ଆଦିତ୍ୟ ଅଲ୍ବାଙ୍କ ନାମ ଏଫଆଇଆରରେ ଫାଇଲ ୧୨ ଆରୋପୀଙ୍କ ନାମରେ ଶାମିଲ ରହିଛି। ପୋଲିସ ଆଦିତ୍ୟଙ୍କ ଘରର ସର୍ଚ୍ଚ ୱାରେଣ୍ଟ ଜାରି କରି ଯାଞ୍ଚ କରୁଛି।
ବେଙ୍ଗଲୁରୁର ସେଣ୍ଡଲବୁଡ ଡ୍ରଗ୍ସ ର୍ୟାକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀଙ୍କ ସମେତ ଅନେକ ତାରକାଙ୍କ ନାମ ଆସି ସାରିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ନାମ ବଲିଉଡ ଅଭିନେତା ବିବେକ ଓବରୋଇଙ୍କ ଶଳା ଆଦିତ୍ୟ ଅଲ୍ବାଙ୍କର ମଧ୍ୟ ରହିଛି। ଆଦିତ୍ୟ ଅଲ୍ବାଙ୍କ ନାମ ଏଫଆଇଆରରେ ଫାଇଲ ୧୨ ଆରୋପୀଙ୍କ ନାମରେ ଶାମିଲ ରହିଛି। ପୋଲିସ ଆଦିତ୍ୟଙ୍କ ଘରର ସର୍ଚ୍ଚ ୱାରେଣ୍ଟ ଜାରି କରି ତାଙ୍କ ଘରେ ଛାନ ଭିନ୍ନ କରୁଛି।
ବେଙ୍ଗଲୁରୁ ଜାଏଣ୍ଟ କମିଶନର କ୍ରାଇମ ସନ୍ଦୀପ ପାଟିଲ କହିଛନ୍ତି ଯେ ହେବଲର ନିକଟରେ ସ୍ଥିତ ଆଦିତ୍ୟ ଅଲ୍ବାଙ୍କ ଘର “ହାଉସ ଅଫ ଲାଇଭସ” ପାଇଁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଛି ଏବଂ ସେଠାରେ ଛାନ ଭିନ୍ନ କରାଯାଉଛି। ସୂଚନାଯୋଗ୍ୟ ଯେ, ବିବେକ ଓବରୋଇଙ୍କ ଶଳା ଏବଂ ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲ୍ବାଙ୍କ ପୁତ୍ର ଅଟନ୍ତି ଆଦିତ୍ୟ ଅଲ୍ବା। ଆଦିତ୍ୟ ଦଳର ମଧ୍ୟ ଲୋକପ୍ରିୟ ଚେହେରା ଅଟନ୍ତି। ରିପୋର୍ଟ ମୁତାବକ, ଆଦିତ୍ୟ ଅଲ୍ବାଙ୍କୁ କସ୍ଟଡିରେ ନିଆଯାଇ ନାହିଁ। କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ତାଙ୍କର ଯାଞ୍ଚ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବର ଉପରେ ବିବେକ ଓବେରାଇଙ୍କ କୌଣସି ପ୍ରତିକ୍ରିୟା ଆସି ନାହିଁ।
ବିଗତ ଦିନରେ ସେଣ୍ଡଲବୁଡ ଡ୍ରଗ୍ସ ର୍ୟାକେଟ ମାମଲାରେ ଅଭିନେତ୍ରୀ ରାଗିନୀ ଦ୍ବିବେଦୀ ଏବଂ ସଞ୍ଜନା ଗଲରାନୀଙ୍କର ଡ୍ରଗ୍ସ ପରୀକ୍ଷଣ କରାଯାଇଥିଲା। ରାଗିନୀଙ୍କ ଉପରେ ପୋଲିସ ସେମ୍ପଲ ନଷ୍ଟ କରିବାର ମଧ୍ୟ ଆରୋପ ଲଗାଇଥିଲେ। ଖବର ରହିଥିଲା ଯେ ରାଗିନୀ ୟୁରିନ ସେମ୍ପଲରେ ପାଣି ମିଶାଇ ତାକୁ ଖରାପ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ପରେ ପୋଲିସ ଦ୍ୱିତୀୟଥର ତାଙ୍କର ୟୁରିନ ସେମ୍ପଲ ମାଗିଥିଲା ଏବଂ ଏଥର ପୂର୍ଣ୍ଣ ସାବଧାନତା ଗ୍ରହଣ କରାଯାଇଥିଲା। ସେହିପରି ଏହି ମାମଲାରେ ସଞ୍ଜନା ଗଲରାନୀ ଡୋପ ଟେଷ୍ଟ କରିବା ପାଇଁ ମନା କରି ଦେଇଥିଲେ। ସେ ବୟାନ ଜାରି କରି କହିଥିଲେ ଯେ, ସେ ନିର୍ଦୋଷ ଅଟନ୍ତି। ସେ ପୋଲିସ ସାମ୍ନାରେ ଲଗାତର ବିରୋଧ କରୁଥିଲେ।
ସେଣ୍ଡଲବୁଡ ଡ୍ରଗ୍ସ ର୍ୟାକେଟ କେସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଗିଣୀ ଦ୍ବିବେଦୀ ଡ୍ରଗ୍ସ ବ୍ୟାପାରୀ ରବି ଶଙ୍କର, ଶିବ ପ୍ରକାଶ, ରାହୁଲ ସେଟ୍ଟୀ, ବିରେନ ଖାନ୍ନାଙ୍କୁ ଗିରଫ କରିନିଆ ଯାଇସାରିଛି। ରାଗିନୀଙ୍କୁ NDPS ଆକ୍ଟ ଅଧୀନରେ ଗିରଫ କରାଯାଇଥିଲା। କେସରେ କ୍ରାଇମବ୍ରାଞ୍ଚର ଯାଞ୍ଚ ଜାରି ରହିଛି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |