ଡେଙ୍ଗୁ ସହିତ ଆହୁରି ଘାତକ ହୋଇପାରେ କୋରନା ଆସନ୍ତୁ ଜାଣିବା କଣ କହୁଛନ୍ତି ବୈଜ୍ଞାନିକ।

ପ୍ରଥମେ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଯଦି କରୋନା ରେ ସଂକ୍ରମିତ ହୁଏ ତାହାଲେ ରିପୋର୍ଟ ଭୁଲ ଆସି ପାରେ। ବାସ୍ତବରେ ଡେଙ୍ଗୁ ସହିତ ମିଳିତ ଭାବେ କରୋନା ଭାଇରସ ପରୀକ୍ଷଣ କୁ ଚକମା ଦେଉଛି । ଡେଙ୍ଗୁ ଆଉ କରୋନା ଉଭୟର ଆଣ୍ଟିବଡି ମିଶ୍ରିତ ହୋଇ ପରୀକ୍ଷଣ ଉପରେ ପ୍ରଭାବ ପକାଇଥାନ୍ତି, ଯାହାଫଳରେ କି ମିଥ୍ୟା ସଂକ୍ରମଣ ରିପୋର୍ଟ ଆସିବାର ଆଶଙ୍କା ବଢିଯାଇଥାଏ ।

CSIR ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ବାୟୋଲୋଜି, IPJMER, କଲିକତା ନେସନାଲ ମେଡିକାଲ କଲେଜ ଓ ହସ୍ପିଟାଲର ଡକ୍ଟର ଏବଂ ବୈଜ୍ଞାନିକ ମାନେ ମିଳିତ ଭାବରେ ଡେଙ୍ଗୁ ଏବଂ କରୋନାର ଆଣ୍ଟିବଡି ଉପରେ ଅଧୟନ କରିଛନ୍ତି । ଏହି ସମୟରେ 2017 ବର୍ଷର ଡେଙ୍ଗୁ ଗ୍ରସ୍ତ ରୋଗୀଙ୍କ ଆଣ୍ଟିବଡି ଏବଂ କରୋନାର ଆଣ୍ଟିବଡି, ଉଭୟ ଆଣ୍ଟିବଡି ଉପରେ ପରୀକ୍ଷଣ କରିଛନ୍ତି ।ଏଥିରୁ ଜଣା ପଡିଛି କି 13 ଟି ସାମ୍ପୁଲରୁ 5 ଟି ମିଥ୍ୟା ସଂକ୍ରମଣ ହୋଇଥିବା ଜଣାପଡିଛି ।

ଅର୍ଥାତ କାହାକୁ କରୋନା ନ ହୋଇ ମଧ୍ୟ ସଂକ୍ରମଣ ହେବାର ରିପୋର୍ଟ ଆସିଛି । ବର୍ଷକୁ ମୌସୁମୀରେ ଡେଙ୍ଗୁ,ମେଲେରିଆ,ଚିକେନ୍ ଗୁନିଆ ପରି ମଶା ଦ୍ୱାରା ହେଉଥିବା ରୋଗ ବାର୍ଷିକ ହଜାର ହଜାର ଲୋକଙ୍କୁ ଆକ୍ରାନ୍ତ କରିଥାଏ । ବୈଜ୍ଞାନିକ ମାନେ ପରାମର୍ଶ ଦେଇଛନ୍ତି ଯେ କରୋନା ଅବଧିରେ ଏହି ରୋଗ ଗୁଡିକ ପ୍ରତି ସତର୍କତା ଆବଶ୍ୟକ। ଶିରୋ ସର୍ଭେ ବା ଆଣ୍ଟିବଡି ଯାଞ୍ଚ ସମୟରେ ପଚାରିବା ଉଚିତ କି ସେହି ବ୍ୟକ୍ତିଙ୍କୁ କେବେ ଡେଙ୍ଗୁ ହୋଇଛି କି ? ଯଦି ସେ ପୂର୍ବରୁ ଡେଙ୍ଗୁ ଗ୍ରସ୍ତ ଥିଲେ ତାହାଲେ ତାଙ୍କର ଆଣ୍ଟିଜେନ ପରୀକ୍ଷା ଆବଶ୍ୟକ ।

ନୀତିଆୟାଗ ସଦସ୍ୟ ଡକ୍ଟର ବିକେ ପଲ ପ୍ରଥମ ରୁ ହିଁ ମୌସୁମୀ ପ୍ରତି ସଜାଗ ରହିବାକୁ ନିବେଦନ କରିଛନ୍ତି । ଆମର ଉଜ୍ଜଲା ଙ୍କ ସହ ବାର୍ତା ଆଲୋପ ରେ ସେ କହିଥିଲେ ଯେ ଡେଙ୍ଗୁ,ମେଲେରିଆ,ଚିକେନ୍ ଗୁନିଆ ରୋଗୀଙ୍କ ଠାରେ କରୋନା ଭଳି ଲକ୍ଷଣ ଦେଖାଯାଏ। ସେଥିପାଇଁ କେନ୍ଦ୍ର ସ୍ୱାସ୍ତ୍ୟ ମନ୍ତ୍ରାଳୟ ମଧ୍ୟ ରାଜ୍ୟ ମାନଙ୍କୁ ମୌସୁମୀ ବିଷୟରେ ସଚେତନ ଥିବାବେଳେ କରୋନା ସଙ୍କଟ ମୁକାବିଲା ପାଇଁ ଜୋର ଦେବାକୁ କହିଥିଲେ ।

ଦୁଇ ପ୍ରକାର କିଟ ରେ ସମାନ ଫଳାଫଳ

ଅଧୟନ ସମୟରେ IG ଏବଂ IGM ପାଇଁ ଡେଙ୍ଗୁ ଆଣ୍ଟିବଡିକୁ କରୋନା ଆଣ୍ଟିବଡି ପାଇଁ ପରୀକ୍ଷା କରାଯାଇଥିଲା । ଭିନ୍ନ କିଟ ବ୍ୟବହାର କରିବା ପରେ ମଧ୍ୟ ମିଥ୍ୟା ପେଜେଟିଭି ଦେଖା ଗଲା ।
କଲିକତା ର IPGM ପାଥୋଲୋଜି ବିଭାଗର ଡାକ୍ତର କେୟା ବସୁ କହିଛନ୍ତି ଯେ ଦେଶରେ କରୋନାର ପ୍ରସାର କୁ ଜାଣିବା ପାଇଁ RT-PCR ଏବଂ ଆଣ୍ଟିଜେନ ବ୍ୟତୀତ ଆଣ୍ଟିବଡିର ପରୀକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି, ଯଦିଓ କୌଣସି ବ୍ୟକ୍ତି ଶରୀରରେ ଡେଙ୍ଗୁର ଆଣ୍ଟିବଡି ଥାଏ ତେଣୁ କରୋନା ଚିହ୍ନଟ କରିବା କଷ୍ଟକର ହୋଇଥାଏ । ଉଭୟଙ୍କ ମଧ୍ୟରେ କିଛି ଆଣ୍ଟିଜେନକି ସମାନତା ଅଛି,ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ।

ସିଙ୍ଗାପୁରରେ ମଧ୍ୟ ଏହି ମାମଲା ଦେଖିବାକୁ ମିଳୁଛି

ସଂକ୍ରମଣ ରୋଗ ଏବଂ CSIR-IICB ପ୍ରତିରୋପଣ ବିଭାଗର ପ୍ରଫେସର ସୁବ୍ରତ ରାୟ କହିଛନ୍ତି ଯେ କୌଣସି ସମାନତା ଅଛି କି ନାହିଁ ତାହା ଜାଣିବା ପାଇଁ ଦୃତ ଆଣ୍ଟିବଡି କିଟ ମାଧ୍ୟମରେ ପରୀକ୍ଷା କରାଯାଇଥିଲା । ସିଙ୍ଗାପୁର ରେ ମଧ୍ୟ ସମାନ ମାମଲା ଦେଖିବାକୁ ମିଳିଛି। ଅଧୟନ ରୁ ଜଣାପଡିଛି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ କୁ ଡେଙ୍ଗୁ ଭାବରେ ବିଭ୍ରାନ୍ତ କରି ପାରେ । କାରଣ ଉଭୟଙ୍କର ଅନେକ ସମାନତା ଅଛି ।

ପ୍ରତିବର୍ଷ ହଜାର ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି

ଦେଶରେ ପ୍ରତିବର୍ଷ ହଜାର ହଜାର ଡେଙ୍ଗୁ ରୋଗୀ ଦେଖିବାକୁ ମିଳେ । ନ୍ୟାସନାଲ ଭେକ୍ଟର ହାର୍ଡ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଯାୟୀ , 2015ରେ 99,913 ଡେଙ୍ଗୁ ରୋଗୀ ମିଳିଥିଲେ, ସେମାନଙ୍କ ମଧ୍ୟରୁ220 ଜଣଙ୍କର ମୃତ୍ୟୁ ହୋଇଥିଲା । 2016 ରେ 129166,2017 ରେ 186401, 2018 ରେ 101192 ଏବଂ2019 ରେ ସର୍ବାଧିକ 136422 ରୋଗୀ ଚିହ୍ନଟ ହୋଇଥିଲେ । କ୍ରମଶଃ 245,325,172 ଏବଂ132 ଜଣଙ୍କର ମୃତ୍ୟ ହୋଇଥିଲା । ଏହି ବର୍ଷ ଡେଙ୍ଗୁର ବ୍ୟବସ୍ଥିତ ରିପୋର୍ଟ ଅଭାବରୁ ଏହି ବର୍ଷ ତଥ୍ୟ ସଂଗ୍ରହ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *