବଢି ପ୍ରେମରେ ପରିବର୍ତ୍ତିତ ହୋଇଯାଇଥିଲା। ଇବ୍ରାହିମଙ୍କ ମୁତାବକ ତାଙ୍କ ପ୍ରେମ ବୟସ, ଦେଶ କିମ୍ବା କୌଣସି ପ୍ରତିବନ୍ଧ ମନେ ନାହିଁ।

ଇବ୍ରାହିମ ମିଡିଆକୁ ମଧ୍ୟ ଜବରଦସ୍ତ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ, ଲୋକମାନେ ତାଙ୍କୁ କେତେ ଭୁଲ କହିଥିଲେ, କେହି ତାଙ୍କୁ ଟୟବୟ କହିଥିଲା ତ ଆଉକେହି ତାଙ୍କୁ ଟଙ୍କା ଲୋଭି ବୋଲି କହିଥିଲେ। କିନ୍ତୁ ପ୍ରକୃତରେ ସେ କେବଳ ପ୍ରେମ ହିଁ କରିଛନ୍ତି।

ସେହିପରି ଏହି ସମ୍ପର୍କକୁ ନେଇ ଆଇରିସଙ୍କ କହିବା କଥା ଯେ, ଇବ୍ରାହିମ ତାଙ୍କୁ ଯବାନ ବୋଲି ଅନୁଭୂତ କରାଇଥାନ୍ତି। ତାଙ୍କୁ ଏତେ ଖୁସି କେବେହେଲେ ହୋଇନଥିଲା। ଗତ ୩୫ ବର୍ଷରୁ କୌଣସି ପୁରୁଷ ତାଙ୍କ ନିକଟବର୍ତ୍ତୀ ହୋଇନଥିଲେ। କିନ୍ତୁ ବର୍ତ୍ତମାନ ଇବ୍ରାହିମ ତାଙ୍କୁ ପୁଣିଥରେ ବଞ୍ଚିବା ଏବଂ ପ୍ରେମ କରାଇବା ଶିଖାଇଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *