ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୁଶାନ୍ତ ସିଂ ରାଜପୁତ ମୃତୁ ପୂର୍ବରୁ ଡିପ୍ରେସନ ରହୁଥିଲେ । ସେଥିପାଇଁ ସେ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିବା ସହିତ ତଦନ୍ତ କରୁଛନ୍ତି। ସୁଶାନ୍ତ ସିଂ ଙ୍କ ଆତ୍ମହତ୍ୟା ପରେ ତାଙ୍କ ଡାକ୍ତର ଯାହାଙ୍କ ପାଖରେ ସେ ତାଙ୍କ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ ସେ ପୋଲିସ ଙ୍କୁ ବୟାନ ଦେଇଛନ୍ତି। ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚାର୍ଯ୍ୟ ଚକିତ କରିଦେଇଛି। କଣ ସୁଶାନ୍ତ ସିଂ ଙ୍କ ପୂର୍ବ ପ୍ରେମିକ ଅଙ୍କିତା ଓ ରିୟା ଚକ୍ରବତୀ ଦାୟୀ ଅଟନ୍ତି? ନା ଆଉ କିଛି ରହସ୍ୟ ଥିଲା ! ତେବେ ଆସନ୍ତୁ ଜାଣିବା ସୁଶାନ୍ତ ସିଂ ମୃତୁ ପଛର ରହସ୍ୟ।
ସୁଶାନ୍ତ ଙ୍କ ମୃତୁ ପଛର ରହସ୍ୟ ଖୋଲିବାକୁ ଖୋଲିବାକୁ ପୋଲିସ ତଦନ୍ତ ଜାରି ରଖିଛି। ସେଥି ପାଇଁ ସେ ସୁଶାନ୍ତ ସିଂ ଙ୍କ ସହିତ ଜଡିତ ଲୋକମାନଙ୍କର ବୟାନ ରେକଡ୍ କରୁଛି। ପୋଲିସ ସୁଶାନ୍ତ ସିଂ ରାଜପୁତ ଙ୍କ ସାଙ୍ଗ ମାନଙ୍କୁ ପଚରା ଉଚରା ବେଳେ ସାଙ୍ଗ ମାନେ ମଧ୍ୟ ବୟାନ ଦେଇଥିଲେ କି ସୁଶାନ୍ତ ଅଧିକ ଡିପ୍ରେସନ ରେ ରହୁଥିଲେ କିନ୍ତୁ କାରଣ ପଚାରିଲେ କିଛି ମଧ୍ୟ କହିନଥିଲେ।
ଯେତେବେଳେ ପୋଲିସ ତଦନ୍ତ କରିବା ବେଳେ ସୁଶାନ୍ତ ସିଂ ରାଜପୁତ ଙ୍କ ପର୍ଶୋନାଲ ଡାକ୍ତରଙ୍କ ବୟାନ ନେଇଥିଲେ ସେତେବେଳେ ସେ କହିଲେ କି, ସୁଶାନ୍ତ ଗତ ୬ ମାସ ହେଲା ତାଙ୍କ ପାଖକୁ ଚିକିତ୍ସିତ ହେବାକୁ ଆସୁଛନ୍ତି। ଚିକିତ୍ସା ସମୟରେ ସୁଶାନ୍ତ ସିଂ ରାଜପୁତ କହିଥିଲେ କି ସେ ୧ ବର୍ଷ ହେବ ଡିପ୍ରେସନ ର ଶିକାର ହୋଇଛନ୍ତି।
ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଙ୍କ ସହ ବ୍ରେକପ୍ ପରେ ସେ କିଛି ଦିନ ଭଲରେ ରହିଲେ କିର୍ତିଙ୍କ ସହ, କିର୍ତ୍ତିଙ୍କ ସହ ସିନେମା କରୁଥିବା ସମୟରୁ ତାଙ୍କୁ ପ୍ରେମ ହୋଇଯାଇଥିଲା ବେଶ୍ କିଛି ଦିନ ଭଲରେ ରହିଲେ କିନ୍ତୁ କୌଣସି କାରଣ ପାଇଁ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥିଲା।
ଏହା ପରେ ରିୟା ଚକ୍ରବତିଙ୍କ ସହ ଏକ ଫ୍ରେଣ୍ଡ୍ ଜରିଆରେ ସମ୍ପର୍କ ହେଲା । ଓ ଏହାପରେ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ । ତାପରେ ସେମାନେ ପ୍ରେମ ସମ୍ପର୍କ ରେ ବାନ୍ଧି ହୋଇଯାଇଥିଲେ ଏମିତି କି ରିୟା ସୁଶାନ୍ତ ସିଂ ରାଜପୁତ ଙ୍କ ଘରେ ରିୟା ରହୁଥିଲେ। କିନ୍ତୁ ରିୟା ଚକ୍ରବତୀଙ୍କ ବ୍ୟବହାର ରେ ସୁଶାନ୍ତ ସିଂ ରାଜପୁତ ଖୁସି ନଥିଲେ ବୋଲି ଡାକ୍ତର କହିଥିଲେ । କାରଣ ସୁଶାନ୍ତ ସିଂ ରାଜପୁତ ଯେବେ ରିୟା ଚକ୍ରବତୀଙ୍କ ସହ ଫଟୋ ଉଠେଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିଲେ ଏହାକୁ ନେଇ ରିୟା ଚକ୍ରବତି ଓ ସୁଶାନ୍ତ ସିଂ ରାଜପୁତ ଙ୍କ ମଧ୍ୟରେ ବହୁତ ଯୋର ଝଗଡ଼ା ହୋଇଥିଲା।
ଏହା ପରେ ସୁଶାନ୍ତ ସିଂ ରାଜପୁତ ଙ୍କ ଡାକ୍ତର ପୋଲିସ କୁ ଏହା କହିଥିଲେ କି ସୁଶାନ୍ତ ସିଂ ରାଜପୁତ ତାଙ୍କର ପୂର୍ବ ପ୍ରେମିକା ଅଙ୍କିତା ଙ୍କ ଭୁଲି ପାରିନଥିଲେ ସେ ତାଙ୍କୁ ବହୁତ ମନେ ପକାଉଥିଲେ। ଏତେ ଦିନର ବ୍ରେକପ ପରେ ମଧ୍ୟ ଅଙ୍କିତା ଙ୍କ ଭଳି ତାଙ୍କୁ କେହି ଭଲ ପାଇବା ଦେଇ ପାରିନଥିଲେ । ତେଣୁ ସେ ତାଙ୍କୁ ସବୁ ମୁହୂର୍ତ୍ତରେ ମନେ ପକାଉଥିଲେ।
ଡ଼ାକ୍ତର ଏହା ମଧ୍ୟ କହୁଥିଲେ ତାଙ୍କର ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଏକ ସାକ୍ଷାତ ହେବାର ଥିଲା କିନ୍ତୁ ଲକ୍ ଡାଉନ୍ କାରଣରୁ ତାହା ସମ୍ଭାନା ହୋଇ ପାରିନଥିଲା। ବନ୍ଧୁଗଣ ଏଠାରେ କହିରଖିବୁ କି ସୁଶାନ୍ତ ସିଂ ରାଜପୁତ ଙ୍କ ମୃତୁ ର ୧୦/୧୫ ଦିନ ଆଗରୁ ତାଙ୍କ ପ୍ରେମିକ ଅଙ୍କିତା ନିର୍ବନ୍ଧ ହୋଇଥିଲା ତା ପରେ ସେ ଆହୁରି ଦୁଃଖିତ ହୋଇଯାଇଥିଲେ ମେଡ଼ିସିନ୍ ଠିକ୍ ଭାବରେ ଖାଉନଥିଲେ।
ବନ୍ଧୁଗଣ ଆମେ ଏପରି ନୂଆ ନୂଆ ଖବର ନେଉ ଆସୁଛୁ ଆପଣଙ୍କ ପାଇଁ । ଯଦି ଏହି ଖବର ଭଲ ଲାଗିଥାଏ ଗୋଟେ ଲାଇକ କମେଣ୍ଟ ନିଶ୍ଚିନ୍ତ କରିବେ, ଧନ୍ୟବାଦ।