ଆପଣ ମାନେ ଦେଖଥିବେ କେତେକ ଲୋକ ବହୁତ ଧନୀ ହୋଇଥାନ୍ତି ଏବଂ ଅଚାନକ ତାଙ୍କର ସୁଖ ସମୃଦ୍ଧି ସବୁ ସରି ଯାଇଥାଏ। ଆପଣ କେତେ ଜଣ ଅଛନ୍ତି ଏହାକୁ ଭାଗ୍ୟର ଦୋଷ ବୋଲି କହିଥାନ୍ତି। କିନ୍ତୁ ଏମିତି କିଛି ଦୋଷ ବା ଲକ୍ଷଣ ଅଛି ଯେଉଁଥିରେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଯାହାପାଇଁ ଆମକୁ ଏହି ସମସ୍ୟାର ସାମ୍ମନା କରିବାକୁ ପଡୁଛି। ଆମେ ସମସ୍ତେ ଜଣା ଅଜଣାରେ କିଛି ଏମିତି ଭୁଲ କରିଥାଉ ଯାହା ଦ୍ୱାରା ଆମ ପାଖକୁ ଆସିଥିବା ଧନ ମଧ୍ୟ ବେଶି ଦିନ ରହିନଥାଏ। ଘରେ ଅଲକ୍ଷ୍ମୀ , ଦାରିଦ୍ରତା ବାସ କରିଥାନ୍ତି। ଆମେ ଜାଣି ପାରୁ ନଥାଉ କି କ’ଣ ପାଇଁ ଆମେ ଏପରି ସମସ୍ୟାର ସମ୍ମୁଖିନ ହେଉଛୁ ବୋଲି। ଆଜି ଆମେ ଆପଣଙ୍କୁ ଏହାର କହିବାକୁ ଯାଉଛୁ। ଯଦି ଆପଣଙ୍କ ଘରେ ଏହି ଭୁଲ ହେଉଛି ତେବେ ଆପଣ ଏହାକୁ ତୁରନ୍ତ ବନ୍ଧ କରନ୍ତୁ। ନଚେତ ଆପଣଙ୍କୁ ଏପରି ସମସ୍ୟାର ସମ୍ମୁଖିନ ହେବାକୁ ପଡିବ।
ଆସନ୍ତୁ ଜାଣିବା ସେଗୁଡିକ କି କାମ। କିଛି ଏମିିତିକା ଲକ୍ଷଣ ଅଛି ଯାହା ଅଲକ୍ଷ୍ମୀକୁ ଆମତ୍ରଣ କରିଥାଏ। ଶାସ୍ତ୍ର ଅନୁସାରେ ଅଲକ୍ଷ୍ମୀ ସେଇଠି ବାସ କରନ୍ତି ଯେଉଁ ଘରେ ପରିବାର ମଧ୍ୟରେ ଭଲ ପାଇବା ନଥାଏ। କଥା କଥାରେ ଘରେ ଝଗଡା ହୁଏ। ମାତା ପିତାଙ୍କ ପ୍ରତି ଭଲ ପାଇବା ସମ୍ମାନ ନଥାଏ । ଭାଈ ଭାଈ ମଧ୍ୟରେ ପ୍ରତ୍ୟେକ କଥାରେ ଝଗଡା ହୋଇଥାଏ। ଏମିତିକା ଘରେ କେବଳ ଅଲକ୍ଷ୍ମୀ ହିଁ ବାସ କରି ଥାନ୍ତି। ଯେଉଁ ଘରେ ଲକ୍ଷ୍ମୀ ବସ କରନ୍ତି ସେ ଘରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ।
ଯଦି ଆପଣ ବେଇମାନ, ଠକେଇ , ଧୋକାରେ ପଇସା କମେଇଥାନ୍ତି ତେବେ ଆପଣଙ୍କ ଘରେ ନିଶ୍ଚିତ ଅଲକ୍ଷ୍ମୀ ବସ କରିବେ। ଯେଉଁ ଘର ଅପରିସ୍କାର ଥାଏ ସେହି ଘରେ ଅଲକ୍ଷ୍ମୀ ବାସ କରିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ମା ଲକ୍ଷ୍ମୀଙ୍କର ନିବାଶ ଚାହୁଁଛନ୍ତି ତେବେ ଘରକୁ ପରିଷ୍କାର ରଖନ୍ତୁ। ମା ଲକ୍ଷ୍ମୀ ପରିଷ୍କାର ଯାଗାରେ ନିବାଶ କରିବାକୁ ପସନ୍ଦ କରନ୍ତି।
ଯେଉଁ ଘରେ ପୂଜା ପାଠ , ଧର୍ମ କାର୍ଯ୍ୟ , ସତସଙ୍ଗ , ଦାନ , ଧର୍ମ , ବ୍ରତ କରାଯାଏ ନାହିଁ ସେହି ଘରେ ସର୍ବଦା ଅଭାବ ରହିଥାଏ। ଏହି କାର୍ଯ୍ୟ ନ କରିବା ଦ୍ବାରା ଦାରିଦ୍ରତା ଘରେ ଆସିଥାଏ। କେତେକ ଲୋକମାନଙ୍କର ଅଭ୍ୟାସ ଥାଏ କି ସେମାନେ ଦାନ୍ତରେ ନଖ ଛିଣ୍ଡାନ୍ତି ଏହା ଆଦୌ ଠିକ ନୁହେଁ। ଏହା ଦ୍ବାରା ବାସୁଦୋଷ ହୋଇଥାଏ। ନଖ କାଟି ଏଠି ସେଠି ପକାନ୍ତୁ ନାହିଁ ଏହାକୁ ଏକାଠି କରି ଘର ବାହାରେ ପକାନ୍ତୁ। ମନେ ରଖନ୍ତୁ ନଖ ରାତିରେ କାଟନ୍ତୁ ନାହିଁ।
ନଗାଧୋଇ କେବେବି ଗୀତା , ଶାସ୍ତ୍ର ବା ରାମୟାଣ , ମହାଭାରତ ଗ୍ରନ୍ଥକୁ ଛୁଅନ୍ତୁ ନାହିଁ। ସର୍ବଦା ଗଧୋଇ ଏହକୁ ସ୍ପର୍ଷ କରନ୍ତୁ। ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଭଙ୍ଗା
ପାନିଆକୁ ତୁରନ୍ତ ବାହାରକୁ ଫୋପାଡି ଦିଅନ୍ତୁ। କୁହାଯାଏ କି ଭଙ୍ଗା ପାନିଆ ସର୍ବଦା ଘରୁ ସୁଖ ସମୃଦ୍ଧି ହଜାଇ ଦେଇଥାଏ, ଘରେ ସର୍ବଦା ପିଉ ଥିବା ପାଣିକୁ ଘୋଡାଇ ରଖନ୍ତୁ । ଯେମିତି ସେଥିରେ କୌଣସି ନାକାରତ୍ମକ ଉର୍ଜା ପ୍ରବେଶ କରିଥାଏ। ଖାସ କରି ରାତିରେ ପାଣି ଖୋଲା ରଖନ୍ତୁ ନାହିଁ।
ଘରେ ପକ୍ଷୀକୁ ବନ୍ଦି କରି ରଖନ୍ତୁ ନାହିଁ। ଏଥିରେ ମା ଲକ୍ଷ୍ମୀ ରାଗିଯାଅନ୍ତି। ପକ୍ଷୀଙ୍କୁ ଖୋଲା ଆକାଶରେ ଉଡିବାକୁ ଦିଅନ୍ତୁ। ତାଙ୍କୁ ଘରେ ବାନ୍ଧି ରଖନ୍ତୁ ନାହିଁ। ଏଥିରେ ଘରେ ଦାରିଦ୍ରତା ଏବଂ ସମସ୍ୟା ବଢିଥାଏ। ଏହା ସହିତ ଯଦି ଆପଣ ପକ୍ଷୀ ମାନଙ୍କ ପାଇଁ ଜଳ ଏବଂ ଦାନା ରଖିଥାନ୍ତି ତେବେ ସେଥିରେ ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି ଏବଂ ଘରେ ସୁଖ ସମୃଦ୍ଧି ଆସିଥାଏ।
ଝିଟିପିଟିକୁ ମାରିବା ଉଚିତ୍ ନୁହେଁ। ଗୌରୀ ଶାସ୍ତ୍ରରେ ଝିଟିପିଟିକୁ ଘର ମହତ୍ବ ପୂର୍ଣ୍ଣ ଅଂଶ ବୋଲି ମନା ଯାଇଥାଏ। ଏମିତିରେ ଝିଟିପିଟିକୁ ଭଗବାନଙ୍କର ଦୂତ ବୋଲି କକୁହାଯାଏ କି ପୁରାଣ ଶାସ୍ତ୍ରରେ ଗନ୍ଧର୍ବ ଝିଟିପିଟି ଥିଲେ। ଗନ୍ଧର୍ବଙ୍କୁ ଅଭିଶାପ ମିଳିଥିବାରୁ ସେ ଝିଟିପିଟି ହୋଇଥିଲେ। ଏଥିପାଇଁ ତାଙ୍କୁ ମାରିବା ପାଇଁ ହିନ୍ଦୁ ଧର୍ମରେ ମନା କରାଯାଇଛି। କୁହାଯାଏ କି ଝିଟିପିଟିକୁ ମାରିବା ପାପ ହୋଇଥାଏ ଯାହାର ଫଳ ସେ ପର ଜନ୍ମ ରେ ପାଇଥାଏ। କେତେକ ଲୋକ ଝିଟିପିଟିକୁ ଡରି ବାଡିରେ ପିଟି ଦିଅନ୍ତି । ଝିଟିପିଟି ମା ଲକ୍ଷ୍ମୀଙ୍କର ଅବତାର ମଧ୍ୟ କୁହାଯାଏ , ତାଙ୍କୁ ଏପରି ମାରିବା ଶୁଭ ହୋଇନଥାଏ। ତାକୁ ଡରେଇ ଘଉଡେଇ ଦିଅନ୍ତୁ କିନ୍ତୁ ଜୀବନରୁ ମାରନ୍ତୁ ନାହିଁ।
ଯେଉଁ ଘରର ସଦସ୍ୟ ସର୍ବଦା ମିଛ କହିଥାନ୍ତି ସେହି ଘରେ ସର୍ବଦା ଦାରିଦ୍ରତା ବାସ କରିଥାଏ। ଜଦି ମିଛ କାହାର ଭଲ ପାଇଁ କହୁଛନ୍ତି ତାହେଲ ଠିକ୍ ଅଛି କିନ୍ତୁ ଚେଷ୍ଟା କରନ୍ତୁ ସର୍ବଦା ସତ କହିବାକୁ। ଯଦି ଆପଣ ଜଣା ଅଜଣାରେ ଏପରି ଭୁଲ କରୁଛନ୍ତି କି ତେବେ ଏହାକୁ ବଦାଳାନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।