ଟଙ୍କା ପର୍ସରେ ରଖନ୍ତୁ ଏହି ୭ ଗୋଟି ଜିନିଷ, କେବେ ହେବ ନାହିଁ ଟଙ୍କାର ଅଭାବ।

ଜାତକରେ ଗ୍ରହ ଏବଂ ନକ୍ଷତ୍ରର ଖରାପ ଦଶା କିଛି ଲୋକ ମାନଙ୍କୁ ଆର୍ଥିକ ରୂପରେ ଶକ୍ତିଶାଳୀ ହେବାକୁ ଦେଇ ନଥାଏ। ଟଙ୍କା ହାତକୁ ଆସି ମଧ୍ୟ ପାଖରେ ରହି ନଥାଏ। ଯେତେ ଉପାର୍ଜନ କରିଥିଲେ ମଧ୍ୟ ଅଭାବ ଲାଗି ରହିଥାଏ। ଅଭାବ ଅନାଟନରେ ଘେରି ହୋଇଯାଏ ମନୁଷ୍ୟ। ଏପରି ସମସ୍ୟା ସହିତ ଲଢ଼ିବା ପାଇଁ ଶାସ୍ତ୍ରରେ କିଛି ଅବ୍ୟର୍ଥ ଉପାୟର ବର୍ଣ୍ଣନ କରାଯାଇଛି।

ଧନ ଏବଂ ଐଶ୍ୱର୍ଯ୍ୟର ଆଶା ସମସ୍ତ ମଣିଷଙ୍କ ମନରେ ରହିଥାଏ। କିନ୍ତୁ ଜାତକରେ ଗ୍ରହ ଏବଂ ନକ୍ଷତ୍ରର ଖରାପ ଦଶା କିଛି ଲୋକଙ୍କୁ ଆର୍ଥିକ ରୂପରେ ଶକ୍ତିଶାଳୀ ହେବାକୁ ଦେଇ ନଥାଏ। ଫଳ ସ୍ୱରୂପ ଟଙ୍କା ହାତକୁ ଆସି ମଧ୍ୟ ପାଖରେ ରହି ନଥାଏ। ମଣିଷ ଗୋଟିଏ ଗୋଟିଏ ଟଙ୍କା ପାଇଁ ବ୍ୟାକୁଳ ହୋଇ ଉଠିଥାଏ। ଟଙ୍କାର ଆବଶ୍ୟକତା ମଣିଷକୁ ଅନ୍ୟ ପାଖରେ ହାତ ପତାଇବାକୁ ବାଧ୍ୟ କରିଦେଇଥାଏ। ଏପରି ସମସ୍ୟା ସହିତ ମୁକାବିଲା କରିବା ପାଇଁ ଶାସ୍ତ୍ରରେ କିଛି ଅମୋଘ ଉପାୟ ବିଷୟରେ କୁହାଯାଇଛି। ଯାହାଦ୍ୱାରା ଆପଣଙ୍କ ପାଖରେ କେବେହେଲେ ଧନର ଅଭାବ ଆସିବ ନାହିଁ ଏବଂ ଆପଣଙ୍କ ଟଙ୍କା ସିନ୍ଧୁକରେ ସଦା ସର୍ବଦା ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ।

୧.ଲାଲ ରଙ୍ଗର କାଗଜ: ଏହା ଏକ ଅବ୍ୟର୍ଥ ଉପାୟ ଅଟେ। ଏଥିପାଇଁ ଲାଲ ରଙ୍ଗର କାଗଜ ଆବଶ୍ୟକ ରହିଥାଏ। କାଗଜରେ ନିଜର ଇଚ୍ଛା ଲେଖି ତାକୁ ଏକ ରେଶମୀ ସୂତାରେ ବାନ୍ଧି ନିଆନ୍ତୁ ଏବଂ ଏହାପରେ ବନ୍ଧା ହୋଇଥିବା ଏହି କାଗଜକୁ ପର୍ସ ଭିତରେ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କ ଇଚ୍ଛା ପୂରଣ ହୋଇଯିବ।

୨.ଚାଉଳ: ଶାସ୍ତ୍ରରେ ଧାନ ଚାଉଳ ଏବଂ ଧନ ଦୁଇଟିକୁ ଏକ ସମାନ ବୋଲି ମାନ୍ୟତା ଦିଆଯାଇଛି। ଯଦି ପର୍ସ ଭିତରେ ମାତ୍ର ତିନି ବା ଚାରୋଟି ଚାଉଳ ଦାନା ରଖିଦିଆଯାଏ ତେବେ ବ୍ୟର୍ଥ ଖର୍ଚ୍ଚ କମ ହୋଇଯାଇଥାଏ ଏବଂ କେବେହେଲେ ଟଙ୍କା ପଇସାର ଅଭାବ ହେବାକୁ ଦେଇ ନଥାଏ।

୩. ମାତା ଲକ୍ଷ୍ମୀଙ୍କର ଫୋଟୋ ଚିତ୍ର: ମାତା ଲକ୍ଷ୍ମୀଙ୍କର କେବଳ ସେହି ଫୋଟୋ ନିଜର ପର୍ସରେ ରଖନ୍ତୁ ଯେଉଁଥିରେ ସେ ବସିଥିବା ମୁଦ୍ରାରେ ଥିବେ। ଏହାଦ୍ୱାରା ଆପଣଙ୍କୁ କେବେହେଲେ ଟଙ୍କାର ଅଭାବ ଅନୁଭୂତି ହେବ ନାହିଁ।

୪. ବର ଗଛର ପତ୍ର: ହିନ୍ଦୁ ଧର୍ମରେ ବରଗଛ ଏବଂ ତୁଳସୀ ଗଛ ଦୁଇଟି ପୂଜନୀୟ ଅଟେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ, ପର୍ସରେ ସର୍ବଦା ବରଗଛର ପତ୍ର ରଖିବା ଉଚିତ। ବରଗଛର ପତ୍ରକୁ ଅଭିମନ୍ତ୍ରିତ କରିବା ପରେ ଶୁଭ ମୁହୂର୍ତ୍ତରେ ଏହାକୁ ପର୍ସ ଭିତରେ ଟଙ୍କାର ନୋଟ ସହିତ ରଖିନ୍ତୁ। ଏପରି କରିବା ଦ୍ୱାରା ପର୍ସ ସବୁବେଳେ ଧନରେ ଭରି ରହିବ, ଆବଶ୍ୟକତା ସମୟରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହେବ ନାହିଁ।

୫. ରୂପାର ମୁଦ୍ରା: ଯଦି ଆପଣଙ୍କ ପାଖରେ କୌଣସି ଚାନ୍ଦିର ମୁଦ୍ରା ଅଛି ତେବେ ଏହାକୁ ମଧ୍ୟ ନିଜ ପର୍ସରେ ରଖନ୍ତୁ। ଏପରି କରିବା ଦ୍ୱାରା ଧନ ଲାଭ ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଯେ ସୁନା କିମ୍ବା ଚାନ୍ଦିର ମୁଦ୍ରା ପର୍ସରେ ରଖିବା ପୂର୍ବରୁ ଏହାକୁ ଭାବନରେ ଠାକୁର ଘରର ଥିବା ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ଦିଅନ୍ତୁ।

୬. କାଚ ଖଣ୍ଡ ବା ଛୁରୀ: ଜ୍ୟୋତିଷ ଶାସ୍ତ୍ର ମୁତାବକ ପର୍ସରେ କାଚର ଖଣ୍ଡ କିମ୍ବା ଏକ ଛୋଟ ଛୁରୀ ରଖିବା ଆବଶ୍ୟକ। ଏହି ଉପାୟ ମଧ୍ୟ ଧନ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହାଛଡା ଆପଣ ପର୍ସରେ ଗୋମତି ଚକ୍ର ମଧ୍ୟ ରଖି ପାରିବେ।

୭. ରୁଦ୍ରାକ୍ଷ: ରୁଦ୍ରାକ୍ଷ ରଖିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଯାଇଥାଏ ଏବଂ ଧନ ସମ୍ପତ୍ତିରେ ବୁଦ୍ଧି ଆସିଥାଏ। ଘରର ଟଙ୍କା ସିନ୍ଧୁକ ବା ଆଲମିରାରେ ଆପଣ ସବୁବେଳେ ରୁଦ୍ରାକ୍ଷ ରଖିବା ଉଚିତ।

Leave a Reply

Your email address will not be published. Required fields are marked *