ତାଇୱାନ ଡ୍ରାଗନକୁ ଜବାବ ଦେଇଛି, ଚୀନ ଯୁଦ୍ଧ ବିମାନକୁ ଗୋଡାଉଛି।

ଚୀନ ତାଇୱାନକୁ ଧମକ ଦେଇଛିକି ଯଦି ସେ ଏକିକରଣ ପାଇଁ ପ୍ରସ୍ତୁତ ନ ହୁଏ ତେବେ ଆକ୍ରମଣ କରାଯିବ।ସେବେଠାରୁ ଚୀନ ବିମାନ ତାଇୱାନରେ ସପ୍ତାହରେ ତିନିଥର ଅନୁପ୍ରବେଶ କରିଛନ୍ତି,କିନ୍ତୁ ସେମାନଙ୍କୁ ପ୍ରତ୍ୟେକ ଥର ସାମ୍ନା କରିବାକୁ ପଡିଛି।

ବର୍ଷ ବର୍ଷରୁ ଚୀନ ତାଇୱାନନୁ ନିଜ ଅଞ୍ଚଳ ବୋଲି ବିବେଚିତ କରିଥାଏ କିନ୍ତୁ ତାଇୱାନରେ ନିଜସ୍ୱ ନିର୍ବାଚିତ ଗଣତାନ୍ତ୍ରିକ ସରକାର ଅଛି। ତେବେ ଚୀନ ବିରୁଦ୍ଧ କାରଣରୁ ତାଇୱାନ ଅନେକ ଅନ୍ତର୍ଜାତୀୟ ଅନୁଷ୍ଠାନରେ ସ୍ଥାନ ପାଇପାରିନାହିଁ।

ରଏଟର୍ସ ଅନୁଯାୟୀ, ଚୀନ ସାମରିକ ବିମାନ ମଙ୍ଗଳବାର ଦିନ ସମାନ ଉଦ୍ୟମ କରିଥିଲା ଓ ସେମାନଙ୍କର ଯେ-୧୦ ବିମାନ ତାଇୱାନର ଏୟାର ରେଞ୍ଜରେ ପ୍ରବେଶ କରିଥିଲା।ତାଇୱାନ ମଧ୍ୟ ଚୀନ ସେନା ବିମାନକୁ ସେମାନଙ୍କଠାରୁ ଦୁରେଇ ନେଇଥିଲା। ତାଇୱାନ ମଧ୍ୟ ଜବାବ ଦେଇଛି ଓ ଚୀନ ବିମାନକୁ ଘଉଡ଼ାଇ ଦେଇଛି।

ଏହା ପୂର୍ବରୁ ସମାନ ଆକାଶରେ ମଙ୍ଗଳବାର ଦିନ ଏସ ୟୁ-୩୦ ଯୁଦ୍ଧ ବିମାନ ତାଇୱାନରେ ପ୍ରବେଶ କରି ତାଙ୍କୁ ଚେତାବନୀ ଦେଇଥିଲା। ଏହି ବିମାନ ଗୁଡିକ ଚୀନର ଉନ୍ନତ ଜ୍ଞାନ କୌଶଳ ସହିତ ବିମାନ ଥିଲା। ଏହା ପରେ ଶୁକ୍ରବାର ଦିନ ଚୀନର Y- ୮ ,ପ୍ରୋପେଲର ବିମାନ ତାଇୱାନରେ ପ୍ରବେଶ କରିଥିଲା। ଯାହାକୁ ତାଇୱାନ ଚେତାବନୀ ଦେଇ ଛାଡିଥିଲା।

କହିରଖିବୁ କି ଚୀନ ଗତ ମାସରେ ଧମକ ଦେଇଥିଲା କି ଯଦି ସେ ଏକିକରଣ ପାଇଁ ପ୍ରସ୍ତୁତ ନ ହୁଏ ତେବେ ଆକ୍ରମଣ କରାଯିବ। ଚୀନର କେନ୍ଦ୍ରୀୟ ସାମିରିକ ଆୟୋଗର ସଦସ୍ୟ ତଥା ଯୁଗ୍ମ କର୍ମଚାରୀ ବିଭାଗର ମୁଖ୍ୟ ଲି ଜୁଚେଙ୍ଗ କହିଛନ୍ତି ତାଇୱାନକୁ ସ୍ୱାଧୀନ ହେବାରୁ ଅଟକାଇବା ପାଇଁ ଅନ୍ୟ କୌଣସି ଉପାୟ ନଥିଲେ ଚୀନ ତା ଉପରେ ଆକ୍ରମଣ କରିବ।

Leave a Reply

Your email address will not be published. Required fields are marked *