ସାରା ଦୁନିଆରେ ଫାଷ୍ଟ ଫୁଡକୁ ସମସ୍ତେ ପସନ୍ଦ କରନ୍ତି। ଲୋକମାନେ ଏହାକୁ ଖୁସିରେ ଖାଅନ୍ତି। ବାସ୍ତବରେ ଏହାକୁ ବନେଇବା ବହୁତ ସହଜ ଏବଂ ସ୍ବାଦିଷ୍ଟ ମଧ୍ୟ। ବହୁତ ଚାହିଦା ପାଇଁ ଏବେ ସବୁ ରାସ୍ତା କଡରେ ଫାଷ୍ଟଫୁଡର ଠେଲା ଲାଗୁଛି। ଏହାର ଟେଷ୍ଟ ମଧ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଆସେ ଆଉ ଏହା ବହୁତ ଶସ୍ତାରେ ମଧ୍ୟ ମିଳିଥାଏ। ସେଥିପାଇଁ ସାଧାରଣ ଲୋକମାନେ ଏହାକୁ କିଣ ଖାଈଥାନ୍ତି। କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜର ଫାଇଦା ପାଇଁ ଅନ୍ୟର କ୍ଷତି କରିଥାନ୍ତି।
ଏମିତି ଏକ ଘଟଣା ହରିଆଣାର ଯମୁନାନଗରରୁ ସାମ୍ମନାକୁ ଆସିଛି। ଏଠାର ଜଣେ ଲୋକ ଠେଲାରୁ ଚାଓମିନୀ ନେଇ ନିଜର ଘରକୁ ଗଲା। ଠେଲା ବାଲା ଚାଓମିନୀ ସହିତ ଲାଲ ରଙ୍ଗର ଖଟାମିଠା ଚଟଣୀ ମଧ୍ୟ ପ୍ୟାକ କରି ଦେଇଥିଲା। ଏହାକୁ ଚାଓମିନୀ ସହିତ ମିଶେଇ ଖାଇବା ମାତ୍ରେ ପିଲାଟିର ଦେହ ଖରାପ ହୋଇଯାଇଥିଲା। ପିଲାଟିକୁ ତୁରନ୍ତ ହସ୍ପିଟାଲ ନିଆ ଗଲା। ଖବରକୁ ସମ୍ପୁର୍ଣ୍ଣ ଭାବରେ ପଢିବା ପରେ ଆପଣ ଠେଲାରୁ ଚାଓମାନୀ କିଣିବା ପୂର୍ବରୁ ଶହେ ଥର ଭାବିବେ।
ଘଟଣା ହରିଆଣାର ର ଯମୁନାନଗରରୁ ସାମ୍ମନାକୁ ଆସିଛି , ଯେଉଁଠି ଏକ ତିନି ବର୍ଷର ପିଲାକୁ ଗମ୍ବୀର ଅବସ୍ଥାରେ ହସ୍ପିଟାଲରେ ଭର୍ତୀ କରାଯାଇଛି। ପିଲାଟିର ପେଟ ଭିତରୁ ଜଳି ଯାଇଥିଲା। ତାର ଏପରି ଅବସ୍ଥା ହୋଇଛି ଠେଲାରୁ ଆସିଥିବା ଚାଓମିନୀ ଖାଇ।
ବାପା କେବଳ ଚାଓମିନୀ ଖାଇଥିଲେ କିନ୍ତୁ ତିନି ବର୍ଷ ପିଲାଟି ସେହି ଲାଲ ରଙ୍ଗର ଚଟଣୀ ମିଶାଇ ଚାଓମିନୀ ଖାଇଲା ଏବଂ ହଠାତ୍ ତାର ଛାତିରେ ଜନ୍ତ୍ରଣା ହେଲା।
ତାକୁ ତୁରନ୍ତ ହସ୍ପିଟାଲ ନିଆ ଗଲା ଏବଂ ସେଠାରେ ଡକ୍ଟର କହିଲେ କି ପିଲାର ଫୁସଫୁସ ଫାଟି ଯାଇଥିଲା। ଚଟଣୀ ଖାଇବା ମାତ୍ରେ ତାର ଶରୀର କଳା ହୋଇଯାଇଥିଲା। ତାର ବ୍ଲଡ ପ୍ରେସର ମଧ୍ୟ ଲୋ ହୋଇଯାଇଥିଲା।
ବାସ୍ତବରେ ଠେଲା ବାଲା ଚଟଣୀରେ ଶସ୍ତା ଭିନେଗାର ମିଶାଇ ଥିଲା। ଏଥିରେ ବହୁତ ମାତ୍ରାରେ ଏସିଡି ମିଶା ଯାଇଥିଲା। ଏସିଡି ପାଇଁ ଚଟଣୀ ବିଷାକ୍ତ ହୋଇ ଯାଇଥିଲା। ଏହାକୁ ଖାଇବା ପରେ ପିଲାର ଦେହ ଖରାପ ହୋଇଯାଇଥିଲା।
ଡକ୍ଟରଙ୍କ କହିବା ଅନୁସାରେ ଏହି ଘଟଣା ପ୍ରଥମ ଯାହା ଚାଓମିନୀ ଖାଇ ପିଲାର ଫୁସଫୁସ ଫାଟିବ। ଏହା ଭିନେଗାରରେ ମିଶିଥିବା ଏସିଡି ପାଇଁ ଏମିତି ହୋଇଛି। ପିଲାଟିରେ ଭିତରେ କେତେକ ଅର୍ଗନ୍ସ ଜଳି ଯାଇଥିଲା।
ଠିକ୍ ସମୟରେ ପିଲାଟିକୁ ହସ୍ପିଟାଲ ନିଆ ଯାଇଥିବାରୁ ପିଲାଟିର ଜୀବନ ବଞ୍ଚି ଯାଇଥିଲା। ଡକ୍ଟର ସାଙ୍ଗେ ସାଙ୍ଗେ ଉସ୍ମାନର ଅପରେସନ କଲେ ଏବଂ ତାର ଶରୀରରେ ଚେଷ୍ଟ ଟ୍ୟୁବ୍ସ ପକାଇଲେ। କିଛି ସମୟ ପାଇଁ ପିଲାଟିର ହୃଦୟ କାମ କରିବା ବନ୍ଦ କରି ଦେଇଥିଲା।
ହସ୍ପିଟାଲରେ ପିଲାଟିକୁ ୧୬ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖା ଯାଇଥିଲା। ଏହାପରେ ତାର ଦେହ ଧିରେ ଧିରେ ଠିକ ହେଲା । ବାସ୍ତବରେ ଫାଷ୍ଟ ଫୁଡର ସ୍ବାଦ ବଢେଇବା ପାଇଁ ସେଥିରେ ଭିନେଗାର ଦିଆ ଯାଇଥାଏ। କିନ୍ତୁ ଠେଲା ବାଲା ଶସ୍ତା ଚକରରେ ବିନା ଜାଞ୍ଚରେ ଭିନେଗାର କିଣି ଦିଅନ୍ତି। ଯେଉଁଥିରେ ବହୁତ ଏସିିଡି ଭାଗ ରହିଥାଏ।