ବାହାଘର ପରେ ମାଆ-ବାପା ହେବାର ଅନୁଭବ ଅଲଗା ହିଁ ହୋଇଥାଏ। ବାହାଘର ପରେ ସବୁ କପଲସ ଏହା ଚାହିଁଥାନ୍ତି କି ବହୁତ ଶୀଘ୍ର ତାଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେଉ। ବିଶେଷ ରୂପରେ ଜଣେ ମାଆ ସନ୍ତାନ ଜନ୍ମ ହେବା ଦ୍ଵାରା ବହୁତ ଅଧିକ ଖୁସି ହୋଇଥାଏ। ବଲିଉଡର ତାରକାମାନେ ହୁଅନ୍ତୁ କି ଟେଲିଭିଜନର ତାରକା, ବର୍ଷ ୨୦୨୦ରେ ଏମିତି ଅନେକ ସେଲିବ୍ରେଟି କପଲ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫ୍ୟାନ୍ସମାନଙ୍କୁ ଖୁସି ଖବର ଶୁଣାଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ଟେଲିଭିଜନରେ ଏମିତି କିଛି କପଲ୍ସ ଅଛନ୍ତି ଯେଉଁମାନେ ଦୁଇରୁ ତିନି ହୋଇଯାଇଛନ୍ତି ଏବଂ ତାଙ୍କ ଜୀବନରେ ଏମିତି ସୁନ୍ଦର ମୂହୁର୍ତ୍ତର ଆନନ୍ଦ ସଂପୂର୍ଣ୍ଣ ରୂପେ ନେଉଛନ୍ତି।
ଏହାଛଡା ଟେଲିଭିଜନର ଏହି ପ୍ରସିଦ୍ଧ ଯୋଡିମାନଙ୍କୁ ସନ୍ତାନର ସୁଖ ବାହାଘରର କେତେ ବର୍ଷ ପରେ ମିଳିଛି କିନ୍ତୁ ତାଙ୍କ ଘରକୁ ଛୋଟ ଅତିଥି ଆସିବା କାରଣରୁ ଖୁସି ଆସିଛି।ଆଜି ଆମେ ଆପଣଙ୍କୁ ଟିଭିର କିଛି ଏମିତି ପ୍ରସିଦ୍ଧ ଯୋଡିଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନଙ୍କୁ ବାହାଘରର କେତେ ବର୍ଷ ପରେ ସନ୍ତାନର ସୁଖ ମିଳିଛି।
ଟିଭିର ପ୍ରସିଦ୍ଧ ଅଭିନେତା ମୋହିତ ମଲ୍ଲିକ ଏବଂ ଅଭିନେତ୍ରୀ ଅଦିତି ମଲ୍ଲିକଙ୍କ ଘରକୁ ବହୁତ ଶୀଘ୍ର ଛୋଟ ଅତିଥି ଆସିବାକୁ ଯାଉଛି। ଆପଣଙ୍କୁ ଜଣାଇ ଦେଉଛୁ କି ଏହି ସମୟରେ ନିଜେ ଅଭିନେତାଙ୍କ ସ୍ତ୍ରୀ ଅଦିତି ମାଆ ହେବାର ଖବର ଫ୍ୟାନ୍ସମାନଙ୍କୁ ଦେଇଥିଲେ। ଅଦିତି ଏବଂ ମୋହିତଙ୍କ ଘରେ ଛୋଟ ଅତିଥିର ଜନ୍ମ ମଈ ୨୦୨୧ରେ ହେବ।ଏକ ଇଣ୍ଟରବ୍ୟୁରେ ମୋହିତ କଥା ହେଉଥିବା ସମୟରେ ଏହି ଖୁସି ଖବର ଜଣାଇଥିଲେ କି ସେ ସୁଟିଂ ସମୟରେ ଥିଲେ, ଯେତେବେଳେ ଅଦିତି ଖୁସି ଖବର ଦେବାପାଇଁ ମୋତେ କଲ କରିଥିଲେ। ଜୁନିୟର ମଲ୍ଲିକକୁ ସ୍ବାଗତ କରିବା ପାଇଁ ଅଭିନେତା ମୋହିତ ଏବଂ ଅଭିନେତ୍ରୀ ଅଦିତି ଦୁଇଜଣ ଯାକ ବହୁତ ଉତ୍ସାହିତ ଅଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଦୁଇଜଣଙ୍କର ବିବାହକୁ ୧୦ବର୍ଷ ହୋଇଯାଇଛି।୧ଡିସେମ୍ବର ୨୦୧୦ରେ ଏହି ଦୁଇଜଣଙ୍କର ବିବାହ ହୋଇଥିଲା।
କରଣବୀର ବୋହରା ଏବଂ ଟୀଜେ ସିଦ୍ଧୁ
ଟେଲିଭିଜନର ପ୍ରସିଦ୍ଧ ଅଭିନେତା କରଣବୀର ବୋହରାଙ୍କ ଘରକୁ କୁନି ଅତିଥି ଆସିଛି, ଯେଉଁ କାରଣରୁ ଘରେ ଖୁସି କେତେ ଗୁଣା ଅଧିକା ବଢି ଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ କି ଏହି ସମୟରେ ଅଭିନେତା କରଣବୀର ବୋହରାଙ୍କ ସ୍ତ୍ରୀ ଟୀଜେ ସିଦ୍ଧୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।ଖବର ଅନୁସାରେ ଏହା ଜଣା ଯାଉଛି କି କରଣବୀର ବୋହରା ଏବଂ ଟୀଜେ ସିଦ୍ଧୁ ନିଜର ତୃତୀୟ ସନ୍ତାନର ସ୍ବାଗତ କରିଛନ୍ତି। ଏହା ପୂର୍ବରୁ ତାଙ୍କର ଜାଆଁଳା ଝିଅଙ୍କର ଜନ୍ମ ବାହାଘରର ୧୦ବର୍ଷ ପରେ ୧୯ଅକ୍ଟୋବର ୨୦୧୬ରେ ହୋଇଥିଲା। କରଣବୀର ବୋହରା ଏବଂ ଟୀଜେ ସିଦ୍ଧୁଙ୍କ ବିବାହ ୩ନଭେମ୍ବର ୨୦୦୬ରେ ହୋଇଥିଲା।
ଅନିତା ହସନନ୍ଦାନୀ ଏବଂ ରୋହିତ ରେଡ୍ଡୀ
ଅଭିନେତ୍ରୀ ଅନିତା ହସନନ୍ଦାନୀ ପ୍ରସିଦ୍ଧ ଟିଭି ସିରୀୟଲ “ୟେ ହେ ମୋହବତେ”ରେ ଘରେ-ଘରେ ପରିଚିତ ହୋଇଥିଲେ। ଏହି ସମୟରେ ଅଭିନେତ୍ରୀ ଶୋଶିଆଲ ମିଡ଼ିଆରେ ନିଜ ଘରକୁ ଜଣେ ନୂଆ ଅତିଥି ଆସିବାର ଖବର ଫ୍ୟାନ୍ସମାନଙ୍କୁ ଦେଇଛନ୍ତି। ଗର୍ଭବତୀ ଅବସ୍ଥାକୁ ସେ ବହୁତ ଭଲରେ ଉପଭୋଗ କରୁଛନ୍ତି।ଶୋଶିଆଲ ମିଡ଼ିଆରେ ଅନିତା ହସନନ୍ଦାନୀ ନିଜ ଫଟୋ ଏବଂ ଭିଡିଓକୁ ଫ୍ୟାନ୍ସମାନଙ୍କ ମଧ୍ୟରେ ଶେୟାର କରୁଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ଅନିତା ହସନନ୍ଦାନୀ ଏବଂ ରୋହିତ ରେଡ୍ଡୀଙ୍କ ବିବାହକୁ ୭ବର୍ଷ ହୋଇସାରିଛି। ଏତେ ବର୍ଷ ପରେ ଏହି ଦୁଇଜଣ ମାଆ-ବାପା ହେବାକୁ ଯାଉଛନ୍ତି।
ଜୟ ଭାନୁଶାଳୀ ଏବଂ ମାହୀ ବିଜ
ଟିଭି ଇଣ୍ଡଷ୍ଟ୍ରିର ଫେବରେଟ କପଲ୍ସ ମାହୀ ବିଜ ଏବଂ ଜୟ ଭାନୁଶାଳୀଙ୍କ ଘରେ ବି ଝିଅର କୁଆଁକୁଆଁ ଶବ୍ଦ ଶୁଣିବାକୁ ମିଳୁଛି। ଆପଣଙ୍କୁ ଜଣାଇ ଦେଉଛୁ କି ୮ବର୍ଷ ପରେ ଏମାନଙ୍କୁ ମାଆ-ବାପା ହେବାର ସୁଖ ମିଳିଛି।ଜୟ ଭାନୁଶାଳୀ ଏବଂ ମାହୀ ବିଜଙ୍କ ଝିଅ ତାରା ୧ବର୍ଷର ହୋଇଗଲାଣି। ପୂର୍ବ ବର୍ଷ ଅଗଷ୍ଟରେ ମାହୀ ଝିଅ ତାରାକୁ ଜନ୍ମ ଦେଇଥିଲେ। ଏହି ଦୁଇଜଣଙ୍କ ବିବାହ ବର୍ଷ୨୦୧୧ରେ ହୋଇଥିଲା।
କୃଷ୍ଣା ଅଭିଷେକ ଏବଂ କଶ୍ମୀରା ଶାହ
ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କମେଡିୟାନ କୃଷ୍ଣା ଅଭିଷେକଙ୍କୁ କିଏ ବା ଜାଣିନାହିଁ।ସେ ନିଜ କମେଡି ମାଧ୍ୟମରେ ସବୁ ଲୋକଙ୍କୁ ବହୁତ ହସେଇ ଥାନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି କୃଷ୍ଣା ଅଭିଷେକ ଏବଂ କଶ୍ମୀରା ଶାହଙ୍କୁ କେତେଥର ଭୁଲ ବୁଝାମଣାର ଦୁଃଖକୁ ସାମ୍ନା କରିବାକୁ ପଡ଼ିଥିଲା। ବିବାହର ୬ବର୍ଷ ପରେ କୃଷ୍ଣା ଏବଂ କଶ୍ମୀରା ଜାଆଁଳା ପୁଅଙ୍କର ମାଆ-ବାପା ହୋଇଛନ୍ତି। ଏହି ଦୁହିଁଙ୍କର ବିବାହ ୨୦୧୩ରେ ହୋଇଥିଲା ଏବଂ ୨୦୧୭ରେ ଏହି ଦୁହିଁଙ୍କର ଜାଆଁଳା ପୁଅ ରୟାନ ଏବଂ କୃଷାଙ୍ଗଙ୍କ ଜନ୍ମ ସରୋଗେସୀ ମାଧ୍ୟମରେ ହୋଇଥିଲା।